ETV Bharat / state

କନ୍ୟା ଦିବସରେ ଅଲୋଡା ଶିଶୁକନ୍ୟା, ଅନ୍ୟ ହାତକୁ ଟେକିଦେଲା ଜନ୍ମ କଲା ମା’ - ନବଜାତ ଶିଶୁକନ୍ୟା

ଜନ୍ମର କିଛି ସମୟ ପରେ ନବଜାତ ଶିଶୁକନ୍ୟାକୁ ଅନ୍ୟ ହାତକୁ ଟେକିଦେଲା ମା’ । ଖୋର୍ଦ୍ଧା ଅଞ୍ଚଳରେ ଏହାକୁ ନେଇ ଲାଗି ରହିଛି ଚର୍ଚ୍ଚା । ଅଧିକ ପଢନ୍ତୁ...

କନ୍ୟା ଦିବସରେ ଅଲୋଡା ହେଲା ଶିଶୁକନ୍ୟା,  ଅନ୍ୟ ହାତକୁ ଟେକିଦେଲା ଜନ୍ମ ଦେଇଥିବା ମା

author img

By

Published : Oct 11, 2021, 11:25 AM IST

Updated : Oct 11, 2021, 11:56 AM IST

ଖୋର୍ଦ୍ଧା: ଆଜି ଅର୍ନ୍ତଜାତୀୟ ଶିଶୁକନ୍ୟା ଦିବସ । ଶିଶୁକନ୍ୟା ପ୍ରତି ହେଉଥିବା ଅନ୍ୟାୟକୁ ରୋକିବାକୁ ସାରା ବିଶ୍ବରେ ଏହି ଦିବସ ପାଳନ କରାଯାଏ । ହେଲେ ଏହିପରି ଦିନରେ ବି ଅଲୋଡା ହୋଇଛି ଶିଶୁ କନ୍ୟା । ନବଜାତ ଶିଶୁକନ୍ୟାକୁ ଅନ୍ୟ ଏକ ପରିବାର ହାତକୁ ଟେକିଦେଲା ଜନ୍ମ ଦେଇଥିବା ମା’ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଅଞ୍ଚଳରେ ।

କନ୍ୟା ଦିବସରେ ଅଲୋଡା ଶିଶୁକନ୍ୟା, ଅନ୍ୟ ହାତକୁ ଟେକିଦେଲା ଜନ୍ମ କଲା ମା’

ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଅଞ୍ଚଳର ଜଣେ ମହିଳା ଏବଂ ତାଙ୍କ ଝିଅ ଭିକ୍ଷାବୃତ୍ତି କରନ୍ତି । ତେବେ ଏହାର ସୁଯୋଗ ନେଇ ମହିଳାଙ୍କ ଝିଅକୁ ଜଣେ ଜନୈକ ବ୍ୟକ୍ତି ଦୁଷ୍କର୍ମ କରିଥିଲା । ଏନେଇ ବେଗୁନିଆ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।

ପରେ ପୀଡିତା ଗତ ୨୨ ତାରିଖରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ । କିନ୍ତୁ ଶିଶୁ କନ୍ୟାଟିର ଜନ୍ମର କିଛି ସମୟ ପରେ ତାକୁ ଅନ୍ୟ ଏକ ପରିବାରକୁ ଦେଇ ଦେଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ନବଜାତକ ଶିଶୁକନ୍ୟାଟି ନିଜ ମା’ ଠାରୁ ଦୁରେଇ ରହିଥିବା ବେଳେ ଶିଶୁ ସୁରକ୍ଷା ବିଭାଗ ବିଭାଗ ଏ ସମ୍ପର୍କରେ ଅବଗତ ନାହିଁ । ସେପଟେ ଶିଶୁ କନ୍ୟାର ସୁରକ୍ଷା ଦାବି କରିଛନ୍ତି ସମାଜସେବୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Oct 11, 2021, 11:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.