ETV Bharat / state

ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଆମେରିକାନ୍‌ ଇଣ୍ଡିଆନ୍‌ ଫାଉଣ୍ଡେସନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଆମେରିକାନ୍‌ ଇଣ୍ଡିଆନ୍‌ ଫାଉଣ୍ଡେସନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ମୟୂରଭଞ୍ଜର ଠାକୁରମୁଣ୍ଡା ଓ ଗୋପବନ୍ଧୁ ନଗର ବ୍ଲକ୍‌ରେ ଶିଶୁମାନଙ୍କ ସାମୂହିକ ବିକାଶ ଉଦ୍ଦେଶ୍ୟରେ ଏକ ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ ହେବ । ଅଧିକ ପଢ଼ନ୍ତୁ

author img

By

Published : Nov 29, 2022, 11:02 PM IST

ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଆମେରିକାନ୍‌ ଇଣ୍ଡିଆନ୍‌ ଫାଉଣ୍ଡେସନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଆମେରିକାନ୍‌ ଇଣ୍ଡିଆନ୍‌ ଫାଉଣ୍ଡେସନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଆମେରିକାନ୍‌ ଇଣ୍ଡିଆନ୍‌ ଫାଉଣ୍ଡେସନ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌ ଓ ବିଭାଗୀୟ କମିଶନର ତଥା ଶାସନ ସଚିବ ଶୁଭା ଶର୍ମାଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଆମେରିକାନ୍‌ ଇଣ୍ଡିଆନ୍‌ ଫାଉଣ୍ଡେସନ ସହଯୋଗରେ ଶିଶୁମାନଙ୍କ ସାମୂହିକ ବିକାଶ ଉଦ୍ଦେଶ୍ୟରେ ଏକ ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ ହେବ । ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ନିତ୍ୟାନନ୍ଦ ବାରିକ ଏବଂ ଫାଉଣ୍ଡେସନ ପକ୍ଷରୁ ଏହାର ନିର୍ଦ୍ଦେଶକ ମାଥ୍ୟୁ ଜୋଶେଫ୍‌ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି ।

ଏନେଇ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌ କହିଛନ୍ତି, "ମହିଳା ଓ ଶିଶୁ ବିକାଶ ବିଭାଗ ଶିଶୁ ଖାଦ୍ୟରେ ଉତ୍କର୍ଷ ଆଣିବା ଓ ସେମାନଙ୍କ ଗୁରୁତର ପୁଷ୍ଟିହୀନତାକୁ ରୋକିବା ଉଦ୍ଦେଶ୍ୟରେ ଅନେକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛି । ଗୋଷ୍ଠୀ ଆଧାରିତ ପୁଷ୍ଟି ପରିଚାଳନା କାର୍ଯ୍ୟକ୍ରମରେ ବର୍ଦ୍ଧିତ ଛତୁଆର ବ୍ୟବସ୍ଥା । ୬ ବର୍ଷର କମ୍‌ ପିଲାମାନଙ୍କ ପାଇଁ ପରିପୂରକ ପୁଷ୍ଟି ଯୋଜନା ଅଧୀନରେ ଖାଦ୍ୟ ବିବିଧତାକୁ ପ୍ରୋତ୍ସାହନ, ‘ଟିକି ମାଉସୀ’ ମାସ୍କଟ ମାଧ୍ୟମରେ ପୁଷ୍ଟି ସଚେତନତା ବାର୍ତ୍ତାର ପ୍ରସାର, କଳିକା ଗୋଷ୍ଠୀଗତ କ୍ରେଚ୍‌, ପଡ଼ାପୁଷ୍ଟି କାର୍ଯ୍ୟକ୍ରମ ଆଦି ସେଥିରେ ଅନ୍ତର୍ଭୁକ୍ତ ।"

ମୟୂରଭଞ୍ଜର ଠାକୁରମୁଣ୍ଡା ଓ ଗୋପବନ୍ଧୁ ନଗର ବ୍ଲକ୍‌ରେ ଶିଶୁ ସ୍ବାସ୍ଥ୍ୟ, ପୁଷ୍ଟି ଓ ପ୍ରାରମ୍ଭିକ ଶିକ୍ଷା ପାଇଁ ପ୍ରସ୍ତୁତି ସମ୍ବନ୍ଧୀୟ ସମନ୍ବିତ କାର୍ଯ୍ୟକ୍ରମରେ ବିଭାଗ ଆମେରିକାନ୍‌ ଇଣ୍ଡିଆ ଫାଉଣ୍ଡେସନ ସହଯୋଗରେ ଶିଶୁମାନଙ୍କ ସାମୂହିକ ବିକାଶ ଉଦ୍ଦେଶ୍ୟରେ ଏକ ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ କରୁଛି । ଏହି ଦୁଇଟି ବ୍ଲକ୍‌ରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ୬ ମାସରୁ ୩ ବର୍ଷର ପିଲାମାନଙ୍କୁ ଗରମ ରନ୍ଧାଖାଦ୍ୟ ଦିଆଯିବ । ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାଠାରୁ ଏହି ପଦକ୍ଷେପ ଅଧିକ ଫଳପ୍ରଦ ହେବ ବୋଲି ମନ୍ତ୍ରୀ ଆଶା ପୋଷଣ କରିଛନ୍ତି । ଶିଶୁମାନଙ୍କ ପ୍ରାରମ୍ଭିକ ଶିକ୍ଷା ପାଇଁ ପ୍ରସ୍ତୁତି ଓ ଯୁବପିଢ଼ିଙ୍କ ମଧ୍ୟରେ ମାନସିକ ସ୍ବାସ୍ଥ୍ୟର ସମସ୍ୟାକୁ କମାଇବା ପାଇଁ ଏହି ପଦକ୍ଷେପ ପ୍ରଭାବୀ ଓ ଫଳପ୍ରସୂ ହେବ ବୋଲି କହିଛନ୍ତି ମନ୍ତ୍ରୀ । ଏହି ଅଭିନବ ପଦକ୍ଷେପ ଦୁଇ ବ୍ଲକ୍‌ରେ ଅପପୁଷ୍ଟି ଭୋଗୁଥିବା ଶିଶୁଙ୍କ ପୁଷ୍ଟିସାଧନ ଦିଗରେ ନିର୍ଣ୍ଣାୟକ ଭୂମିକା ନେବ । ଶିଶୁଙ୍କର ପ୍ରାକ୍‌-ବିଦ୍ୟାଳୟ ପ୍ରସ୍ତୁତିକୁ ଅଧିକ ଜୋରଦାର କରିବା ସଙ୍ଗେ ସଙ୍ଗେ ସେମାନଙ୍କ ମାନସିକ ସ୍ବାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣି ପାରିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା କହିଛନ୍ତି, "ମୟୂରଭଞ୍ଜର ଠାକୁରମୁଣ୍ଡା ଓ ଗୋପବନ୍ଧୁ ନଗର ବ୍ଲକ୍‌ର ଶିଶୁମାନଙ୍କ ପୁଷ୍ଟିସାଧନ, ଖାଦ୍ୟରେ ଉନ୍ନତି ଓ ସେମାନଙ୍କ ସାମୂହିକ ବିକାଶ ଉଦ୍ଦେଶ୍ୟରେ ଆମେରିକାନ୍‌ ଇଣ୍ଡିଆନ୍‌ ଫାଉଣ୍ଡେସନର ଏହି ପାଇଲଟ୍‌ ପ୍ରୋଜେକ୍ଟ ନିଶ୍ଚିତ ରୂପେ ସଫଳତା ହାସଲ କରିବ ।" ତେବେ ଭିସି ଜରିଆରେ ମୟୂରଭଞ୍ଜର ଜିଲ୍ଲାପାଳ ବିନିତ୍‌ ଭରଦ୍ବାଜ, ଆମେରିକାନ୍‌ ଇଣ୍ଡିଆ ଫାଉଣ୍ଡେସନ ନିର୍ଦ୍ଦେଶକ ମାଥ୍ୟୁ ଜୋଶେଫ୍‌, ପ୍ରୋଜେକ୍ଟ ନିର୍ଦ୍ଦେଶକ ରାଜକମଲ ଶର୍ମା ପ୍ରମୁଖ ଏହି ଅଭିନବ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ନିତ୍ୟାନନ୍ଦ ବାରିକ ଧନ୍ୟବାଦ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ୨ ଲକ୍ଷ ୫୦ ହଜାର ଗୋଷ୍ଠୀ ସଦସ୍ୟ, ୬ ବର୍ଷରୁ କମ୍‌ ୨୦ ହଜାର ପିଲା ଓ ୧୨ ହଜାର କିଶୋରଙ୍କ ହିତସାଧନ ନିମନ୍ତେ ଉଦ୍ଦିଷ୍ଟ । ମୟୂରଭଞ୍ଜ ଜିଲ୍ଲାର ବ୍ଲକ୍‌ ଦୁଇଟିର ୩୮୮ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ପାଇଲଟ୍‌ ପ୍ରୋଜେକ୍ଟ କାମ କରିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.