ETV Bharat / state

ଓବିସି ପ୍ରେମୀ ନୁହନ୍ତି, ଓବିସି ବିରୋଧୀ ସରକାର: ନରସିଂହ ମିଶ୍ର - ସିଏଜି ରିପୋର୍ଟକୁ ନେଇ ସରାକରଙ୍କ ଉପରେ ବର୍ଷିଛି କଂଗ୍ରେସ

ଗୃହରେ ପ୍ରକାଶ ପାଇଥିବା ସିଏଜି ରିପୋର୍ଟକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ

'ଓବିସି ପ୍ରେମୀ ନୁହନ୍ତି, ଓବିସି ବିରୋଧୀ ସରକାର' : ନରସିଂହ ମିଶ୍ର

author img

By ETV Bharat Odisha Team

Published : Oct 5, 2023, 10:38 PM IST

'ଓବିସି ପ୍ରେମୀ ନୁହନ୍ତି, ଓବିସି ବିରୋଧୀ ସରକାର' : ନରସିଂହ ମିଶ୍ର

ଭୁବନେଶ୍ବର: ପ୍ରକାଶ ପାଇଛି ସିଏଜି ରିପୋର୍ଟ । ୨୦୨୨ ଆର୍ଥିକ ବର୍ଷର ରିପୋର୍ଟରେ ବହୁ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଏବଂ ଅନୁଦାନ ରାଶି ଖର୍ଚ୍ଚ କରି ନ ପାରିବାକୁ ନେଇ ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସିଏଜି ରିପୋର୍ଟରେ ୨୦୨୨ ଆର୍ଥିକ ବର୍ଷରେ ୩୭୭୦୬,୫୯ ଖର୍ଚ୍ଚ କରିନାହାନ୍ତି ସରକାର । ଦକ୍ଷତା ଅଭାବରୁ ଟଙ୍କା ଫେରିଯାଇଛି ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି । ମାର୍ଚ୍ଚ ୩୧ରେ ୩୫,୬୦୦.୦୪ କୋଟି ଟଙ୍କା ଫେରସ୍ଥ କରିଥିଲେ ରାଜ୍ୟ ସରକାର । ତେବେ ରାଜ୍ୟ ସରକାରଙ୍କ ସ୍ଥାନୀୟ ସଂସ୍ଥା ଗୁଡ଼ିକର ସମୀକ୍ଷା ପରେ ଜାଣିବାକୁ ପାଇଛି ସିଏଜି । ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ବିଷୟରେ ରିପୋର୍ଟରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

ଗୃହରେ ପ୍ରକାଶ ପାଇଥିବା ସିଏଜି ରିପୋର୍ଟକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାଜ୍ୟ ସରକାରଙ୍କ ପ୍ରଶାସନିକ ଦକ୍ଷତା ଅଭାବରୁ କେବଳ ଅର୍ଥ ଫେରିଯାଇନି, ବହୁ ଯୋଜନାରେ ଆର୍ଥିକ ଅନିୟମିତତା ମଧ୍ୟ ହୋଇଛି ବୋଲି ସିଏଜି ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ହିତାଧିକାରୀ ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ନାହିଁ । ଏହି ଦୁର୍ନୀତିର ଅନୁସନ୍ଧାନ ହେବାର ଆବଶ୍ୟକତା ରହିଛି ବୋଲି କଂଗ୍ରେସର କହିଛି । ଏସିଏସଟି ଏବଂ ଓବିସି ଛାତ୍ରଛାତ୍ରୀଙ୍କର ବୃତ୍ତି ପ୍ରଦାନରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

ନରସିଂହ ମିଶ୍ର କହିଛନ୍ତି,"ରାଜ୍ୟରେ ଏସି, ଏସଟି, ଓବିସି ଲୋକଙ୍କ ବିକାଶ ନହେବ ତାହାଲେ ଏ ସରକାର କାହାର ବିକାଶ କରିବେ ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟରେ ଏସି,ଏସଟି ପ୍ରାୟ ୩୯ ପ୍ରତିଶତ ଏବଂ ଓବିସିଙ୍କ ପ୍ରାୟ ହାରାହାରି ୬୦ ପ୍ରତିଶତ ଅଧିକା ଅଛନ୍ତି । ଯଦି ଓବିସିଙ୍କ ବିକାଶ ନହେଲା ତାହାଲେ କାହାର ବିକାଶ ହେବ ବୋଲି ପ୍ରଶ୍ନ କରିଛନ୍ତି । ଏହା ସହ ରାଜ୍ୟ ସରକାର ଓବିସି ପ୍ରେମୀ ନୁହନ୍ତି, ଓବିସି ବିରୋଧି ସରକାର। "

ଏହା ମଧ୍ୟ ପଢନ୍ତୁ ....ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ନିଲମ୍ବନ ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀଙ୍କୁ ସମୀରଙ୍କ ଚିଠି

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଗାଁରେ ଗରିବ ଲୋକଙ୍କ ଘର ନାହିଁ । ଘର ଆବଣ୍ଟନରେ ପାତରଅନ୍ତର ହୋଇଛି । ଯୋଗ୍ୟ ହିତାଧିକାରୀ ଘର ନପାଇ ଯେଉଁମାନଙ୍କର ଘର ଦ୍ୱାରା ଅଛି ସେମାନଙ୍କୁ ଘର ଦିଆଯାଇଛି । ଯାହା ଦୁର୍ଭାଗ୍ୟ ଜନକ । ସମ୍ବିଧାନ ସଂଶୋଧନ ହେବା ପରେ ପୌରପାଳିକା ଗୁଡ଼ିକରେ ପ୍ରଚଳିତ ବ୍ୟବସ୍ଥା କାର୍ଯ୍ୟକାରୀ ହେଉନାହିଁ । ରାଜ୍ୟ ସରକାର ତାର ନିୟମ ଉଲ୍ଲଘଂନ କରିଛନ୍ତି ।

ସିଏଜି ରିପୋର୍ଟ ଅନୁଯାୟୀ ପ୍ରାୟ ୯୩ଟି ଯୋଜନାରେ ଟଙ୍କାଟିଏ ବି ଖର୍ଚ୍ଚ ହୋଇନାହିଁ । କେଉଁ ମାସରେ କେତେ ଖର୍ଚ୍ଚ ହେବ ତାର ଗାଇଡ଼ଲାଇ ନଥିବା ବେଳେ ମାର୍ଚ୍ଚ ମାସରେ ୩୨ ପ୍ରତିଶତ ଖର୍ଚ୍ଚ ହୋଇଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.