ETV Bharat / state

ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ

author img

By

Published : Dec 12, 2020, 8:01 PM IST

କେନ୍ଦ୍ରର ନୂତନ କୃଷି ଆଇନକୁ ବିରୋଧ କରି ଖୋର୍ଦ୍ଧା ମଳିପଡା ଟୋଲ ଗେଟ ସମ୍ମୁଖରେ ନବ ନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ । ଅଧିକ ପଢନ୍ତୁ...

ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ
ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ

ଖୋର୍ଦ୍ଧା: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ ପ୍ରକାଶ ପାଇଥିବା ବେଳେ ଖୋର୍ଦ୍ଧାରେ ମଧ୍ୟ ଏହାକୁ ବିରୋଧ କରାଯାଇଛି । ଜିଲ୍ଲା ମଳିପଡା ଟୋଲ ଗେଟ ସମ୍ମୁଖରେ ଶନିବାର ନବ ନିର୍ମାଣ କୃଷକ ସଙ୍ଗଠନ ବିକ୍ଷୋଭ କରିଛି।

ନୂତନ କୃଷି ଆଇନ କୃଷକ ଓ ଖାଉଟି ବିରୋଧୀ କଳା ଆଇନ ବୋଲି ସଙ୍ଗଠନ ଅଭିଯୋଗ କରିଛି । କୃଷି ଆଇନ ଓ ବିଦ୍ୟୁତ ସଂଶୋଧନ ବିଲ 2020 ର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଡାକରାକୁ ସମର୍ଥନ କରି ଶୁକ୍ରବାର ଓଡିଶା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମଳିପଡା ସ୍ଥିତ ଟୋଲ ଗେଟ ସମ୍ମୁଖରେ ଗଣବିକ୍ଷୋଭ କରାଯାଇଛି । ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ସାରା ଦେଶରେ ଟୋଲ ଫି ଛାଡ କରିବା ପାଇଁ ଆନ୍ଦୋଳନ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.