ETV Bharat / state

200ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର; 2 ଅଟକ

author img

By

Published : Jul 22, 2021, 7:54 AM IST

Updated : Jul 22, 2021, 8:30 AM IST

ବେଣାପଞ୍ଜରୀରୁ ୨ ଶହରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର; ୨ ଅଟକ । ଅଧିକ ପଢନ୍ତୁ...

୨ ଶହରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର; ୨ ଅଟକ
୨ ଶହରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର; ୨ ଅଟକ

ଖୋର୍ଦ୍ଧା: ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମରୁ ବୁଧବାର ପୋଲିସ ୨ ଶହରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର କରିଛି । ଉଦ୍ଧାର ପରେ ଗୋରୁ ଗୁଡିକୁ ବିଭିନ୍ନ ଗୋସାଳାରେ ଛଡାଯିବ ବୋଲି ଥାନା ଅଧିକାରୀ ବିଶ୍ଵରଞ୍ଜନ ସାହୁ ସୂଚନା ଦେଇଥିଲେ । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

200ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର; 2 ଅଟକ

ଘଟଣାରୁ ପ୍ରକାଶଯେ ଦୀର୍ଘଦିନରୁ ବେଣାପଞ୍ଜରୀ, ତରାବୋଇ ଓ ତିରିମଲ ପ୍ରମୁଖ ଅଞ୍ଚଳରୁ ଗୋରୁ ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଥିଲା । ତେବେ ବେଣାପଞ୍ଜରୀରେ ବହୁ ଗୋରୁ ବନ୍ଧା ଯାଇଥିବା ଖବର ପାଇ ପୋଲିସ ଉକ୍ତ ଅଞ୍ଚଳରେ ଚଢାଉ କରିଥିଲା । ଚଢାଉବେଳେ ବିଭିନ୍ନ ସ୍ଥାନରେ ତମ୍ବୁଟଣା ହୋଇ ପ୍ରାୟ ୩ଶହରୁ ଉର୍ଦ୍ଧ୍ବ ଗୋରୁ ବନ୍ଧା ହୋଇ ରହିଥିବା ଦେଖିବାକୁ ପାଇଥିଲା ପୋଲିସ । ଏଥିସହିତ ସେହି ଅଞ୍ଚଳର ଅନ୍ୟ ଏକ ପରିତ୍ୟକ୍ତ ସ୍ଥାନରେ କିଛି ଗୋରୁଙ୍କ ହାଡ ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ବନ୍ଧାଯାଇଥିବା ଗୋରୁଙ୍କୁ ଉଦ୍ଧାର କରିଥିଲା ପୋଲିସ ।

ଉଦ୍ଧାର ଗୋରୁଙ୍କ ଗଣତି କାର୍ଯ୍ୟ ଜାରି ରହିଥିବା ବେଳେ ଗଣତି ପରେ ଗୋସାଳାରେ ଛଡାଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ତେବେ ଏତେ ସଂଖ୍ୟକ ଗୋରୁଙ୍କୁ ଏଠାରେ ରଖିବା ଏବଂ କେଉଁଠାରୁ ଏମାନଙ୍କୁ ଅଣାଯାଇଛି ସେ ସମ୍ପର୍କରେ ତଦନ୍ତ ଚାଲିଥିବା ପୋଲିସ କହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jul 22, 2021, 8:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.