ETV Bharat / state

New Syllabus: ଏପ୍ରିଲ ୩ରୁ ନୂଆ ଶିକ୍ଷାବର୍ଷ, ୮ ରାଜ୍ୟକୁ ଗଲା ଦେଢ଼ ଲକ୍ଷ ପୁସ୍ତକ

ଆସନ୍ତା ଏପ୍ରିଲ ୩ ତାରିଖରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ଏନେଇ ୮ ରାଜ୍ୟକୁ ଗଲା ଦେଢ଼ ଲକ୍ଷ ପୁସ୍ତକ । ଅଧିକ ପଢନ୍ତୁ

author img

By

Published : Apr 1, 2023, 4:52 PM IST

Educational year 2023
Educational year 2023
ଏପ୍ରିଲ ୩ରୁ ନୂଆ ଶିକ୍ଷାବର୍ଷ, ୮ ରାଜ୍ୟକୁ ଗଲା ଦେଢ଼ ଲକ୍ଷ ପୁସ୍ତକ

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୩ ତାରିଖରୁ ନୂଆ ଶିକ୍ଷାବର୍ଷର ପାଠପଢା ଆରମ୍ଭ ହେବାକୁ ଯାଉଛି । ଆଜି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଓଡ଼ିଆ ପାଠ୍ୟ ପୁସ୍ତକ ବାହାର ରାଜ୍ୟକୁ ବିତରଣ ହୋଇଛି । ଯେମିତି ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବା ବେଳକୁ ପିଲାଙ୍କ ହାତରେ ନୂଆ ବହି ରହିଥିବ । ଜାତୀୟକରଣ ପାଠ୍ୟ ପୁସ୍ତକ କାର୍ଯ୍ୟକ୍ରମ ମାଧ୍ୟମରେ ବାହାର ରାଜ୍ୟକୁ ଏହି ପାଠ୍ୟପୁସ୍ତକ ପଠାଯାଇଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ଡାଇରୀ ଓ କ୍ୟାଲେଣ୍ଡରର ବ୍ୟବସ୍ଥାକୁ ମନ୍ତ୍ରୀ ସମୀର ଦାଶ ଆଜି ଶୁଭାରମ୍ଭ କରିଛନ୍ତି ।

ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଡାଇରୀ ଓ ଦୁଇଟି କ୍ୟାଲେଣ୍ଡରର ବନ୍ଦୋବସ୍ତ କରିଛି ଗଣଶିକ୍ଷା ବିଭାଗ । ଯାହାର ବ୍ୟବସ୍ଥା ଚଳିତ ବଜେଟରେ କରାଯାଇଥିଲା । ଏହାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦଘାଟନ କରିଛନ୍ତି । ପୁସ୍ତକଗୁଡିକ ଗୁଜୁରାଟ, ତାମିଲନାଡୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼କୁ ଯିବ। ପୂର୍ବରୁ ରାଜ୍ୟ ଭିତର ଜିଲ୍ଲାଗୁଡ଼ିକୁ ଅଢେଇ କୋଟି ପୁସ୍ତକ ପଠାଯାଇଥିଲା । ଏହାଦ୍ବାରା ବାହାରେ ରହୁଥିବା ପ୍ରବାସୀ ଓଡିଆ ଛାତ୍ରଛାତ୍ରୀମାନେ ଉପକୃତ ହେବେ ।

ଏହା ବି ପଢନ୍ତୁ-Metro Train Project: ଖୁସି ଖବର, ଟ୍ବିନ ସିଟିରେ ଗଡିବ ମେଟ୍ରୋ ଟ୍ରେନ

ନୂଆ ଶିକ୍ଷାବର୍ଷ ପାଠପଢା ଆରମ୍ଭ ହେବାକୁ ଥିବାରୁ କଲର ପ୍ରିଣ୍ଟିଂ ପାଇଁ ମେସିନର ଆବଶ୍ୟକତା ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଯାଇଛି । କିଛି ଦିନ ତଳେ ଅନ୍ୟ ଛାପା ମେସିନ ପାଇଁ ଅଢେଇ କୋଟି ଟଙ୍କାର ବ୍ୟବସ୍ଥା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, " ପ୍ରାୟ ୮ଟି ରାଜ୍ୟରେ ଓଡ଼ିଆ ପିଲାମାନେ ପାଠ ପଢୁଛନ୍ତି ସେମାନଙ୍କ ପାଇଁ ବହି ପଠାଇବାର ପ୍ରକ୍ରିୟାକୁ ଆରମ୍ଭ ହୋଇଛି ।

ତେବେ ଏହି ସମସ୍ତ ରାଜ୍ୟଗୁଡିକକୁ ପାଖାପାଖି ଦେଢ଼ ଲକ୍ଷରୁ ଅଧିକ ବହି ପଠାଇବା ପକ୍ରିୟା ଆରମ୍ଭ ହୋଇଛି । ତେବେ ପ୍ରତି ରାଜ୍ୟକୁ ୨୦ ହଜାରରୁ ୨୫ ହଜାର ବହି ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତ ବର୍ଷ ଏପ୍ରିଲ ୩ରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେଉଛି । ଏପ୍ରିଲ ୩ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ନାମଲେଖା ପାଇଁ କାର୍ଯ୍ୟକ୍ରମ କରାଯାଉଛି । ଯଦି କିଏ ନାମ ଲେଖା ପାଇଁ ବାକି ରହିଯାଇଥିବା ସେମାନେ ମଧ୍ୟ ୮ ତାରିଖ ପରେ ନାମ ଲେଖାଇପାରିବେ । ପ୍ରତି ବ୍ଲକ ପ୍ରତି ସ୍କୁଲରେ ବହି ପହଞ୍ଚି ସାରିଛି ।"

ଯେମିତି ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବା ବେଳକୁ ପିଲାଙ୍କ ହାତରେ ନୂଆ ବହି ରହିଥିବ ସେନେଇ ଆଗୁଆ ପ୍ରସ୍ତୁତି କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସୂଚନା ଅନୁଯାୟୀ, ଏପ୍ରିଲ ୩ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ଏପଟେ ନୂତନ ଶିକ୍ଷା ବର୍ଷ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ପିଲାମାନେ କିଭଳି ଭାବରେ ସମସ୍ତ ବହି ପାଇପାରିବେ ସେନେଇ ପ୍ରସ୍ତୁତି କରାଯାଉଛି । ଆଶା କରାଯାଉଛି ଯେ ନୂତନ ଶିକ୍ଷା ବର୍ଷ ପୂର୍ବରୁ ସମସ୍ତ ସ୍କୁଲରେ ବହି ପହଞ୍ଚିଯିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.