ETV Bharat / state

ନନ୍ଦନକାନନର ନୂଆ ଅତିଥି ତାମରିନ-ଗୁଣ୍ଡୁଚି ମାଙ୍କଡ - ଗୁଣ୍ଡୁଚି ମାଙ୍କଡ

ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ଛୋଟ ଜନ୍ତୁ ହେଲେ ବି ପର୍ଯ୍ୟଟକଙ୍କ ପାଇଁ ସାଜିବ ଆକର୍ଷଣ । ଅଧିକ ପଢନ୍ତୁ

nandankanan zoological park
nandankanan zoological park
author img

By ETV Bharat Odisha Team

Published : Sep 1, 2023, 8:09 AM IST

nandankanan zoological park

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି । 2ଟି ତାମରିନ ମାଙ୍କଡ ଏବଂ 2ଟି ଗୁଣ୍ଡୁଚି ମାଙ୍କଡ ନନ୍ଦନକାନନକୁ ଆସିଛନ୍ତି । ଏମାନେ ଛୋଟ ହେଲେ ବି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିବେ । ହାଇଦ୍ରାବାଦରୁ ନନ୍ଦନକାନନକୁ ଅଣାଯାଇଛି ଏହି ଦୁଇ ପ୍ରଜାତିର ମାଙ୍କଡ । ଏମାନଙ୍କୁ ଏନକ୍ଲୋଜରରେ ଛଡାଯିବା ପୂର୍ବରୁ ଏକ ମାସ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ସେଲରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପ୍ରାଣୀ ଉଦ୍ୟାନ ଦ୍ୱାରା ସମୁଦାୟ 24 ବିଦେଶୀ ପ୍ରଜାତି ଅଧିଗ୍ରହଣ କରିବାକୁ ଯୋଜନା କରିଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷ ।

ଅନ୍ୟପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଆଇଜ୍ବାଲ ପ୍ରାଣୀ ଉଦ୍ୟାନ ମଧ୍ୟରେ ଜନ୍ତୁ ଅଦଳବଦଳ ପକ୍ରିୟାକୁ ନେଇ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ତେବେ ଏହି ପ୍ରାଣୀ ଉଦ୍ୟାନକୁ ଆସିବେ ଆହୁରି ନୂଆ ଅତିଥି । ହୁଲକ୍ ଗିବନ୍ ଓ ପିଗ ଟେଲ ମକ୍କା ସହ ହିମାଳୟାନ ବିୟର ନନ୍ଦନକାନନ ଆସୁଛନ୍ତି । ଏନେଇ ମିଜୋରାମ ଅଭିମୁଖେ ବାହାରିଛନ୍ତି ନନ୍ଦନକାନନର ୬ ଜଣିଆ ଟିମ ।

ଏହା ମଧ୍ୟ ପଢନ୍ତୁ-5T ଉପକ୍ରମରେ ନନ୍ଦନକାନନର ହେବ ରୂପାନ୍ତରଣ; ପ୍ଲାଷ୍ଟିକ ଫ୍ରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଅଦଳବଦଳ ପକ୍ରିୟା ଜାରି ରହିଛି । ବାହାର ରାଜ୍ୟରୁ ଅଣାଯାଇଛି ନୂଆ ନୂଆ ଜନ୍ତୁ । ଗତ ମାର୍ଚ୍ଚ ମାସରେ ଆଇଜ୍ବାଲ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଏକ ଯୋଡ଼ା ବାଘ ନେଇଥିଲା । ଯାହା ବଦଳରେ ଆଇଜ୍ବାଲ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୋଟିଏ ଯୋଡା ହୁଲକ୍ ଗିବନ୍, ଗୋଟେ ଯୋଡା ଘୁଷୁରୀ ଲାଞ୍ଜ ମାକେକ୍ ଓ ଏକ ନମ୍ବର ଓଗ୍ ମହିଳା ହିମାଳୟ ବ୍ଲାକ୍ ଭାଲୁ ଆସିବା ନେଇ ପକ୍ରିୟା ରହିଛି।

ଏହା ମଧ୍ୟ ପଢନ୍ତୁ-Nandankanan: ବଢୁଛି ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ, ୬୩୦ ଜୀବଜନ୍ତୁ ହେଲେ ପୋଷ୍ୟ

ଅନ୍ୟପଟେ ସଂନ୍ଧ୍ୟା ୫ଟାରୁ ବନ୍ଦ ହେଉଥିବା ନନ୍ଦନକାନନ ଏଣିକି ରାତିସାରା ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବା ନେଇ ବ୍ୟବସ୍ଥା କରାଯିବ । ଏହା ସହ ଜୀବଜନ୍ତୁଙ୍କ ଏନକ୍ଲୋଜର ବୁଲିବା ସହ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ପର୍ଯ୍ୟଟକଙ୍କ ପାଇଁ କରାଯିବ । ଏନେଇ ସେଣ୍ଟ୍ରାଲ ଜୁ ଅଥରିଟିକୁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରି ଦେଇଛି ବନ ବିଭାଗ । ଯଦି ଏହି ମାଷ୍ଟର ପ୍ଲାନରେ ମୋହର ଲାଗେ ତେବେ, ପର୍ଯ୍ୟଟକମାନେ ରାତିରେ ନନ୍ଦନକାନନ ବୁଲିବାର ମଜା ନେବା ସହ ସେଠାରେ ରାତ୍ରିଯାପନ ମଧ୍ୟ କରିପାରିବେ ବୋଲି ସୂଚନା ମିଳିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.