ETV Bharat / state

Swarup Nayak Passes Away: ନୀରବି ଗଲା ସ୍ବରୂପ ନାୟକଙ୍କ ସ୍ବର - Ollywood

ଦୁନିଆକୁ ଅଲବିଦା କହିଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ । ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ହେବା ପରେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆସନ୍ତାକାଲି କଟକର ସତୀ ଚଉରା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଅଧିକ ପଢନ୍ତୁ

ଆରପାରିରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ

author img

By ETV Bharat Odisha Team

Published : Oct 27, 2023, 4:11 PM IST

Updated : Oct 27, 2023, 7:15 PM IST

ସ୍ବରୂପ ନାୟକଙ୍କ ବିୟୋଗରେ ଶୋକପ୍ରକାଶ କଲେ ଓଲିଉଡ ସେଲିବ୍ରିଟି

କଟକ: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ପରଲୋକ । ଦୀର୍ଘ ଦିନ ଧରି ଗଳା କର୍କଟ ରୋଗରେ ପୀଡ଼ିତ ଥିଲେ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ । ଅସୁସ୍ଥତା କାରଣରୁ ଗତ କିଛି ଦିନ ତଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ପରିବାର ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିୟାଇଛି । ସ୍ବରୂପ ନାୟକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ଓଲିଉଡ ସେଲିବ୍ରିଟି ଶୋକପ୍ରକାଶ କରିଛନ୍ତି । ଆସନ୍ତାକାଲି(ଶନିବାର) କଟକର ସତୀ ଚଉରା ଶ୍ମଶାନରେ ସ୍ବରୂପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

  • ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସ୍ୱରୂପ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ତାଙ୍କ ନିଆରା ସଙ୍ଗୀତ ରଚନା ସର୍ବଦା ଶ୍ରୋତାଙ୍କ ହୃଦୟରେ ସ୍ଵତନ୍ତ୍ର ହୋଇ ରହିବ। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ସେ ଚିରସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର…

    — Naveen Patnaik (@Naveen_Odisha) October 27, 2023 " class="align-text-top noRightClick twitterSection" data=" ">

ସ୍ବରୂପଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ଏକ୍ସରେ ମୁଖ୍ୟମନ୍ତ୍ରୀ ସ୍ବରୂପ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି, 'ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସ୍ୱରୂପ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ । ତାଙ୍କ ନିଆରା ସଙ୍ଗୀତ ରଚନା ସର୍ବଦା ଶ୍ରୋତାଙ୍କ ହୃଦୟରେ ସ୍ଵତନ୍ତ୍ର ହୋଇ ରହିବ । ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ସେ ଚିରସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଉଛି ।''

  • ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ତଥା ଅଭିନେତା ସ୍ୱରୂପ ନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସଙ୍ଗୀତ ନିର୍ଦ୍ଦେଶନାରେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ବିଶେଷ ଭାବରେ ଓଡ଼ିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତକୁ ତାଙ୍କର ଅବଦାନ ଅନେକ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଉଜ୍ଜ୍ୱଳ ପ୍ରତିଭାଙ୍କୁ…

    — Dharmendra Pradhan (@dpradhanbjp) October 27, 2023 " class="align-text-top noRightClick twitterSection" data=" ">

ସ୍ବରୂପଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ: ଏକ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବରୂପ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି, 'ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ତଥା ଅଭିନେତା ସ୍ୱରୂପ ନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସଙ୍ଗୀତ ନିର୍ଦ୍ଦେଶନାରେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ବିଶେଷ ଭାବରେ ଓଡ଼ିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତକୁ ତାଙ୍କର ଅବଦାନ ଅନେକ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଉଜ୍ଜ୍ୱଳ ପ୍ରତିଭାଙ୍କୁ ହରାଇଲା । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।'

କଟକ ସ୍ଥିତ ତାଙ୍କ ବାସଭବନରେ ତାଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି ଓଲିଉଡ ସେଲିବ୍ରିଟି । ସ୍ବରୂପ ନାୟକଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି ଓଲିଉଡ ଅଭିନେତା ଶ୍ରୀତମ ଦାସକହିଛନ୍ତି, ଏହା ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଘଟଣା । ଏହା ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି । ସ୍ବରୂପ ନାୟକଙ୍କ ଶେଷକୃତ୍ୟ କଟକ ସ୍ଥିତ ସତୀ ଚଉରା ଶ୍ମଶାନରେ ସମ୍ପନ୍ନ କରାଯିବ ବୋଲି ସୂଚନା ଦେଇଛନ୍ତି । ସେହିପରି ପ୍ରଯୋଜକ ବାପୁ ଲେଙ୍କା ଶୋକପ୍ରକାଶ କରି କହିଛନ୍ତି, 'ଆଜି ଆମେ ଗୋଟେ ହୀରାକୁ ହଜାଇଦେଇଛୁ।'

ବାବୁ ଦା’ ନାଁରେ ଥିଲେ ପରିଚିତ: ୧୯୪୭ ମସିହା ଫେବୃୟାରୀ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ସ୍ବରୂପ ନାୟକ । ସେ ବାବୁ ଦା' ନାମରେ ବେଶ ପରିଚିତ ଥିଲେ । ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଆଇ ଲଭୁ ୟୁ, ପୁଅ ମୋର ଭୋଳା ଶଙ୍କର, ଯଶୋଦା, ମୁଁ ତୁମକୁ ଭଲ ପାଏ, ଗାଁ ମଝିରେ ଚାନ୍ଦିନୀ, ଚାଲିରେ ତୋର ପଦ୍ମ ଫୁଟେ, ଉଦଣ୍ଡି ସୀତା ଭଳି ଅନେକ ଲୋକପ୍ରିୟ ଗୀତରେ ସେ ନିର୍ଦ୍ଦେଶନା ଦେଇ ସମସ୍ତଙ୍କ ମନ ଜିତିଥିଲେ ।

ହୀରାନୀଳା ଜରିଆରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଡେବ୍ୟୁ: ଜଣେ ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଥିଲେ ସ୍ବରୂପ ନାୟକ । ସେ ୮୦ ଦଶକରେ ଅନେକ ହିଟ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସେ ପ୍ରାୟ ୪୧ଟି ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୩୦ଟି ଫିଲ୍ମ ପାଇଁ ଗୀତ ରଚନା କରିଥିବା ବେଳେ ୬ଟି ଫିଲ୍ମରେ ପ୍ରଚ୍ଛଦପଟ ଗାୟକ ଭାବେ ଗୀତ ଦେଇଛନ୍ତି । ଏଥିସହ ୬ଟି ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି । ୧୯୮୪ ମସିହାରେ ହୀରାନୀଳା ଫିଲ୍ମ ସହ ସେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ ।

ଅନେକ ପୁରସ୍କାରରେ ସମ୍ମାନିତ: ସେ ୧୯୬୨ ମସିହାରେ ଜୟଦେବ ଫିଲ୍ମରେ ସେ ଶିଶୁ କଳାକାର ଭାବେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ତେବେ ସେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନରେ ବି ସମ୍ମାନିତ ହୋଇଛନ୍ତି । ମନ ରହିଗଲା ତୁମରି ଠାରେ ଓ କଥାନ୍ତର ପାଇଁ ସେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ କରିଥିଲେ । ଏହାସହ ବାଇସ୍କୋପ୍ ପୁରସ୍କାର -୨୦୦୬ ପାଇଥିଲେ ସ୍ବରୂପ ନାୟକ ଓ ବାଣୀଚିତ୍ର ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଓଡ଼ିଆ ଅଭିନେତ୍ରୀ ପାର୍ବତୀ ଘୋଷ ତାଙ୍କ ଭଉଣୀ ହୋଇଥିବା ବେଳେ ଫିଲ୍ମ ସଙ୍ଗୀତକାର ସାରଦା ପ୍ରସନ୍ନ ନାୟକ ତାଙ୍କ ଭାଇ ଅଟନ୍ତି ।

ଏହା ମଧ୍ୟ ପଢନ୍ତୁ: ମନୋଜ ମିଶ୍ର ବ୍ୟାନ; ବରଗଡ଼ରେ ଓଡ଼ିଆ ସିନେମା ପୋଷ୍ଟର ଫାଡି କୋଶଳ ସେନାର ବିରୋଧ ପ୍ରଦର୍ଶନ

Last Updated : Oct 27, 2023, 7:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.