ETV Bharat / state

ମୁଡ ଅଫ ନେଶନ ସର୍ଭେ ରିପୋର୍ଟକୁ ନେଇ ତେଜିଲା ରାଜନୀତି; କଂଗ୍ରେସ କହିଲା ପ୍ରଧାନମନ୍ତ୍ରୀ ହେବେ ରାହୁଲ

ଚଳିତ ବର୍ଷ ଶେଷ ସୁଦ୍ଧା 5ଟି ରାଜ୍ୟର ଲୋକସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଏହି ସମୟରେ ଓଡ଼ିଶାରେ ମଧ୍ୟ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ଦେଖାଦେଉଛି । ଇଣ୍ଡିଆ ଟୁଡେ ସି-ଭୋଟର ମୁଡ ଅଫ ନେସନ ସର୍ଭେ ରିପୋର୍ଟ କହୁଛି 59 ପ୍ରତିଶତ ଲୋକେ ଏନ୍‌ଡିଏ ଶାସନକୁ ସମର୍ଥନ କରିଥିବା ବେଳେ ମାତ୍ର 19 ପ୍ରତିଶତ ଲୋକେ ନାଖୁସ ଅଛନ୍ତି । ତେବେ ଏହାକୁ ନେଇ ତେଜିଛି ରଣନୀତି । ଅଧିକ ପଢନ୍ତୁ...

author img

By ETV Bharat Odisha Team

Published : Aug 26, 2023, 12:15 PM IST

ଦେଶରେ ହୋଇପାରେ ଆଗୁଆ ନିର୍ବାଚନ
ଦେଶରେ ହୋଇପାରେ ଆଗୁଆ ନିର୍ବାଚନ
ଦେଶରେ ହୋଇପାରେ ଆଗୁଆ ନିର୍ବାଚନ

ଭୁବନେଶ୍ବର: ଦେଶରେ ହୋଇପାରେ ଆଗୁଆ ନିର୍ବାଚନ । ଚଳିତ ବର୍ଷ ଶେଷ ସୁଦ୍ଧା 5ଟି ରାଜ୍ୟର ଲୋକସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଏହି ସମୟରେ ଓଡ଼ିଶାରେ ମଧ୍ୟ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ଦେଖାଦେଉଛି । ଇଣ୍ଡିଆ ଟୁଡେ ସି-ଭୋଟର ମୁଡ ଅଫ ନେସନ ସର୍ଭେ ରିପୋର୍ଟ କହୁଛି 59 ପ୍ରତିଶତ ଲୋକେ ଏନ୍‌ଡିଏ ଶାସନକୁ ସମର୍ଥନ କରିଥିବା ବେଳେ ମାତ୍ର 19 ପ୍ରତିଶତ ଲୋକେ ନାଖୁସ ଅଛନ୍ତି । ତେବେ ଏହାକୁ ନେଇ ତେଜିଛି ରଣନୀତି । ବିଜେପି କହିଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବକୁ ଭାରତୀୟ ପସନ୍ଦ କରନ୍ତି ତେଣୁ ସେ ପୁଣି ପ୍ରଧାନମନ୍ତ୍ରୀ ହେବେ ।

ସେପଟେ କଂଗ୍ରେସ କହିଛି ରିପୋର୍ଟ ସବୁ ଅର୍ଥ ଦ୍ବରା ପ୍ରଭାବିତ କରାଯାଉଛି । ଏହାର କୌଣସି ବାସ୍ତବତା ନାହିଁ । ଆଗାମୀ ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ । ରାଜ୍ୟ ବିଜେପିର ମିଡିଆ ଇନଚାର୍ଜ ଦିଲ୍ଲୀପ ମଲିକ କହିଛନ୍ତି ଯେ, ବିକାଶ କ୍ଷେତ୍ରରେ ଭାରତବର୍ଷକୁ ଶୀର୍ଷରେ ପହଞ୍ଚାଇବାକୁ ନରେନ୍ଦ୍ର ମୋଦି ପ୍ରୟାସ କରୁଛନ୍ତି । ଶାସନ ବ୍ୟବସ୍ଥା ଉପରେ ଲୋକେ ସୁଖଦ ଆସ୍ଥା ପ୍ରକଟ କରିଛନ୍ତି । ଗତ ଅଗଷ୍ଟ 15ରେ ପ୍ରଧାନମନ୍ତ୍ରୀ ଆତ୍ମବିଶ୍ବାସର ସହ ପୁଣି 2024ରେ ତାଙ୍କ ସରକାର ଆସିବ । ମୋଦିଙ୍କ ଲୋକାଭିମୁଖୀ ଯୋଜନା ସହ ଦୃଢ଼ ନେତୃତ୍ବକୁ ଭାରତବାସୀ ପସନ୍ଦ କରୁଛନ୍ତି । ତେଣୁ ସେ ପୁଣି ପ୍ରଧାନମନ୍ତ୍ରୀ ହେବେ ।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, 2024 ସାଧାରଣ ନିର୍ବାଚନରେ କଂଗ୍ରେସର ଦୃଶ୍ୟପଟ ବଦଳିବ । ସାରା ଦେଶରେ କଂଗ୍ରେସ ଲୋକଙ୍କ ବିଶ୍ବାସଭାଜନ ହେଉଛି । ରାଜ୍ୟରେ କଂଗ୍ରେସ ଦଳ 9ରୁ 90ସିଟରେ ଦଳର ଫୋକସ ରହିଛି । ଏଥିପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ବୁଥ ସ୍ତରରେ ଦଳ କିଭଳି ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ସେଥିପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କରାଯାଇଛି । ବୁଥ ସ୍ତରରେ ଦଳୀୟ ନେତା ଓ କର୍ମୀଙ୍କୁ ଅଧିକ ସକ୍ରିୟ କରିବା ପାଇଁ ରାଜ୍ୟ ନେତୃତ୍ବ ଲାଗି ପଡିଛନ୍ତି । ଘର ଘର କଂଗ୍ରେସ ଡାକରା ଦେଵ କଂଗ୍ରେସ । ଦଳ ଆଗକୁ ଅଧିକ କ୍ରିୟାଶୀଳ ହେବ । ସର୍ଭେର କୌଣସି ବାସ୍ତବତା ନାହିଁ । ଅର୍ଥ ଦ୍ବରା ସର୍ଭେକୁ ପ୍ରଭାବିତ କରାଯାଇଛି ।ଦେଶରେ ମୋଦିଂକୁ ଲୋକେ ରିଜେକ୍ଟ କରି ସାରିଲେଣି । ଅକ୍ଟୋବର ମାସରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓଡିଶା ଆସିବେ । ଯୁବବର୍ଗ, ମହିଳା, ଆଦିବାସୀ, ହରିଜନ ସମସ୍ତେ ଏକାଠି ହେଲେଣି ।

ଏହା ମଧ୍ୟ ପଢନ୍ତୁ..ଆଗୁଆ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ, କଂଗ୍ରେସ ଓ ବିଜେପିର ନାରା- ଆମେ ଗଢିବୁ ସରକାର

ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶରେ ରାଜନୈତିକ ଦୃଶ୍ୟପଟ୍ଟ ପରିବର୍ତ୍ତନ ହେବାରେ ଲାଗିଛି । ମୋଦିଙ୍କୁ ଗାଦିରୁ ହଟାଇବାକୁ ବିରୋଧୀ ମେଣ୍ଟ କରିଛନ୍ତି । ଏନ୍‌ଡିଏକୁ 32ଟି ଦଳ ସମର୍ଥନ ଦେଉଥିବା ବେଳେ ଇଣ୍ଡିଆ ସହ 26ଟି ଦଳ ରହିଛନ୍ତି । ଆସନ୍ତା ନଭେମ୍ବରରେ 5ଟି ରାଜ୍ୟରେ ନିର୍ବାଚନ ହେବ, ଏହି ସମୟରେ ଓଡ଼ିଶାରେ ମଧ୍ୟ ନିର୍ବାଚନ କରାଇବା ଲାଗି ରାଗି ରାଜ୍ୟ ସରକାର ସଜବାଜ ହେଉଛନ୍ତି । ତେବେ କେଉଁ ଦଳ ଲୋକଙ୍କ କେତେ ଆସ୍ଥାଭାଜନ ହୋଇପାରୁଛି, ମୋଦିଙ୍କ ଜଲୱା କାମ ଦେଉଛି ନା ବିରୋଧୀଙ୍କ ରଣନୀତି, ତାହା ଫଳାଫଳ ଘୋଷଣା ପରେ ଜଣାପଡିବ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.