ETV Bharat / state

ଆଜିଠୁ ସକାଳୁଆ ସ୍କୁଲ, ଶ୍ରେଣୀ ଗୃହକୁ ଆସିବାକୁ ପିଲା ନାରାଜ

author img

By

Published : Apr 17, 2023, 10:56 AM IST

Updated : Apr 17, 2023, 11:21 AM IST

ଆଜି ଠାରୁ ସକାଳୁଆ ସ୍କୁଲ ଓ ଅଙ୍ଗନବାଡ଼ିରେ ପାଠପଢା ଆରମ୍ଭ ହୋଇଛି । ଅଙ୍ଗନବାଡ଼ିରେ ସକାଳ 7ରୁ ଦିନ 10ଟା ପର୍ଯ୍ୟନ୍ତ ପାଠପଢା ହୋଇଥିବା ବେଳେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ସକାଳ 6 ଟା 30 ରୁ 11ଟା ପର୍ଯ୍ୟନ୍ତ ଚାଲିବ ପାଠପଢ଼ା । ଏପଟେ କିନ୍ତୁ ଅତ୍ୟଧିକ ଗରମକୁ ନେଇ ପିଲା ଆସିବାକୁ ନାରାଜ । ଅଧିକ ପଢନ୍ତୁ

Morning Classes In Odisha Schools
Morning Classes In Odisha Schools
morning classes begin in schools

ଭୁବନେଶ୍ବର: ରାଜ୍ୟରେ ବଢୁଛି ଗ୍ରୀଷ୍ମର ପ୍ରଭାବ । କଲବଲ କଲାଣି ଅସହ୍ୟ ତାତି । ଏହାକୁ ଦୃଷ୍ଟିରେ ରଖି ଆଜି ଠାରୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ସମୟରୁ ପାଠପଢ଼ା ଆରମ୍ଭ ହୋଇଛି । ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ସକାଳ 6ଟା 30ରୁ ପାଠପଢା ଆରମ୍ଭ ହୋଇଥିବା ବେଳେ ଦିନ 11ଟା ପର୍ଯ୍ୟନ୍ତ ଜାରି ରହିବ । ସେହିପରି ଅଙ୍ଗନବାଡ଼ିରେ ସକାଳ 7ରୁ ଦିନ 10ଟା ପର୍ଯ୍ୟନ୍ତ ପାଠପଢା ଚାଲିବ । ବଢୁଥିବା ତାମମାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ ସେମାନଙ୍କ ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ । ଆବଶ୍ୟକ ପଡ଼ିଲେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ଛୁଟି ଘୋଷଣା ମଧ୍ୟ କରିପାରିବେ ଜିଲ୍ଲାପାଳ । ଅତ୍ୟଧିକ ଖରା ଓ ଗରମକୁ ଦୃଷ୍ଟିରେ ରଖି ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି ।

ଏନେଇ ଜଣେ ଅଙ୍ଗନବାଡ଼ି କର୍ମୀ କହିଛନ୍ତି ଯେ, '' ଅଙ୍ଗନବାଡ଼ିକୁ ଆସୁଥିବା ଛୋଟ ପିଲାଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପିଲାଙ୍କ ପାଇଁ ଓଆରଏସ ପାଣି ରଖିବା ସହିତ ଥଣ୍ଡା ପାଣିର ବ୍ୟବସ୍ଥା କରାଯାଇଛି । ଏହା ସହ ଖାଇବା ମଧ୍ୟ ସଠିକ ସମୟରେ ଦିଆଯିବ । ଯେଉଁ ମାନେ ଆସୁନାହାନ୍ତି ତେବେ ସେମାନଙ୍କ ଘରକୁ ପାଚିକା ଦେବାର ସୁବିଧା ମଧ୍ୟ କରାଯାଇଛି । ''

ଜଣେ ଅଭିଭାବକ କହିଛନ୍ତି ଯେ,'' ଅତ୍ୟଧିକ ଗରମ ହେଉଥିବାରୁ ପିଲାମାନେ ସକାଳୁ ଆସିବା କଷ୍ଟକର ହୋଇପଡିଛି । ତେଣୁ ସକାଳ ସମୟରେ ପିଲାମାନେ ସ୍କୁଲ ଆସିବାକୁ ନାରାଜ ହେଉଛନ୍ତି । ପିଲା ମାନେ ସ୍କୁଲ ଆସିବା ସମୟରେ ପାଣି ବଟଲ ସମେତ, ଓଦା ରୁମାଲ ଓ ଗାମୁଛା ସାଙ୍ଗରେ ନେଇ ଆସୁଛନ୍ତି । ''

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ଅତ୍ୟଧିକ ଗ୍ରୀଷ୍ମ ପ୍ରଭାବକୁ ନଜରରେ ରଖି ରାଜ୍ୟ ସରକାର ଚଳିତ ମାସ 12 ତାରିଖରୁ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରିଥିଲେ । ଜାପାନରୁ ଫେରିବା ପରେ ଗ୍ରୀଷ୍ମର ପ୍ରଭାବକୁ ନେଇ ସମୀକ୍ଷା କରିବା ପରେ ଏଭଳି ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛୁଟି ସରିବା ପରେ ଆଜି ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଖୋଲିଛି ।

ଖରାରେ ବାହରକୁ ବାହାରିବା ବେଳେ ଦିଅନ୍ତୁ ବିଶେଷ ଧ୍ୟାନ: ରାଜ୍ୟରେ ଦିନକୁ ଦିନ ତାତି ଅସହ୍ୟ ହେଉଥିବା ବେଳେ ବାହାରକୁ ବାହାରିବା ସମୟରେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା ବା କପଡ଼ା ସମେତ, ଛତା ଓ କଳା ଚଷମା ନେଇ ଘରୁ ବାହାରିବା ଆବଶ୍ୟକ । ସକାଳ 9 ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଖରାକୁ ନ ବହରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ଅତି ଜରୁରୀ କାମ ଥିଲେ ସମସ୍ତ ପ୍ରକାରର ପ୍ରିକସନ ନେଇ ବାହାରକୁ ବାହାରନ୍ତୁ । ବୟସ୍କ ବ୍ୟକ୍ତି ମାନେ ଘର ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 17, 2023, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.