ETV Bharat / state

22ରୁ ସରଗରମ ହେବ ବିଧାନସଭା: ସକାଳେ ବାଚସ୍ପତି ନିର୍ବାଚନ, ସନ୍ଧ୍ୟାରେ ଅତିରିକ୍ତ ବଜେଟ - monsoon session

ଆସନ୍ତା 22 ତାରିଖରୁ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ । ନୂଆ ବାଚସ୍ପତିଙ୍କ ଦାୟିତ୍ୱ ଗ୍ରହଣ ସହ ଅତିରିକ୍ତ ବଜେଟ ଆସିବ ବୋଲି ଜଣାପଡ଼ିଛି। ଅଧିକ ପଢନ୍ତୁ

assembly session from 22nd september
22ରୁ ସରଗରମ ହେବ ବିଧାନସଭା
author img

By ETV Bharat Odisha Team

Published : Sep 18, 2023, 8:33 PM IST

22ରୁ ସରଗରମ ହେବ ବିଧାନସଭା

ଭୁବନେଶ୍ବର: ଆସନ୍ତା 22 ତାରିଖରୁ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ । ଏହି ସ୍ୱଳ୍ପକାଳୀନ ଅଧିବେଶନ ବେଶ ଗୁରୁତ୍ୱ ବହନ କରୁଛି । ନୂଆ ବାଚସ୍ପତିଙ୍କ ଦାୟିତ୍ୱ ଗ୍ରହଣ ସହ ଅତିରିକ୍ତ ବଜେଟ ଆସିବ । ତେବେ ବିଧାନସଭା ଆରମ୍ଭର ପ୍ରଥମ ଦିନରେ ସର୍ବଦଳୀୟ ବୈଠକ ବସିବାକୁ ଥିବାବେଳେ ବିଜେଡିର ବିଧାୟକ ଦଳ ବୈଠକ ମଧ୍ୟ ବସିବ । ଏହାସହ ସ୍ୱଳ୍ପକାଳୀନ ଅଧିବେଶନ ଆସନ୍ତା 22 ତାରିଖରୁ ବସିବାକୁ ଯାଉଛି । ଏହା 4 ତାରିଖ ପର୍ଯ୍ୟନ୍ତ ଚାଲିବ । ସେପଟେ ବାଚସ୍ପତି ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି।

22 ତାରିଖ 9ଟା 30ରେ ବାଚସ୍ପତି ନିର୍ବାଚନ ହେବ । ସେହିପରି 10ଟା 30ରେ ବିଜେଡିର ବିଧାୟକ ଦଳ ବୈଠକ ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ହେବ । 11ଟାରେ ବିଧାନସଭା ଆରମ୍ଭ ହେବ । ବାଚସ୍ପତି ନିର୍ବାଚନ ପରେ ସର୍ବଦଳୀୟ ବୈଠକ ବସିବ । ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ପାଇଁ ଶୋକ ପ୍ରସ୍ତାବ ଆଗତ ହେବ । ଏହା ପରେ କୌଣସି କାର୍ଯ୍ୟକ୍ରମ ନାହିଁ । ସେହିଦିନ ସନ୍ଧ୍ୟା 5ଟାରେ ରାଜ୍ୟ ସରକାର ଅତିରିକ୍ତ ବଜେଟ ଆଣିବେ ବୋଲି ଜଣାପଡିଛି ।

ଏନେଇ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "ବିଧାନସଭାରେ ଶାସକ ଦଳର ଆଭିମୁଖ୍ୟ କ'ଣ ରହିବ, ବିରୋଧୀ ଦଳଙ୍କୁ କେମିତି ମୁକାବିଲା କରାଯିବ ସେ ସମ୍ପର୍କରେ ଆଲୋଚନା ହେବ । ପ୍ରସଙ୍ଗକୁ ସମ୍ମୁଖୀନ ହେବା ବିଜେଡ଼ି ପାଇଁ ବଡ଼ କଥା ନୁହେଁ । ରାଜ୍ୟବାସୀଙ୍କ ସୁଖ ଦୁଃଖ କଥା ଆଲୋଚନା କରିବାର ପ୍ରକୋଷ୍ଠ କ୍ଷେତ୍ର ହେଉଛି ବିଧାନସଭା । ଯେତେ ପ୍ରସଙ୍ଗ ଥାଉ ବିରୋଧୀ ଦଳଙ୍କୁ ସମ୍ମୁଖୀନ ହେବାକୁ ଶାସକ ଦଳ ପ୍ରସ୍ତୁତ ଅଛି ।"

ଏହା ବି ପଢନ୍ତୁ...BJP To Boycott Speaker Election: ବିଧାନସଭା ବାଚସ୍ପତି ନିର୍ବାଚନ ବର୍ଜନ କରିବ ବିଜେପି

ସେହିପରି ବାଚସ୍ପତି କିଏ ହେବ ତାହାର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ବୋଲି କହିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ସେପ୍ଟେମ୍ବର 21 ତାରିଖରେ ଓଡିଶା ବିଧାନସଭାର ବାଚସ୍ପତି ନିର୍ବାଚନ ହେବା ନେଇ ନିଷ୍ପତ୍ତି ହୋଇଥିଲା । ତେବେ ଏହି ତାରିଖକୁ ନେଇ ବିବାଦ ଦେଖା ଦେବାରୁ ନିର୍ବାଚନକୁ 21 ପରିବର୍ତ୍ତେ 22 ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ନୂଆଖାଇ ପର୍ବ ପଡୁଥିବାରୁ ବାଚସ୍ପତି ନିର୍ବାଚନକୁ ବିଳମ୍ବରେ କରିବା ଲାଗି ବିରୋଧୀ କଂଗ୍ରେସ ଓ ବିଜେପି ଦାବି କରୁଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.