ETV Bharat / state

ପୁନଃ ଯାଞ୍ଚ ପରେ ଉତ୍କଳକୁ ନାକ୍‌ର A+ ମାନ୍ୟତା

author img

By ETV Bharat Odisha Team

Published : Nov 30, 2023, 10:00 PM IST

ନାକ୍‌ A+ ରାଙ୍କ ଫେରି ପାଇଲା ଉତ୍କଳ ବିଶ୍ବବିଦ୍ୟାଳୟ । ପୂର୍ବରୁ ନାକ୍‌ ଟିମ ଗସ୍ତ କରି ଏ ଗ୍ରେଡ ଦେଇଥିଲା । ଅଧିକ ପଢନ୍ତୁ

utkal university naac status
utkal university naac status
ପୁନଃ ଯାଞ୍ଚ ପରେ ଉତ୍କଳକୁ ନାକ୍‌ର A+ ମାନ୍ୟତା

ଭୁବନେଶ୍ବର: ନାକ୍‌ A+ ରାଙ୍କ ଫେରି ପାଇଲା ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ । ନାକ୍‌ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟକୁ ଯାଞ୍ଚ ପରେ ମିଳିଛି A+ ମାନ୍ୟତା । କିଛି ଦିନ ତଳେ ନାକ୍‌ ଟିମ ଗସ୍ତ କରି ଉତ୍କଳକୁ A ମାନ୍ୟତା ଦେଇଥିଲା । ଅଭିଯୋଗ ପରେ ପୁନଃ ଯାଞ୍ଚ କରି ଉତ୍କଳ ବିଶ୍ବବିଦ୍ୟାଳୟକୁ A+ ମାନ୍ୟତା ଦେଇଛି । ଏନେଇ ନାକ ପକ୍ଷରୁ ଆଜି (ଗୁରୁବାର) ସୂଚନା ଦିଆଯାଇଛି ।

କିଛି ଦିନ ତଳେ ଉତ୍କଳ ବିଶ୍ବବିଦ୍ୟାଳୟକୁ ନାକ୍‌ ଟିମ୍‌ ଗସ୍ତ କରି ଉତ୍କଳ ବିଶ୍ବବିଦ୍ୟାଳୟକୁ A ଗ୍ରେଡ ମାନ୍ୟତା ଦେଇଥିଲେ । ଅଭିଯୋଗ ପରେ ପୁନଃ ଯାଞ୍ଚ କରି ଉତ୍କଳ ବିଶ୍ବବିଦ୍ୟାଳୟକୁ ଦେଇଛି A+ ମାନ୍ୟତା ପାଇପାରିଛି । ତେବେ ନାକ୍‌ର ତଥ୍ୟ ଏବଂ ମୂଲ୍ୟାୟନ ରିପୋର୍ଟ ଅନୁଯାୟୀ, ୭ଟି ମାନଦଣ୍ଡ ଭିତ୍ତିରେ ମୂଲ୍ୟାୟନ କରାଯାଇଛି । ସେଗୁଡିକ ହେଲା ପାଠ୍ୟକ୍ରମ, ଶିକ୍ଷାଦାନ, ଗବେଷଣା ଓ ଅନୁସନ୍ଧାନ, ଭିତ୍ତିଭୂମି, ଛାତ୍ର ସମର୍ଥନ ଓ ପ୍ରଗତି, ନେତୃତ୍ବ ଓ ପରିଚାଳନା ଏବଂ ଶିକ୍ଷାନୁଷ୍ଠାନର ମୂଲ୍ୟ ଓ ନେତୃତ୍ବ ।

ଏହା ବି ପଢନ୍ତୁ- ଉତ୍କଳରେ ହ୍ରାସ ପାଇଲା NAAC ମାନ୍ୟତା, ସରକାରଙ୍କୁ ଦାୟୀ କଲେ ପୂର୍ବତନ କୁଳପତି

ତେବେ ଗ୍ରେଡ ପଏଣ୍ଟକୁ ଦେଖିଲେ ପାଠ୍ୟକ୍ରମରେ ୩.୫୭ ମାର୍କ ରହିଥିବା ବେଳେ ଶିକ୍ଷାଦାନ କ୍ଷେତ୍ରରେ ୩.୩୩, ଗବେଷଣା ଓ ଅନୁସନ୍ଧାନ ରେ ୩.୧୫, ଭିତ୍ତିଭୂମି ରେ ୩.୬୫, ଛାତ୍ର ସମର୍ଥନ ଓ ପ୍ରଗତି କ୍ଷେତ୍ରରେ ୩.୧୧, ନେତୃତ୍ବ ଓ ପରିଚାଳନା କ୍ଷେତ୍ରରେ ୨.୬୨ ଏବଂ ଶିକ୍ଷାନୁଷ୍ଠାନର ମୂଲ୍ୟ ଓ ନେତୃତ୍ବ କ୍ଷେତ୍ରରେ ୩.୩୭ ମୂଲ୍ୟାୟନ ହୋଇଛି । ମୋଟାମୋଟି ଭାବରେ ଉତ୍କଳ ବିଶ୍ବବିଦ୍ୟାଳୟ ୩.୨୬ ମାର୍କ ଦେଇଛି ନାକ୍‌ ଟିମ । ଦ୍ବିତୀୟ ଥର ପାଇଁ ପୁନଃ ଯାଞ୍ଚ କରିବା ପାଇଁ ସେପ୍ଟେମ୍ବର ୨୬ ତାରିଖରେ ଆସିଥିଲେ ନାକ୍‌ ଟିମ । ତେବେ ଏଠାରେ ୩ ଦିନ ରହି ୨୮ ତାରିଖରେ ବିଶ୍ଵବିଦ୍ୟାଳୟ ଯାଞ୍ଚ କରି ଫେରିଥିଲେ ।

ଏହା ବି ପଢନ୍ତୁ-ଉତ୍କଳ ବିଶ୍ବବିଦ୍ୟାଳୟର ୮୧ତମ ପ୍ରତିଷ୍ଠା ଦିବସ ପାଳିତ, ନାକ୍‌ ମୂଲ୍ୟାୟନ ନେଇ ହେଲା ଚର୍ଚ୍ଚା

ଏପଟେ ରେଭେନ୍ସା ବିଶ୍ବବିଦ୍ୟାଳୟର ନାକ୍‌ A++ ପାଇବା ପରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ନେଇ ଅନେକ ଆଶା ଆକାଂକ୍ଷା ରହିଥିଲା । ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ମଧ୍ୟ ଏନେଇ ଅଧିକ ଖୁସିବ୍ୟକ୍ତ କରିଛନ୍ତି । ରାଜ୍ୟର ପ୍ରଥମ ତଥା ସର୍ବପୁରାତନ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ ଠାରୁ ଆରମ୍ଭ କରି ଶୈକ୍ଷିକ ବାତାବରଣ କୌଣସି ଥିରେ କମ ନ ଥିବାବେଳେ ହଠାତ‌ କାହିଁକି ମାନ୍ୟତା ତଳକୁ ଖସିଲା ବୋଲି ରାଜ୍ୟ ତମାମ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରାଯାଇଥିଲା । ଯାହାଦ୍ବାରା ବିଶ୍ବବିଦ୍ୟାଳୟର ନାକ୍‌‌ ମାନ୍ୟତା ପୁନଃଯାଞ୍ଚ ଲାଗି ଆବେଦନ କରିଥିଲେ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.