ETV Bharat / state

ନଗର ଉନ୍ନୟନ ଓ ସହରାଞ୍ଚଳ ପରିଚାଳନା ସଂସ୍ଥା ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ମୁକ୍ତା ଯୋଜନାରେ ଯୋଡ଼ି ହେଲେ ଏସଏଚଜି ଓ ବସ୍ତି ଉନ୍ନୟନ କମିଟି । ଏଥି ନିମନ୍ତେ ନଗର ଉନ୍ନୟନ ବିଭାଗ ଓ ସହରାଞ୍ଚଳ ପରିଚାଳନା ସଂସ୍ଥା ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ । ଅଧିକ ପଢ଼ନ୍ତୁ

author img

By

Published : Feb 24, 2023, 12:10 PM IST

ମୁକ୍ତା ଯୋଜନାରେ ଯୋଡ଼ି ହେଲେ ଏସଏଚଜି ଓ ବସ୍ତି ଉନ୍ନୟନ କମିଟି

ଭୁବନେଶ୍ବର: ମୁକ୍ତା ଯୋଜନା ହେବ ଆହୁରି ଅଧିକ ଗତିଶୀଳ । ମୁକ୍ତା ଯୋଜନାରେ ଯୋଡ଼ି ହେଉଥିବା ଏସଏଚଜି ଓ ବସ୍ତି ଉନ୍ନୟନ କମିଟିଗୁଡ଼ିକର ଦକ୍ଷତା ବିକାଶ କରିବା ସରକାରଙ୍କ ଲକ୍ଷ୍ୟ । ଏହାକୁ ପ୍ରଥମିକତା ଦେଇଛି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ମୁକ୍ତା ଯୋଜନାରେ ଏସଏଚଜିମାନଙ୍କର ଯୋଗଦାନ ବୃଦ୍ଧି ହେବା ସହ କାର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଛି । ଏହାଦ୍ବାରା ସହରାଞ୍ଚଳଗୁଡ଼ିକରେ କଣ୍ଟ୍ରାକ୍ଟର ମୁକ୍ତ ହେବା ସହ ଗୋଷ୍ଠୀ କଣ୍ଟ୍ରାକ୍ଟର ବ୍ୟବସ୍ଥାର ଉନ୍ନତି ଅଣିବା ନିମନ୍ତେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଲକ୍ଷ୍ୟ ରଖିଛି ।

ବର୍ତ୍ତମାନ ରାଜ୍ୟର ୧୧୫ ପୈାରାଞ୍ଚଳରେ ୨୦ ହଜାରରୁ ଅଧିକ ଏସଏଚଜି ଓ ୧ ହଜାରରୁ ଅଧିକ ବସ୍ତି ଉନ୍ନୟନ କମିଟି ମୁକ୍ତା ଯୋଜନାରେ ବିଭିନ୍ନ ଉନ୍ନୟନମୂଳକ କାମ ହାତକୁ ନେଇ କାର୍ଯ୍ୟ କରୁଛନ୍ତି । ଯାହାଦ୍ବାରା ଏହି ଯୋଜନାର ରୂପ ରେଖ ବୃଦ୍ଧି ହେବାରେ ଲାଗିଛି । ଏହି ସଂସ୍ଥା ତୃଣମୂଳ ସ୍ତରରେ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସହଯୋଗ କରିବ ବୋଲି ବିଭାଗ କହିଛି । ଏସଏଚଜି ଓ ବସ୍ତି ଉନ୍ନୟନ ସଂସ୍ଥାଗୁଡ଼ିକୁ ତାଲିମ ପ୍ରଦାନ କରାଯିବ । ଏସଏଚଜିମାନଙ୍କୁ ନାନେ କଣ୍ଟ୍ରାକ୍ଟର ଭାବେ ବର୍ତ୍ତମାନ ବିଭାଗ ଗ୍ରହଣ କରୁଛି ।

ସେମାନଙ୍କୁ ଯେପରି କେହି ଠକି ନ ପାରିବେ ଓ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବେ ସହ ତାଲିମ ପ୍ରଦାନ କରାଯିବ । ଏଥିପାଇଁ ୯ ଟି କ୍ଲଷ୍ଟରରେ ୧୧୫ ଟି ପୈାରାଞ୍ଚଳରେ ଏହି ତାଲିମ ପ୍ରଦାନ କରାଯିବ । ଏହା ନିୟମିତ ଭାବେ ଜାରି ରହିବ । ତାଲିମ ପରେ ମଧ୍ୟ ଆସେସମେଣ୍ଟ କରାଯାଇ ଗୋଷ୍ଠୀଗୁଡ଼ିକର ଦକ୍ଷତା ବୃଦ୍ଧି କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ୫ଟି ପଦକ୍ଷେପ ଅନ୍ତର୍ଗତ ଏହି ସହରୀ କର୍ମ ନିଯୁକ୍ତି ଯୋଜନା ଜାରି ରହିଛି ।

କୋଭିଡ ସମୟରେ ଅନିଶ୍ଚିତତା, ବ୍ୟାଘାତ ଏବଂ ସଙ୍କଟର ମୁକାବିଲା ପାଇଁ ସହରାଞ୍ଚଳର ଗରିବ, ଅନୈାପଚାରିକ ତଥା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ବଡ଼ ଯୋଜନାରେ ପରିଣତ ହୋଇଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୧୧୫ଟି ସହରରେ ୭ ଲକ୍ଷ ସହରୀ ଗରିବ ଏବଂ ପ୍ରବାସୀ ଶ୍ରମିକ ୨୦୮ କୋଟି ଟଙ୍କା ମୂଲ୍ୟର ୨୨ ହଜାର ୫୦୦ ଗୋଷ୍ଠିସ୍ତରୀୟ ବିକାଶ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଯେଉଁଥିରେ ପକ୍କା ସଡ଼କ, ଡ୍ରେନ, ବର୍ଷା ଜଳ ଅମଳ, କମ୍ୟୁନିଟି ସେଣ୍ଟର, ବୃକ୍ଷରୋପଣ, ଜଳାଶୟ ପୁନରୁଦ୍ଧାର ଏବଂ ସର୍ବସାଧାରଣ ସ୍ଥାନ ଆଦିର ବିକାଶ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି । ମିଶନ ଶକ୍ତି ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଙ୍ଗଠନ ଓଡ଼ିଶା ସରକାରଙ୍କ ଏହି ଉଚ୍ଚାଭିଳାଷୀ ଯୋଜନା ଅଧୀନରେ କାର୍ଯ୍ୟକାରୀ ସହଭାଗୀ ଭାବରେ ନିୟୋଜିତ ହୋଇଛନ୍ତି । ବୁଝାମଣା ପତ୍ର ସ୍ୱାକ୍ଷର ସମୟରେ ନଗର ଉନ୍ନୟନ ବିଭାଗ ଯୁଗ୍ମ ସଚିବ ତଥା ମୁକ୍ତା ଯୋଜନା ରାଜ୍ୟ ନୋଡାଲ ଅଧିକାରୀ ଶାରଦା ପ୍ରସାଦ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.