ETV Bharat / state

Diwali2023: ଆଜି ଆଲୋକର ପର୍ବ ଦୀପାବଳି, ମୃତ୍ତିକା ମେଳାରେ ଲୋକଙ୍କ ଭିଡ

author img

By ETV Bharat Odisha Team

Published : Nov 12, 2023, 9:17 AM IST

ଆଜି ପୁରଠୁ ପଲ୍ଲୀ ଉତ୍ସବମୁଖର । ବଡ଼ ବଡ଼ିଆଙ୍କୁ ଡାକିବା ସହ ବାଣ ଫୁଟାଇ ଦୀପାବଳି ପାଳିବେ ଲୋକେ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର । ଦୀପାବଳି ପୂର୍ବରୁ ଏଠାରେ ଆରମ୍ଭ ହୋଇଛି ମୃତ୍ତିକା ମେଳା । ପ୍ରଦୂଷଣ ମୁକ୍ତ ଦୀପାବଳକୁ ନଜରରେ ରଖି ଏହି ମେଳାରେ ବିକ୍ରି ହେଉଛି ଭଳିକି ଭଳି ମାଟି ଦୀପ । ଅଧିକ ପଢ଼ନ୍ତୁ

Diwali2023: ରାତିପାହିଲେ ଆଲୋକର ପର୍ବ ଦୀପାବଳି, ମୃତ୍ତିକା ମେଳାରେ ଭିଡ

ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି । ଦୀପାବଳି ଅମାବାସ୍ୟାରେ ଦୀପ ଜାଳି ବଡ଼ ବଡ଼ିଆଙ୍କୁ ସ୍ୱର୍ଗକୁ ବାଟ ଦେଖାଇବା ବିଶ୍ୱାସ ରହିଛି । ତେଣୁ ଦୀପାବଳିରେ ଦୀପର ଚାହିଦା ଅଧିକା ରହିଥାଏ । ତା ସହିତ ବାଣ ଫୁଟାଇ ଦୀପାବଳି ପାଳିବା ପରମ୍ପରା ପ୍ରଚଳିତ ହୋଇଆସୁଥିବାବେଳେ ଏଥର କିନ୍ତୁ ପ୍ରଦୂଷଣମୁକ୍ତ ଦୀପାବଳି ପାଳିବ ସାରା ଦେଶ । ରାଜଧାନୀବାସୀ ମଧ୍ୟ ବିନା ବାଣରେ ସେହି ପାରମ୍ପରିକ ଢଙ୍ଗରେ ଦୀପାବଳି ପାଳିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଆରମ୍ଭ ହୋଇଛି ମୃତ୍ତିକା 2023 ।

ଏହା ମଧ୍ୟ ପଢନ୍ତୁ ...କାଳୀପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ପୂଜା ମଣ୍ଡପରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଏଥର ଟିକେ ଦୀପର ଚାହିଦା ବଢି ଯାଇଛି। ରାଜଧାନୀର ଦୀପ ବଜାରରେ ଲାଗିଛି ଗ୍ରାହକଙ୍କ ଭିଡ । ଭଳିକି ଭଳି ଡିଜାଇନର ଦୀପ ଓ ରଙ୍ଗୀନ ଦୀପ କିଣିବା ପାଇଁ ରାଜ୍ୟସରକାରଙ୍କ ମୃତ୍ତିକା ମେଳାରେ ଲାଗିଛି ରାଜଧାନୀବାସୀଙ୍କ ଭିଡ଼ । ରାଜଧାନୀବାସୀ ଗୋଟିଏ ଜାଗାରେ ଭିନ୍ନ ଭିନ୍ନ ରକମର ମାଟି ଦୀପ ପାଇଥିବାରୁ ମନ ପସନ୍ଦର ଦୀପ କିଣି ନେଇଛନ୍ତି । ହାତୀ ଦୀପ, ମୟୂର ଦୀପ, କଳସରେ ସଜ ଦୀପ ଏମିତି ଅନେକ କିସମର ଦୀପ ବିକ୍ରି ହେଉଥିବାବେଳେ ଗ୍ରାହକଙ୍କ ମନପସନ୍ଦକୁ ନେଇ ବ୍ୟବସାୟୀ ବି ଦୀପ ଯୋଗାଡ଼ି ଦେଉଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ ....Diwali 2023: କଟକରେ ରାତି 10ଟା ପରେ ବାଣ ଫୁଟାକୁ ନା, 80ଟି ମଣ୍ଡପରେ ପୂଜା ପାଇବେ ମା’

ସେପଟେ ଏହି ଆଲୋକର ପର୍ବ ଏକ ଖୁସିର ପର୍ବ ହୋଇଥିବାବେଳେ ରାଜଧାନୀବାସୀ ବ୍ୟବସାୟୀଙ୍କଠାରୁ ମନପସନ୍ଦର ଦୀପ କିଣି ଯେତିକି ଖୁସି ହେଇଛନ୍ତି ସେତିକି ଖୁସି ହୋଇଛି ବ୍ୟବସାୟୀ । କାରଣ ମାଟିକୁ ଚକଟି ତାକୁ ସୁନ୍ଦର ଡିଜାଇନର ଆକାର ଦେବା ସହିତ ରଙ୍ଗ କରି କଳା କୌଶଳରେ କାରିଗର ବା କୁମ୍ଭାରଟିଏ ଦୀପ ଗଢ଼ିଥାଏ । ତାର କୌଳିକ ବୃତ୍ତିକୁ ବଞ୍ଚାଇବା ସହ ରୋଜଗାର ପାଇବା ପାଇଁ ଏଭଳି ବଡ଼ ବଜାରରେ ଯେତେବେଳେ ବ୍ୟବସାୟୀଙ୍କ ଜିନିଷ ବିକ୍ରି ହୁଏ ତାଙ୍କ ମନରେ ଖୁସିର ଲହରୀ ଖେଳିଯାଏ । ତେଣୁ ଦୀପାବଳିରେ ଘର ସଜାଇବା ପାଇଁ ଦୀପ ସହ ଘରକରଣା ଓ ମାଟିର ବିଭିନ୍ନ ଡ଼ିଜାଇନର ଭଳିକି ଭଳି ରଙ୍ଗୀନ ଜିନିଷ ଲୋକମାନେ କିଣି ନେଉଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ ...Bhadrak Kali Puja: ରାତି ପାହିଲେ କାଳୀ ପୂଜା, ଉତ୍ସବମୁଖର ଭଦ୍ରକ

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.