ETV Bharat / state

ଲକଡାଉନ ବୁଡାଇଲା ବ୍ୟବସାୟ, ଅସହାୟ ଅବସ୍ଥାରେ ଶହଶହ ଅଟୋ ଚାଳକ

ଦୁର୍ଦ୍ଦିନରେ ଅଟୋ ଚାଳକ । ନିଜ ପରିବାର ପ୍ରତିପୋଷଣ ପାଇଁ ଅଟୋ ଏକମାତ୍ର ମାଧ୍ୟମ ଥିବା ବେଳେ ପ୍ରାୟ ଏକ ମାସ ହେଲା ଅଟୋ ଚାଳକ ମାନେ ନିରୁପାୟ ହୋଇ ଘରେ ବସି ରହିଛନ୍ତି । ଅଧିକ ଖବର ପଢନ୍ତୁ...

-auto driver
ଅସହାୟ ଅବସ୍ଥାରେ ବୌଦ୍ଧ ଜିଲ୍ଲାର ଶହଶହ ଅଟୋ ଚାଳକ
author img

By

Published : Apr 22, 2020, 10:16 AM IST

ବୌଦ୍ଧ: ଅସହାୟ ଅବସ୍ଥାରେ ଅଟୋ ଚାଳକ । ଲକଡାଉନ ଯୋଗୁଁ ଅଟୋ ଚଳାଚଳ ଉପରେ କଟକଣା ଯୋଗୁଁ ଏବେ ହାତ ବାନ୍ଧି ବସିଛନ୍ତି ଏମାନେ । ସରକାର ସବୁ ବର୍ଗ ପାଇଁ ସୁବିଧା ସୁଯୋଗ ଦେଉଥିବା ବେଳେ ସେମାନଙ୍କ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରିବାକୁ ଅଟୋ ଚାଳକ ମାନେ ଗୁହାରୀ କରିଛନ୍ତି ।

ଲକଡାଉନ ବୁଡାଇଲା ବ୍ୟବସାୟ, ଅସହାୟ ଅବସ୍ଥାରେ ଶହଶହ ଅଟୋ ଚାଳକ

ଦୁର୍ଦ୍ଦିନରେ ଅଟୋ ଚାଳକ । ନିଜ ପରିବାର ପ୍ରତିପୋଷଣ ପାଇଁ ଅଟୋ ଏକମାତ୍ର ମାଧ୍ୟମ ଥିବା ବେଳେ ପ୍ରାୟ ଏକ ମାସ ହେଲା ଏମାନେ ନିରୁପାୟ ହୋଇ ଘରେ ବସି ରହିଛନ୍ତି । ଅଟୋ ଚଳାଚଳ ଉପରେ କଟକଣା ଯୋଗୁଁ ଏମାନେ କେବଳ ଅତି ଜରୁରୀ ପଡିଲେ ରାସ୍ତା ଉପରକୁ ଅଟୋ ଗଡାଉଛନ୍ତି ।

auto driver
ଅସହାୟ ଅବସ୍ଥାରେ ବୌଦ୍ଧ ଜିଲ୍ଲାର ଶହଶହ ଅଟୋ ଚାଳକ

କେବଳ ବୌଦ୍ଧ ସହରରେ ତିନି ଶହରୁ ଉର୍ଦ୍ଧ୍ବ ଅଟୋ ଥିବା ବେଳେ ହରଭଙ୍ଗା, ଚାରିଛକ, ପୁରୁଣାକଟକ, ବାଉଁଶୁଣୀ, ମନମୁଣ୍ଡା, କଣ୍ଟାମାଳ ପ୍ରଭୃତି ସ୍ଥାନରେ ଶହଶହ ଅଟୋ ଚାଳକ ଏବେ ହତାଶ ହୋଇ ରହିଛନ୍ତି। ଏନେଇ ସରକାର କୌଣସି ବ୍ୟବସ୍ଥା କରିବାକୁ ସେମାନେ ଗୁହାରୀ କରିଛନ୍ତି । ସେପଟେ ଲକଡାଉନ ଥିବାରୁ ଅତି ଜରୁରୀ, ମେଡ଼ିକାଲ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ କୌଣସି ଅସୁବିଧା ନାହିଁ ବୋଲି ବୌଦ୍ଧ ଜିଲ୍ଲାପାଳ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.