ETV Bharat / state

ଗ୍ୟାସ ଦର 200 ଟଙ୍କା ନୁହେଁ, ଆହୁରି କମିବାର ଦରକାର: ବିଜେଡି

author img

By ETV Bharat Odisha Team

Published : Aug 30, 2023, 6:44 PM IST

ଦେବୀ କହିଛନ୍ତି ଯେ, ଦେଶରେ ଗ୍ୟାସ ଦର ସୀମା ବାହାରେ ଥିଲା । ଲୋକଙ୍କୁ ମାଗଣା ଗ୍ୟାସ ପ୍ରଦାନ ପ୍ରତିଶ୍ରୁତି କେନ୍ଦ୍ର ସରକାର ଦେଇଥିଲେ । ହେଲେ ଦର ବୃଦ୍ଧି ଦୁର୍ବିସହ ହୋଇଥିଲା । ତେଲ, ଚାଉଳ, ଡାଲି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ଅହେତୁକ ଭାବେ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

ଗ୍ୟାସ ଦର 200 ଟଙ୍କା ନୁହେଁ, ଆହୁରି କମିବାର ଦରକାର : ବିଜେଡି

ଭୁବନେଶ୍ବର: ଗ୍ୟାସ ଦର 200 ଟଙ୍କା କମାଇବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ରାଜ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡି ପକ୍ଷରୁ ଦର 200 ଟଙ୍କା କମିଛି ସ୍ୱାଗତଯୋଗ୍ୟ କରାଯାଇଛି । କିନ୍ତୁ ଗ୍ୟାସ ଦର ଆହୁରି କମିବା ଦରକାର ବୋଲି କୁହାଯାଇଛି । ଆମେ ଆଶା କରୁଛୁ କେନ୍ଦ୍ର ଗ୍ୟାସ ଦର ଆହୁରି କମାଇ ଦିଅନ୍ତୁ । ଏହା କହିଛନ୍ତି ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର ।

ଏହାବି ପଢନ୍ତୁ- ବ୍ଲେମ ଗେମ ବଦଳରେ ନିଜ ମୁହଁକୁ ଦର୍ପଣରେ ଦେଖନ୍ତୁ : ବିଜେଡି

ଦେବୀ କହିଛନ୍ତି ଯେ, ଦେଶରେ ଗ୍ୟାସ ଦର ସୀମା ବାହାରେ ଥିଲା । ଲୋକଙ୍କୁ ମାଗଣା ଗ୍ୟାସ ପ୍ରଦାନ ପ୍ରତିଶ୍ରୁତି କେନ୍ଦ୍ର ସରକାର ଦେଇଥିଲେ । ହେଲେ ଦର ବୃଦ୍ଧି ଦୁର୍ବିସହ ହୋଇଥିଲା । ତେଲ, ଚାଉଳ, ଡାଲି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ଅହେତୁକ ଭାବେ ବୃଦ୍ଧି ହୋଇଛି । ସାଧାରଣ ଲୋକଙ୍କୁ ଗ୍ୟାସ ଦର ବୃଦ୍ଧି ବହୁତ ବାଧୁଥିଲା । 200 ଟଙ୍କା କମାଇଛନ୍ତି । କିନ୍ତୁ ଆହୁରି କମିବାର ଥିଲା । ବର୍ତ୍ତମାନ ସ୍ଥିତିରେ ଦରଦାମ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ । କୁହାଯାଉଛି ରୁଷିଆ - ୟୁକ୍ରେନ ଯୁଦ୍ଧ ଯୋଗୁଁ ଦେଶରେ ଚାଉଳ ଦର 10 ଟଙ୍କା ବୃଦ୍ଧି ପାଇଛି । ସେତେବେଳେ ଏଫସିଆଇ ଗୋଦାମରେ ଚାଉଳ ପଡିଛି । ଅନ୍ୟପକ୍ଷରେ ଲୋକଙ୍କର କ୍ରୟ ଶକ୍ତି ବୃଦ୍ଧି କରିବାକୁ ପଡିବ । ରାଜ୍ୟରେ 70 ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ । 55 ପ୍ରତିଶତ ଲୋକ ସିଧାସଳଖ ଓ 15 ପ୍ରତିଶତ ଆନୁସଙ୍ଗିକ ଭାବେ ଏହି କ୍ଷେତ୍ର ଉପରେ ନିର୍ଭର କରନ୍ତି । ସେମାନେ ଯଦି ଏମଏସପି ଅଧିକ ପାଆନ୍ତେ ତେବେ ସେମାନଙ୍କର କ୍ରୟ ଶକ୍ତି ବୃଦ୍ଧି ପାଆନ୍ତା । କିନ୍ତୁ ତାହା ହେଉନାହିଁ ।

ଏହାବି ପଢନ୍ତୁ- ମୋଦିଙ୍କ ରାକ୍ଷୀ ଗିଫ୍ଟ ! ୨୦୦ଟଙ୍କା କମିଲା LPG ସିଲିଣ୍ଡର ଦାମ୍, ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଡବଲ ଲାଭ

ରାକ୍ଷୀ ଦିନରେ ଯେତେବେଳେ ନିଷ୍ପତ୍ତି ହୋଇଛି ତାକୁ ସେମାନେ ରାକ୍ଷୀ ଉପହାର କହି ପାରନ୍ତି । କିନ୍ତୁ ମହିଳା ଯେମିତି ନ ବାଧିବ ସେମିତି ଦରଦାମକୁ ନିୟନ୍ତ୍ରଣ କରାଯିବା ଦରକାର । ଆମେ ଆଶା କରୁଛୁ ଗ୍ୟାସ ଦର ଆହୁରି କମାଇ ଦିଅନ୍ତୁ । ଆମ ଲୋକସଂଖ୍ୟାର ଅଧାରୁ ଅଧିକ ହେଉଛି ମହିଳା । ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଯେତେ ରାଜନୈତିକ ଦଳ ଅଛନ୍ତି କି ଯେଉଁମାନେ ଭୋଟର ଆଂକାକ୍ଷୀ ରଖିଛନ୍ତି, ସେମାନେ ତାଙ୍କ ଉନ୍ନତି ପାଇଁ ଯୋଜନା କରିବା ସ୍ବଭାବିକ । ମହିଳା ମାନେ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ବିଶ୍ବାସ ରଖନ୍ତି । ଯେତେବେଳେ କେହି ମହିଳାଙ୍କ କଥା ଚିନ୍ତା କରୁ ନଥିଲେ ସେବେ ନବୀନ ପଟ୍ଟନାୟକ ଆଗ ମହିଳାଙ୍କ ପାଇଁ ନିଷ୍ପତ୍ତି ନେଇଛନ୍ତି । ମହିଳା ମାନଙ୍କୁ ଶସକ୍ତ କରିବା ପାଇଁ ନବୀନ ପଟ୍ଟନାୟକ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.