ETV Bharat / state

ରାଜ୍ୟରେ ୭ବର୍ଷରେ ୭୦୦ରୁ ଊର୍ଦ୍ଧ ଜାପାନୀ ଜ୍ଵରରେ ସଂକ୍ରମିତ

author img

By

Published : Dec 5, 2022, 10:19 PM IST

ରାଜ୍ୟରେ ୭ବର୍ଷରେ ୭୦୦ରୁ ଊର୍ଦ୍ଧ ଜାପାନୀ ଜ୍ଵରରେ ସଂକ୍ରମିତ ରାଜ୍ୟରେ ଜାପାନୀ ଜ୍ବର ସ୍ଥିତି ସାମାନ୍ୟ ଉଦବେଗଜନକ ରହିଛି । ଏକ ରିପୋର୍ଟ ଅନୁସାରେ ରାଜ୍ୟରେ ୭ ବର୍ଷରେ ୭୦୦ରୁ ଊର୍ଦ୍ଧ୍ବ ଜାପାନୀ ଜ୍ବରରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ରାଜ୍ୟରେ ୭ବର୍ଷରେ ୭୦୦ରୁ ଊର୍ଦ୍ଧ ଜାପାନୀ ଜ୍ଵରରେ ସଂକ୍ରମିତ
ରାଜ୍ୟରେ ୭ବର୍ଷରେ ୭୦୦ରୁ ଊର୍ଦ୍ଧ ଜାପାନୀ ଜ୍ଵରରେ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଜାପାନିଜ୍‌ ଏନ୍‌ସେଫାଲାଇଟ୍ସ (ଜେଇ) ଜାପାନୀ ଜ୍ୱର ସ୍ଥିତି ସାମାନ୍ୟ ଉଦବେଗଜନକ ରହିଛି । ରିପୋର୍ଟ ଅନୁସାରେ ରାଜ୍ୟରେ ଗତ ୭ ବର୍ଷ ମଧ୍ୟରେ ୭୦୦ରୁ ଊର୍ଦ୍ଧ୍ବ ଜାପାନୀ ଜ୍ବରରେ ସଂକ୍ରମିତ ହୋଇଛନ୍ତି । ପରିସଂଖ୍ୟାନକୁ ଦେଖିଲେ ଏହି ତିନି ବର୍ଷରେ ପରୀକ୍ଷଣ ସଂଖ୍ୟା କମିଥିବାବେଳେ ଆକ୍ରାନ୍ତଙ୍କ ସାମାନ୍ୟ ବୃଦ୍ଧି ହୋଇଛି। ପରୀକ୍ଷଣ କେନ୍ଦ୍ର ତାଲିକାରେ ଏବେ ଭୁବନେଶ୍ବର ଏମ୍ସ ଯୋଡ଼ି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବ୍ୟାପକ ସଚେତନତା ଏବଂ ଟୀକାକରଣ ଯୋଗୁଁ ୨୦୧୯ ପରଠାରୁ ସ୍ଥିତିରେ ଢେର ପରିବର୍ତ୍ତନ ହୋଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ପ୍ରତିଶତ ୧୫ ବର୍ଷରୁ କମ୍‌ ଏବଂ ବାକି ୩୦ ପ୍ରତିଶତ ୧୫ ବର୍ଷରୁ ଅଧିକ ବୟସ ହୋଇଥିବା ଜଣାପଡିଛି। ଏହାବ୍ୟତୀତ ୨୪ ଜିଲ୍ଲାରେ ଏହାର ପ୍ରାଦୁର୍ଭାବ ରହିଥିବାବେଳେ ବାକି ୬ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣରେ ରହିଛି। ୨୦୧୬ରୁ ୨୦୧୯ ବର୍ଷ ତୁଳନାରେ ୨୦୨୦ରୁ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଭିତରେ ସୀମିତ ରହିଥିବାବେଳେ ପରୀକ୍ଷଣ ମଧ୍ୟ ତିନି ଅଙ୍କ ତଳକୁ ଖସିଛି। ପରିସଂଖ୍ୟାନକୁ ଦେଖିଲେ ଏହି ୩ ବର୍ଷରେ ପରୀକ୍ଷଣ ସଂଖ୍ୟା କମିଥିବାବେଳେ ଆକ୍ରାନ୍ତଙ୍କ ସାମାନ୍ୟ ବୃଦ୍ଧି ହୋଇଛି।

ଏହା ବି ପଢନ୍ତୁ- Padmapur By Poll: ରେକର୍ଡ ଭୋଟିଂ, EVMରେ ସିଲା ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ସେହିପରି ୨୦୧୬ ମସିହାରୁ ଏପର୍ଯ୍ୟନ୍ତ ମୋଟ ୬୯୨୨ ନମୁନା ପରୀକ୍ଷଣ ହୋଇଥିବାବେଳେ ୭୧୮ ଜାପାନିଜ ଏନ୍‌ସେଫାଲାଇଟ୍ସରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପକ୍ଷରେ ପୂର୍ବରୁ ୧୦ଟି ପରୀକ୍ଷଣ କେନ୍ଦ୍ର ରହିଥିବାବେଳେ ଗତ ବର୍ଷରୁ ଯୋଡି ହୋଇଛି ଏମ୍ସ। ସୂଚନା ଅନୁଯାୟୀ, ରାଜ୍ୟରେ ଜାପାନୀ ଜ୍ବର ସାଧାରଣରେ ଭୟ ସୃଷ୍ଟି କରିଥିଲା । ଏନେଇ ସ୍ବାସ୍ଥ୍ୟ ବିଭାଗ ଚିନ୍ତା ବଢିଥିଲା । ପକ୍ଷୀ ଦ୍ବାରା ଏହା ସଂକ୍ରମିତ ହେଉଥିବାବେଳେ ବ୍ୟାପକ ସଚେତନତା ଓ ଟିକାକରଣ ଯୋଗୁଁ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

ବିଶେଷ କରି ଚାଷବାସ ହେଉଥିବା ଅଞ୍ଚଳରେ ଏହି ରୋଗୀ ଅଧିକ ସଂଖ୍ୟାରେ ଦେଖାଦେଇଥାଏ। ଏହି ରୋଗ ହେଲେ ଦେହରେ ଜ୍ବର ଦେଖାଦେବା, ଅଣନିଶ୍ବାସ ଲାଗିବା ଏବଂ ଶିରାପ୍ରଶିରା ଦୁର୍ବଳ ହେବା ପରି ଲାଗିବ। ଏହି ରୋଗରେ ଆକ୍ରାନ୍ତ ହେ‌ଲେ ଆରୋଗ୍ୟ ଲାଭ ପାଇଁ ବିଳମ୍ବ ହୁଏ । ବର୍ତ୍ତମାନ ଏହାର ପରୀକ୍ଷଣ କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ଏମକେସିଜି, ଏସସିବି, ବୁର୍ଲା ଭେଷଜ ମହାବିଦ୍ୟାଳୟ, କ୍ୟାପିଟାଲ ହସ୍ପିଟାଲ, ଆଇଜିଏଚ୍‌, ଆରଏମଆରସି ସହିତ ଏମ୍ସରେ କରାଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ଷ ପରୀକ୍ଷଣସଂକ୍ରମିତ
୨୦୧୬୧୦୯୬୨୪୨
୨୦୧୭୧୨୨୮୭୯
୨୦୧୮୧୭୨୦୧୪୩
୨୦୧୯୧୯୬୨୧୯୫
୨୦୨୦୩୭୩୧୪
୨୦୨୧୨୮୬୧୯
୨୦୨୨୨୫୭୨୬

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.