ETV Bharat / state

Weather Update: ଘୂର୍ଣ୍ଣିବଳୟ ପ୍ରଭାବ, ସ୍ବାଭାବିକ ଅବସ୍ଥାକୁ ଫେରିଲା ମୌସୁମୀ - ଓଡିଶା ପାଣିପାଗ

ରାଜ୍ୟରେ ଘୂର୍ଣ୍ଣିବଳୟ ପ୍ରଭାବରେ ସ୍ବାଭାବିକ ଅବସ୍ଥାକୁ ଫେରିଲା ମୌସୁମୀ । ୫ ଦିନ ପର୍ଯ୍ୟନ୍ତ ହେବ ଲଗାଣ ବର୍ଷା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 14, 2023, 8:59 PM IST

ସ୍ବାଭାବିକ ଅବସ୍ଥାକୁ ଫେରିଲା ମୌସୁମୀ

ଭୁବନେଶ୍ବର: ରାଜ୍ୟରେ ଘୂର୍ଣ୍ଣିବଳୟ ପ୍ରଭାବରେ ସ୍ବାଭାବିକ ଅବସ୍ଥାକୁ ଫେରିଛି ମୌସୁମୀ । ବାଂଲାଦେଶ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଦିଗରୁ ତାର ସ୍ବାଭାବିକ ଅବସ୍ଥାନକୁ ଫେରିବ ମୌସୁମୀ ନିମ୍ନ ଚାପରେଖା । ମୌସୁମୀ ସକ୍ରିୟ ହେବା ସହ ରାଜ୍ୟରେ ବଢିବ ବର୍ଷାର ପରିମାଣ । ଆସନ୍ତାକାଲିଠାରୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସକ୍ରିୟ ମୌସୁମୀ ନିମ୍ନ ଚାପରେଖା ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ । ଆଜି ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଆସନ୍ତାକାଲି ପ୍ରଚଣ୍ଡ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ ଏବଂ ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ଏହା ବି ପଢନ୍ତୁ- ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୫ ଦିନ ପ୍ରବଳ ବର୍ଷିବ

ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରାଯାଇଛି । ଆସନ୍ତା ୧୬ ଏବଂ ୧୭ ତାରିଖରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବାଧିକ ପ୍ରଭାବ ପଡିବ । ସେପଟେ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ମୌସୁମୀ ସିଜିନରେ ରାଜ୍ୟରେ ସ୍ବାଭାବିକଠାରୁ ୮ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ବୌଦ୍ଧରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୮ ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।

୧୧ଟି ଜିଲ୍ଲା ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡିରେ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ତେବେ ଆଗାମୀ ୫ ଦିନରେ ହେବାକୁ ଥିବା ବର୍ଷା ନିଅଣ୍ଟିଆ ଭରଣ କରିବା ଅସମ୍ଭବ । ଗତ ୨୪ ଘଣ୍ଟା ମଧ୍ୟରେ ନୟାଗଡ଼ର ନୂଆଗାଁରେ ସର୍ବାଧିକ ୧୨୪.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ୭୮, କଟକ ନରାଜଠାରେ ୬୨.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.