ETV Bharat / state

ନବନିର୍ମାଣ କୃଷକ ସଂଗଠନର ଚେତାବନୀ, ୭ ଦିନରେ ଚାଷୀଙ୍କ ସମସ୍ୟା ସମାଧାନ କର

ଚାଷୀଙ୍କ ଦାବି ପୂରଣ ନହେଲେ ପୁଣି ରାଜରାସ୍ତାକୁ ଓହ୍ଲାଇବୁ ବୋଲି କହିଛି ନର୍ବ ନିର୍ମାଣ କୃଷକ ସଂଗଠନ । ତେବେ ଖୋର୍ଦ୍ଧ ଜିଲ୍ଲାରେ ଚାଷୀଙ୍କୁ ମିଳିଥିବା ଲାପସ ଟୋକନକୁ ପୁନଃ ପ୍ରଦାନ ନେଇ ଦାବି କରିଛି ନବ ନିର୍ମାଣ କୃଷକ ସଂଗଠନ । ଅଧିକ ପଢନ୍ତୁ

author img

By

Published : Apr 4, 2022, 4:29 PM IST

ନବନିର୍ମାଣ କୃଷକ ସଂଗଠନର ଚେତାବନୀ, ୭ ଦିନରେ ଚାଷୀଙ୍କ ସମସ୍ୟା ସମାଧାନ କର
ନବନିର୍ମାଣ କୃଷକ ସଂଗଠନର ଚେତାବନୀ, ୭ ଦିନରେ ଚାଷୀଙ୍କ ସମସ୍ୟା ସମାଧାନ କର

ଖୋର୍ଦ୍ଧା: ଚାଷୀଙ୍କ ଦାବି ପୂରଣ ନହେଲେ ପୁଣି ରାଜରାସ୍ତାକୁ ଓହ୍ଲାଇବୁ ବୋଲି କହିଛି ନର୍ବ ନିର୍ମାଣ କୃଷକ ସଂଗଠନ । ତେବେ ଖୋର୍ଦ୍ଧ ଜିଲ୍ଲାରେ ଚାଷୀଙ୍କୁ ମିଳିଥିବା ଲାପସ ଟୋକନକୁ ପୁନଃ ପ୍ରଦାନ ନେଇ ଦାବି କରିଛି ନବ ନିର୍ମାଣ କୃଷକ ସଂଗଠନ । ଏଥିସହ ଗତ ମାସ ୧୭ ତାରିଖରେ ୩ ଦିନ ଧରି ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ଚାଷୀ ।

ସେହିପରି ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ପ୍ରତିଶୃତି ଦେବା ସହ ୧୦ ଦିନ ମଧ୍ୟରେ ସମାଧାନ ହେବା ନେଇ କହିଥିଲେ । ମାତ୍ର ୧୦ରୁ ଅଧିକ ଦିନ ବିତିଯାଇଥିଲେ ବି କୌଣସି ସମସ୍ୟାର ସମାଧାନ କରାଯାଇ ନାହିଁ । ଫଳରେ ଆଜି ପୁନର୍ବାର ନବନିର୍ମାଣ କୃଷକ ସଙ୍ଗଠନର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏହାର ସମାଧାନ ଦାବି କରିଛନ୍ତି ।

ଅନ୍ୟପଟେ ୭ଦିନ ମଧ୍ୟରେ ଏହାର ସମାଧାନ କରା ନ ଗଲେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପୁଣି ଥରେ ଆନ୍ଦୋଳନକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.