ETV Bharat / state

‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ସମସ୍ତଙ୍କୁ ଯୋଡି ରଖିଛି: ହାଇକୋର୍ଟ ମୁଖ୍ୟ ବିଚାରପତି - ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର

ୟୁନିଭରସିଟି ଆଇନ ମହାବିଦ୍ୟାଳୟରେ ମୁଟ କୋର୍ଟ ହଲ୍‌ ଏବଂ ନେଟୱର୍କ କକ୍ଷର ଉଦଘାଟନ ହୋଇଯାଇଛି ।

ଆଇନ ମହାବିଦ୍ୟାଳୟ
ଆଇନ ମହାବିଦ୍ୟାଳୟ
author img

By

Published : Aug 20, 2023, 12:38 PM IST

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ୟୁନିଭରସିଟି ଆଇନ ମହାବିଦ୍ୟାଳୟରେ ଉଦଘାଟିତ ହୋଇଯାଇଛି ମୁଟ କୋର୍ଟ ହଲ ଏବଂ ନେଟୱର୍କ କକ୍ଷ । ମୁଖ୍ୟ ଅତିଥି ଭାବେ ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଯୋଗ ଏହାର ଉଦଘାଟନ କରିଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ଓଡି଼ଶାର 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତ ସମସ୍ତଙ୍କୁ ଭାବଗତ ଭାବରେ ଯୋଡ଼ି ରଖିଛି ବୋଲି ଉଦଘାଟନୀ ଉତ୍ସବରେ ଯୋଗଦେବା ଅବସରରେ ମୁଖ୍ୟ ବିଚାରପତି ମତ ରଖିଥିଲେ ।

ଆଜିକାଲିର ସାମାଜିକ ପରିବର୍ତ୍ତନ କେମିତି ଆଇନ ଉପରେ ପ୍ରଭାବ ପକାଉଛି ତାହା ଉପରେ ମଧ୍ୟ ତର୍ଜମା କରିଥିଲେ ମୁଖ୍ୟ ବିଚାରପତି । ନ୍ୟାୟ ଏବଂ ନାୟିକ ବ୍ୟବସ୍ଥା କିପରି ସୃଦୃଢ଼ ହେବ, ଏହା ପ୍ରତ୍ୟେକ ଗଣତନ୍ତ୍ରର ମୂଳମନ୍ତ୍ର ହେବା ସହ ଆମ ସାମାଜିକ ଦାୟିତ୍ବ ବୋଧ ଏବଂ ନ୍ୟାୟକୁ ସମ୍ମାନ ଦେବା ଉପରେ ମଧ୍ୟ ଆଲୋଚନା କରିଥିଲେ । ଯଦି କେହି ଜଣେ ଭୁଲ କାମ କରୁଛି ତାକୁ ସେଥିରୁ ନିବୃତ୍ତ କରିବା ପାଇଁ ଆମ ମନ ଭିତରେ ସେହିଭଳି ଭାବରେ ସାହାସ ରହିବା ଆବଶ୍ୟକ ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ ଅଟେ । 'ବନ୍ଦେ ଉତ୍କଳ ଜନନୀ 'ସଙ୍ଗୀତ ସମସ୍ତଙ୍କୁ ଭାବଗତ ଭାବେ ଯୋଡ଼ି ରଖିଛି ବୋଲି କହିଥିଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ।

ଏହା ମଧ୍ୟ ପଢନ୍ତୁ-ଲିଙ୍ଗରାଜ ଆଇନ କଲେଜ୍‌ରେ LLM ପାଠ୍ୟକ୍ରମ ବନ୍ଦକୁ ବିରୋଧ, ଗର୍ଜିଲା ଯୁବ କଂଗ୍ରେସ

ଏହି ଉତ୍ସବରେ ମଧୁସୂଦନ ଆଈନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଜୟଦେବ ପତି ଯୋଗ ଦେଇ କହିଛନ୍ତି ଯେ, ସାମାଜିକ ପରିବର୍ତ୍ତନରେ ଆଇନ ଏକ ମୁଖ୍ୟ ଅସ୍ତ୍ର । ଆଇନ ପାଠ୍ୟ କ୍ରମରେ ମୁଟ କୋର୍ଟ ଏକ ସାଂଗଠନିକ ରୂପ ଧାରଣ କରେ । ସେହିପରି ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି ଯେ, ଆଇନର ଗବେଷଣା ଉପରେ ଅଧିକ ଗୁରୁତ୍ବ ଦେବା ଆବଶ୍ୟକ । କୋର୍ଟ କକ୍ଷର ଆବଶ୍ୟକତା ଏବଂ ନିୟମଶୈଳୀ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ।

ଏହା ମଧ୍ୟ ପଢନ୍ତୁ-ହାଇକୋର୍ଟ ବୁଲିଲେ ଆଇନ ଛାତ୍ରଛାତ୍ରୀ, ବିଚାରପତିଙ୍କ ସହିତ ଆଲୋଚନା କଲେ

ଉଦଘାଟନି ଉତ୍ସବ କାର୍ଯ୍ୟକ୍ରମରେ ଓଡ଼ିଶା ଆଇକୋର୍ଟର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ, ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁକାନ୍ତ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଏଥିସହ ବରିଷ୍ଠ ଆଇନ ପ୍ରଫେସରଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.