ETV Bharat / state

ପାରାଦ୍ବୀପରେ ଦୁଇ ଦିନିଆ ସମରାଭ୍ୟାସ, ଭିଡିଓ ବାର୍ତ୍ତା ଜରିଆରେ ପ୍ରଶଂସା କଲେ ଏନ.ପି ପ୍ରଦୀପ - ଏନ ପି ପ୍ରଦୀପଙ୍କ ଭିଡିଓ ବାର୍ତ୍ତା

ପାରାଦ୍ବୀପରେ ଦୁଇଦିନିଆ ସମରାଭ୍ୟାସ ନେଇ ଭିଡିଓ ବାର୍ତ୍ତା ଜାରି କଲେ ନାଭାଲ ଅଫିସର ଇନଚାର୍ଜ କମୋଡୋର ଏନ ପି ପ୍ରଦୀପ । ଅଧିକ ପଢନ୍ତୁ

ପାରାଦ୍ବୀପରେ ଦୁଇ ଦିନିଆ ସମରାଭ୍ୟାସ, ଭିଡିଓ ବାର୍ତ୍ତା ଜରିଆରେ ପ୍ରଶଂସା କଲେ ଏନ ପି ପ୍ରଦୀପ

author img

By

Published : Nov 20, 2022, 2:28 PM IST

ଭୁବନେଶ୍ବର: ସାମୁଦ୍ରିକ ସୀମାରେ ଶତ୍ରୁର ଅନୁପ୍ରବେଶ ପ୍ରତିରୋଧ କରିବାକୁ ପାରାଦ୍ବୀପରେ ଦୁଇଦିନିଆ ସମରାଭ୍ୟାସ 'ସି-ଭିଜିଲ' ଶେଷ ହୋଇଯାଇଛି । ନୌସେନା ସମେତ ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସ, ବନ ବିଭାଗ, ମତ୍ସ୍ୟ ବିଭାଗ, ଓଡିଶା ପୋଲିସ, କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବଳ, ଗୁଇନ୍ଦା ବିଭାଗ ଇତ୍ୟାଦି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୩ରୁ ଅଧିକ ସଂସ୍ଥା ଏହି ସମରାଭ୍ୟାସରେ ସାମିଲ ହୋଇଥିଲେ । ଏହି ସମରାଭ୍ୟାସ ପରେ ନାଭାଲ ଅଫିସର ଇନଚାର୍ଜ କମୋଡୋର ଏନ.ପି ପ୍ରଦୀପ(Naval Officer Incharge Commodre NP Pradeep) ଏକ ଭିଡିଓ ବାର୍ତ୍ତା ଜାରି କରି ସମସ୍ତଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ।

ପାରାଦ୍ବୀପରେ ଦୁଇ ଦିନିଆ ସମରାଭ୍ୟାସ

୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା ପରେ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ପ୍ରତିବର୍ଷ ସମରାଭ୍ୟାସ କରାଯାଇଥାଏ । ଯାହାଦ୍ବାରା ଜଳପଥରେ ଅନୁପ୍ରବେଶକୁ ରୋକା ଯାଇପାରିବ । ପାରାଦ୍ବୀପ ଠାରେ ଓଡିଶା ସମେତ ଚାରୋଟି ରାଜ୍ୟ ମିଳିତ ଭାବେ ଏହି ସମରାଭ୍ୟାସ କରିଥିଲେ । ଏଥିପାଇଁ ରେଡ୍ ଟିମ୍ ଓ ବ୍ଲୁ ଟିମ୍ ନାମରେ ଦୁଇଟି ଟିମ୍‌ରେ ବିଭକ୍ତ କରାଯାଇଥିଲା । ରେଡ୍ ଟିମ୍ ମାଛଧରା ବନ୍ଦର, ଏକ୍ସକ୍ଲ୍ୟସିଭ ଇକୋନୋମିକ ଜୋନ, ରାଡାର ଷ୍ଟେସନ, ବତୀଘର, ବସଷ୍ଟାଣ୍ଡ, ମନ୍ଦିର, ଶିଳ୍ପ କାରଖାନା ଆଦି ସ୍ଥାନକୁ ଟାର୍ଗେଟ କରିଥିଲା । ବ୍ଲୁ ଟିମ୍ ଏହିସବୁ ସ୍ଥାନରେ ଆକ୍ରମଣକୁ ରୋକିଥିଲା । ବାହ୍ୟଶତ୍ରୁ ଆକ୍ରମଣ ସମୟରେ କିପରି ଏହାର ମୁକାବିଲା କରାଯାଇପାରିବ ସେଥିପାଇଁ ଏହି ସମରାଭ୍ୟାସ କରାଯାଇଛି । ଉପକୂଳଠୁ ୨ ଶହ କିଲୋମିଟର ସମୁଦ୍ର ମଧ୍ୟରେ ଏହି ସମରଭ୍ୟାସ ହୋଇଛି ।

ସୂଚନାଯୋଗ୍ୟ, ଗତ 26/11ରେ ଜଳପଥରେ ଆତଙ୍କୀମାନେ ଆସି ମୁମ୍ବାଇ ଆକ୍ରମଣ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଜଳପଥରେ ଆତଙ୍କୀଙ୍କୁ ରୋକିବାକୁ ନୌବାହିନୀ ପକ୍ଷରୁ ଏହି ଭଳି ସମରଭ୍ୟାସ ଆୟୋଜନ ହୋଇଆସୁଛି । ଏଥିରେ ଓଡିଶା, ପଶ୍ଚିମବଙ୍ଗ, ଓ ଆନ୍ଧ୍ର ପ୍ରଦେଶର ଟିମ ସାମିଲ ହୋଇଥିଲେ । ଏହି ଅଭ୍ୟାସ ଜଳପଥରେ ଶତ୍ରୁକୁ ରୋକିବାରେ ସହାୟକ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.