ETV Bharat / state

ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ - ଶକ୍ତି ସଂରକ୍ଷଣ ସଚେତନତା

National Energy Conservation Day:ଭୁବନେଶ୍ୱର ଇନଷ୍ଟିଚ୍ୟୁସନ ଅଫ ଇଞ୍ଜିନିୟର୍ସରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ । ଅଧିକ ପଢନ୍ତୁ

ଜାତୀୟ ଶକ୍ତି ସଂରକ୍ଷଣ ଦିବସ
National Energy Conservation Day
author img

By ETV Bharat Odisha Team

Published : Dec 15, 2023, 7:06 AM IST

ଭୁବନେଶ୍ୱର: ଇନଷ୍ଟିଚ୍ୟୁସନ ଅଫ ଇଞ୍ଜିନିୟର୍ସରେ ପାଳିତ ହୋଇଯାଇଛି ଜାତୀୟ ଶକ୍ତି ସଂରକ୍ଷଣ ଦିବସ । ମୁଖ୍ୟ ଅତିଥି ଭାବରେ ଏନଟିପିସିର ମହା ପ୍ରବନ୍ଧକ ପିୟୂଷ କୁମାର ଓ ଆଇଆଇଟି ଭୁବନେଶ୍ୱରର ବୈଦ୍ୟୁତିକ ବିଭାଗର ମୁଖ୍ୟ ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଯୋଗ ଦେଇ ଶକ୍ତି ସଂରକ୍ଷଣର ଆବଶ୍ୟକତା ଏବଂ ଉପଯୋଗିତା ବିଷୟରେ ମତ ରଖିଥିଲେ । ଏହି ଅବସରରେ ଶକ୍ତି ସଂରକ୍ଷଣ ଉପରେ ଏକ ପୋଷ୍ଟର ପ୍ରଦର୍ଶନ ତଥା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ କାଉନସିଲ ସଭ୍ୟ ଡ. ନୂତନ କୁମାର ଦାଶ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଓଡିଶାର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ୨୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ପୁରସ୍କୃତ ହୋଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ରାଜ୍ୟ ଵ୍ୟାପୀ ଶକ୍ତି ସଞ୍ଚୟର ପ୍ରଚାର ଓ ପ୍ରସାର କରିବ ।

ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ
ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ
ସେପଟେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ଅବସରରେ ନିଜ ଘରୁ ନିଜ ସହରରୁ ସଚେତନତା ସହ ଶକ୍ତିର ସଞ୍ଚୟ କରିବା ପାଇଁ କହିଥିଲେ ଏନଟିପିସି ମହା ପ୍ରବନ୍ଧକ ପିୟୂଷ କୁମାର । ଏଥିସହ ଶକ୍ତି ସଞ୍ଚୟ କରି ପରିବେଶ ସୁରକ୍ଷାର ବାର୍ତ୍ତା ମଧ୍ୟ ଦେଇଥିଲେ । ପରିବେଶ ସୁରକ୍ଷିତ ରହିଲେ ପ୍ରକୃତି ସହ ଜଡିତ ପ୍ରତିଟି ପ୍ରକ୍ରିୟାର ଆମେ ସୁରକ୍ଷା ଓ ସଞ୍ଚୟ କରିପାରିବା । ବିଶେଷ କରି ଯୁବପିଢ଼ି ମାନେ ଆଗାମୀ ପିଢିର ଭବିଷ୍ୟତ ହୋଇଥିବା ବେଳେ ଜଣେ ଜଣେ ଗୋଟେ ଗୋଟେ ଗଛ ଲଗାଇବା ଆବଶ୍ୟକ । ବର୍ତ୍ତମାନର ପିଢ଼ି ସଞ୍ଚୟ ଓ ସୁରକ୍ଷା କରିଲେ ଆଗାମୀ ପିଢ଼ି ଆଉ ଶକ୍ତିର ଅପଚୟ କରିବ ନାହିଁ ଶକ୍ତିର ଅଭାବକୁ ମଧ୍ୟ ଦୂର କରିପାରିବ ଓ ଭବିଷ୍ୟତ ପିଢ଼ି ପାଇଁ ଶକ୍ତିକୁ ସାଇତି ହେବ ବୋଲି କହିଥିଲେ ଏନଟିପିସି ମହା ପ୍ରବନ୍ଧକ ।
ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ
ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ
ଏହା ମଧ୍ୟ ପଢନ୍ତୁ-World Energy Conservation Day: ସୁରକ୍ଷିତ ଭବିଷ୍ୟତ ପାଇଁ ଲୋଡା ଶକ୍ତି ସଂରକ୍ଷଣ

ଏହି କାର୍ଯ୍ୟକ୍ରମରେ ଆଇ.ଇ.ଆଇ ଓଡିଶା ଶାଖାର ବିଭିନ୍ନ ଯାନ୍ତ୍ରିକ ବିଭାଗର ସଭ୍ୟବୃନ୍ଦ ଇଞ୍ଜିନିୟର ଚତୁର୍ମୁଖ ପଟ୍ଟନାୟକ, ଇଞ୍ଜିନିୟର କେଦାରନାଥ ଦାଶ, ଡ଼ଃ ବିମଲ କୁମାର ଷଡ଼ଙ୍ଗୀ , ପ୍ରଫେସର ଡ. ସୁଧାଂଶୁ ଶେଖର ଦାଶ, ଆବାହକ ଦିଲ୍ଲୀପ କୁମାର ସାହୁ ଓ ସହ ଆବାହକ ସଂଗ୍ରାମ କେଶରୀ ରାଉତରାୟ ଉପସ୍ଥିତ ଥିଲେ । ପ୍ରତିବର୍ଷ ଡିସେମ୍ବର 14 ତାରିଖରକୁ ଆମ ଦେଶରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଏ । ମୂଲ୍ୟ ଅନୁସାରେ ଉପଯୋଗ କରି ଶକ୍ତି ଉତ୍ପାଦନ ଓ ସମ୍ବଳ ସଂରକ୍ଷଣ ଦିଗରେ ଭାରତର ଉତ୍କୃଷ୍ଟ ଉପଲବ୍ଧି ଲକ୍ଷ୍ୟରେ ଏହି ଦିନକୁ ପାଳନ କରାଯାଏ । ଏହି ଦିନ ଶକ୍ତିକୁ ଆଗାମୀ ପିଢି ପାଇଁ ସଂରକ୍ଷିତ କରିବା ନେଇ ଲୋକଙ୍କୁ ସଚେତନତା କରାଯାଉ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.