ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ସହ ହୋଇପାରିଲାନି ସାକ୍ଷାତ, ହୋର୍ଡିଂ ଉପରେ ଚଢ଼ି ମୁକ୍ତିକାନ୍ତଙ୍କ ଆତ୍ମହତ୍ୟା ଧମକ

ଶିଶୁ ଭବନ ଛକରେ ଥିବା ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ିଲେ ରାଉରକେଲାର ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ଵାଳ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସୁଯୋଗ ନମିଳିବାରୁ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଉଥିବା ସୂଚନା । ଅଧିକ ପଢନ୍ତୁ

author img

By

Published : Dec 21, 2022, 11:53 AM IST

Updated : Dec 21, 2022, 2:03 PM IST

ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା ଧମକ
ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା ଧମକ
ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା ଧମକ

ଭୁବନେଶ୍ବର: ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଯୁବକଙ୍କ ଅଭିନବ ପ୍ରତିବାଦ । ଶିଶୁ ଭବନ ଛକରେ ଥିବା ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ିଲେ ରାଉରକେଲାର ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ଵାଳ । ବିଭିନ୍ନ ପ୍ରକଳ୍ପ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ରାଉରକେଲାରୁ ଭୁବନେଶ୍ବର ଚାଲିଚାଲି ଆସିଥିଲେ ମୁକ୍ତିକାନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସୁଯୋଗ ନମିଳିବାରୁ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଉଛନ୍ତି ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ଵାଳ । ଖବରପାଇ ଅଗ୍ନିଶମବାହିନୀ ଓ ପୋଲିସ ପହଞ୍ଚି ତାଙ୍କୁ ବୁଝାସୁଝା କରୁଥିବା ସୂଚନା ।

ଏହା ମଧ୍ୟ ପଢନ୍ତୁ: ଚୀନରେ ସାଙ୍ଘାତିକ କୋରୋନା ସ୍ଥିତି: ଜିନୋମ ସିକ୍ବେନ୍ସିଂ ପାଇଁ ନିର୍ଦ୍ଦେଶ, ଆଜି ସମୀକ୍ଷା କରିବେ ସ୍ବାସ୍ଥ୍ୟମନ୍ତ୍ରୀ

ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା ଧମକ

ସୂଚନାଅନୁସାରେ, ମୁଖ୍ୟମନ୍ତ୍ରୀ 2013 ମସିହାରେ ରାଉରକେଲାରେ ସରକାରୀ ହସ୍ପିଟାଲକୁ ସୁପର ସ୍ପେଶାଲିଟି ହସ୍ପିଟାଲର ମାନ୍ୟତା, କୋଏଲ ବ୍ୟାରେଜ, ରିଙ୍ଗ୍‌ ରୋଡ ଏବଂ ଶୀତଳ ଭଣ୍ଡାର ଭଳି ଅନେକ ବିକାଶର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦୀର୍ଘ 9 ବର୍ଷ ପରେ ବି କୌଣସି ପ୍ରତିଶ୍ରୁତି ପୂରଣ ନହେବାରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଥିଲେ । ଏକ ମାସ ଧରି ପଦଯାତ୍ରାରେ ରାଉରକେଲାରୁ ନବୀନ ନିବାସ ଆସିଥିଲେ ମୁକ୍ତିକାନ୍ତ । କିନ୍ତୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହୋଇନପାରିବା କାରଣରୁ ଏଭଳି ଚରମ ପନ୍ଥା ଆପଣେଇ ଥିବା ସୂଚନା ମିଳିଛି । ୭ଦିନ ଅପେକ୍ଷା କରିଥିଲେ ମଧ୍ୟ ସାକ୍ଷାତ ହୋଇପାରିନଥିଲା ।

ତେବେ ମୁକ୍ତିକାନ୍ତ ହୋର୍ଡିଂ ଉପରେ ଚଢିଥିବା ବେଳେ ହାତରେ ଏକ ବୋତଲ ଧରି କିଛି ଇଶାରା କରୁଥିବା ଦେଖାଦେଇଛି । ତେବେ ବୋତଲ ଭିତରେ କଣ ରହିଛି ସେ ନେଇ ସ୍ପଷ୍ଟ ହୋଇନାହିଁ । ତେବେ ପ୍ରକାଶଯୋଗ୍ୟ ଯେ,ପୂର୍ବରୁ 2018ରେ ମଧ୍ୟ ଏକ ପଦଯାତ୍ରା କରି ଭୁବନେଶ୍ଵର ଆସିଥିଲେ ମୁକ୍ତିକାନ୍ତ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 21, 2022, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.