ETV Bharat / state

ମୁକ୍ତେଶ୍ଵର ନୃତ୍ୟ ମହୋତ୍ସବ ଆରମ୍ଭ, ପ୍ରଥମ ସନ୍ଧ୍ୟାରେ ଝୁମିଲେ ଦର୍ଶକ - ଓଡିଶା ଭାଷା ସାହିତ୍ୟ ବିଭାଗ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ

ଭୁବନେଶ୍ବର ଆରମ୍ଭ ହୋଇଯାଇଛି ମୁକ୍ତେଶ୍ବର ନୃତ୍ୟ ମହୋତ୍ସବ । ଶୀତୁଆ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଛି ଓଡି଼ଶୀ ନୃତ୍ୟ । ଅଧିକ ପଢନ୍ତୁ

ମୁକ୍ତେଶ୍ଵର ନୃତ୍ୟ ମହୋତ୍ସବ
ମୁକ୍ତେଶ୍ଵର ନୃତ୍ୟ ମହୋତ୍ସବ
author img

By

Published : Jan 15, 2023, 9:05 AM IST

ମୁକ୍ତେଶ୍ଵର ନୃତ୍ୟ ମହୋତ୍ସବ

ଭୁବନେଶ୍ବର: ରାଜଧାନୀରେ ଭୁବନେଶ୍ବର ଆରମ୍ଭ ହୋଇଯାଇଛି ମୁକ୍ତେଶ୍ବର ନୃତ୍ୟ ମହୋତ୍ସବ । ଶନିବାର ଠାରୁ ତିନି ଦିନ ଧରି ଏହି ମହୋତ୍ସବ ଚାଲିବ । ରାଜ୍ୟ ତଥା ଦେଶ ବିଦେଶରୁ ବହୁ କଳାକାର ଏଥିରେ ସାମିଲ ହୋଇଛନ୍ତି । ମୁକ୍ତେଶ୍ଵର ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଝୁମିଛି ରାଜଧାନୀ । ଶୀତୁଆ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଛି ଓଡି଼ଶୀ ନୃତ୍ୟ । ରାଜ୍ୟ ତଥା ବିଦେଶୀ କଳାକାରଙ୍କ ସମାଗମ ପରିବେଶକୁ ଅଧିକ ରୁଦ୍ଧିମନ୍ତ କରି ତୋଳିଛି । ଓଡିଶୀ ନୃତ୍ୟୁଗୁରୁ ଅରୁଣା ମହାନ୍ତିଙ୍କ ଟିମ୍ ଦ୍ୱାରା ପରିବେଷିତ ନୃତ୍ୟ ଦର୍ଶକ ବେଶ୍ ଉପଭୋଗ କରିଛନ୍ତି । କଳାକାରମାନେ ଶିବ ନୃତ୍ୟ ମଧ୍ୟ ପରିବେଷଣ କରିଛନ୍ତି ।

ହକି ବିଶ୍ବକପ୍‌ ପାଇଁ ରଙ୍ଗୀନ ଆଲୋକମାନେ ଝଟକୁଥିବା ଭୁବନେଶ୍ବରେ ଭିନ୍ନ ପରିବେଶ ସୃଷ୍ଟି ହୋଇଥିବା ବେଳେ ମୁକ୍ତେଶ୍ବର ନୃତ୍ୟ ମହୋତ୍ସବରେ କମ୍ପୁଛି ଏକାମ୍ର କ୍ଷେତ୍ର । ବିଭିନ୍ନ ଥିମରେ ନୃତ୍ୟ ପରିବେଷଣ ଏବଂ ରାଜ୍ୟ ତଥା ଦେଶବିଦେଶର କଳାକାରଙ୍କ ଉପସ୍ଥିତି ଏକ ଆନନ୍ଦମୟ ପରିବେଶ ସୃଷ୍ଟି କରିଛି । ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଏହି ମହୋତ୍ସବର ଆୟୋଜନ କରାଯାଇଛି ।

ଓଡ଼ିଶାର କଳା ସଂସ୍କୃତିକୁ ଅଧିକ ନିକଟତର କରିଛି ମୁକ୍ତେଶ୍ଵର ନୃତ୍ୟ ମହୋତ୍ସବ । ରାଜ୍ୟର କଳା, ସଂସ୍କୃତି, ଓଡିଶୀ ନୃତ୍ୟ ବିଶ୍ୱ ଦରବାରରେ ନିଜସ୍ୱ ପରିଚୟ ସୃଷ୍ଟି କରିଛି । ଏହି ମହୋତ୍ସବ ପାଇଁ ବିଦେଶୀ କଳାକାରମାନେ ବହୁପୂର୍ବରୁ ଯୋଗାଯୋଗ କରିଛନ୍ତି । ଓଡିଶୀ ଏବଂ ଅନ୍ୟାନ୍ୟ ନୃତ୍ୟ ଏହି ମହୋତ୍ସବକୁ ଅଧିକ ସୁଦୂର ପ୍ରସାରି କରିଛି ବୋଲି କହିଛନ୍ତି ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ।

ଏହାମଧ୍ୟ ପଢନ୍ତୁ: Dot Fest In Bhubaneswar: ଆଜିଠୁ ଡଟ୍‌ ଫେଷ୍ଟ, ଲୋକଙ୍କୁ ସୁରକ୍ଷା ଦେବେ ପୋଲିସ ମିତ୍ର

ଓଡିଶା ଭାଷା ସାହିତ୍ୟ ବିଭାଗ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ, ''ଓଡିଆ ସଂସ୍କୃତି ଓ ଐତିହ୍ୟକୁ ନେଇ ଆମେ ସର୍ବଦା ଗର୍ବ କରିଥାଉ । ୧୯୮୪ ମସିହାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଓଡିଶୀ ନୃତ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।'' ଏହାସହିତ ସେ ଓଡିଶା ତଥା ରାଜ୍ୟ ବାହାରୁ ଆସିଥିବା କଳାକାରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.