ETV Bharat / state

ପାମ ଅଏଲ ବିକାଶ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

author img

By

Published : May 31, 2023, 1:49 PM IST

ପାମ ଅଏଲ ବିକାଶ ପାଇଁ କୃଷି ଭବନରେ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା । ଅଧିକ ପଢନ୍ତୁ

Oil Palm Development
Oil Palm Development

ଭୁବନେଶ୍ବର: ପାମ ଅଏଲ ବିକାଶ ପାଇଁ କୃଷି ଭବନରେ ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଓଡ଼ିଶାରେ ପାମ ଅଏଲ ଚାଷକୁ ସଂପ୍ରସାରିତ କରି ଖାଇବା ତେଲ ଆମଦାନୀ ହ୍ରାସ କରିବା ଲକ୍ଷ୍ୟରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ରୀୟ ଯୋଜନା ନ୍ୟାସନାଲ ମିଶନ ଅନ ଏଡିବୁଲ ଅଏଲ ପାମ ଯୋଜନାକୁ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ୧୦ଟି କମ୍ପାନୀଙ୍କ ସହ ୨୦ଟି ଜିଲ୍ଲାରେ ପାମ ଅଏଲ ଚାଷ କରିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଯୋଜନାରେ କ୍ଷେତ୍ର ସଂପ୍ରସାରଣ ଏବଂ ଅଶୋଧିତ ପାମ ଅଏଲ ଉତ୍ପାଦନ ବୃଦ୍ଧି ମାଧ୍ୟମରେ ଦେଶ ଆମଦାନୀ କରୁଥିବା ଖାଇବା ତେଲକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଆୟୋଜିତ କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଉପସ୍ଥିତିରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ପାମ ଅଏଲ କମ୍ପାନୀମାନଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ୨୦୨୧-୨୨ ମସିହାରୁ ୨୦୨୫-୨୬ ମସିହା ପର୍ଯ୍ୟନ୍ତ ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ୧୦ ହଜାର ୫୦୦ ହେକ୍ଟର ଜମିରେ ପାମ ଅଏଲ ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୯୫୦ ହେକ୍ଟର ଜମିରେ ପାମ ଅଏଲ ଚାଷ କରାଯାଇଛି । ଚଳିତ ବର୍ଷ ରାଜ୍ୟରେ ୧୧୦୦ ହେକ୍ଟର ଏବଂ ଆଗାମୀ ଦୁଇ ବର୍ଷରେ ୫ ହଜାର ହେକ୍ଟର ଜମିରେ କ୍ଲଷ୍ଟର ଭିତ୍ତିରେ ପାମ ଅଏଲ ଚାଷ କରିବା ପାଇଁ ଯୋଜନା ରହିଛି ।

ବୁଝାମଣାପତ୍ର ଅନୁଯାୟୀ ଆବଣ୍ଟିତ କରାଯାଇଥିବା ଜିଲ୍ଲାରେ ଉକ୍ତ କମ୍ପାନୀଗୁଡ଼ିକ ବିହନ ବଗିଚା ପ୍ରତିଷ୍ଠା, ନର୍ସରୀ ସ୍ଥାପନ ମାଧ୍ୟମରେ ପାମ ଅଏଲ ଚାରାର ଉତ୍ପାଦନ, କ୍ଷେତ୍ର ସଂପ୍ରସାରଣ କରିବା ସହିତ ଅତି କମ୍‌ରେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ପାମ ଅଏଲ ତେଲ ଉତ୍ପାଦନ କାରଖାନା ସ୍ଥାପନ କରିବେ । ଏତଦ୍ ବ୍ୟତୀତ ରାଜ୍ୟ ସରକାର ପାମ ଅଏଲ କମ୍ପାନୀ ସହଯୋଗରେ ପାମ ଅଏଲ ବଗିଚାକୁ ସୁରକ୍ଷିତ ରଖିବା ପାଇଁ ବାଡ ବ୍ୟବସ୍ଥା, ମକା, ମିଲେଟ, ପନିପରିବା, ବନ୍ଧାକୋବି ଏବଂ କପା ଇତ୍ୟାଦି ଅନ୍ତଃଫସଲ ଚାଷ ଏବଂ ଅଣୁ ଜଳସେଚନ ବ୍ୟବସ୍ଥା କରିବେ ।

ରାଜ୍ୟର କୃଷକ ହିତାଧିକାରୀଙ୍କୁ ବୃକ୍ଷରୋପଣ ସମୟରେ ହେକ୍ଟର ପିଛା ୨୯ ହଜାର ଟଙ୍କା ପର୍ଯ୍ୟନ୍ତ କେନ୍ଦ୍ରୀୟ ଯୋଜନା ଅଧିନରେ ସହାୟତା ଯୋଗାଇ ଦିଆଯିବ । ଅମଳ ହୋଇଥିବା ସତେଜ ଫଳ କାନ୍ଧି ଗୁଡ଼ିକୁ ପାମ ଅଏଲ କମ୍ପାନୀଗୁଡ଼ିକ ସରକାରୀ ଘୋଷିତ ମୂଲ୍ୟରେ ଡିବିଟି ମାଧ୍ୟମରେ କ୍ରୟ କରିବେ ଏବଂ ସୂତ୍ର ମୂଲ୍ୟ, ଘୋଷିତ ମୂଲ୍ୟଠାରୁ କମ ହେଲେ ଭାଏବୁଲ ଗ୍ୟାପ ପ୍ରାଇସ ମାଧ୍ୟମରେ ଅଧିକ ସହାୟତା କରାଯିବ । ଭାରତ ବିଶ୍ୱ ବଜାରରେ ଖାଇବା ତେଲର ବୃହତ୍ତମ ଆମଦାନୀକାରୀ ରାଷ୍ଟ୍ର । ୨୦୨୦-୨୧ ମସିହାରେ ଭାରତ ପ୍ରାୟ ୧୩୩.୫୦ ଲକ୍ଷ ଟନ ଖାଇବା ତେଲ ଆମଦାନୀ କରିଥିଲା । ସେଥି ମଧ୍ୟରୁ ପାମ ଅଏଲର ଅଂଶ ପ୍ରାୟ ୫୬ ପ୍ରତିଶତ ଅଟେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.