ETV Bharat / state

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ଦୁର୍ନୀତି, ପୂର୍ବ ଆକାଉଣ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ - ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ଆକାଉଣ୍ଟାଣ୍ଟ ବିରୋଧରେ ଅଭିଯୋଗ

ଖୋର୍ଦ୍ଧା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ କୋଟି କୋଟି ଟଙ୍କାର ଘୋଟାଲା । ପୂର୍ବ ଆକାଉଣ୍ଟାଣ୍ଟ ଜମାକାରୀଙ୍କ ଟଙ୍କା ହଡପ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ଘୋଟାଲା, ପୂର୍ବ ଆକାଉଣ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ

author img

By

Published : Feb 19, 2022, 7:49 PM IST

ଖୋର୍ଦ୍ଧା: ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ଶାଖାର ପୂର୍ବ ବ୍ୟାଙ୍କ ଆକାଉଣ୍ଟାଣ୍ଟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଜମାକାରୀଙ୍କ କୋଟି କୋଟି ଟଙ୍କା ହଡପ କରିଥିବା ନେଇ ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବ ଆକାଉଣ୍ଟାଣ୍ଟ ବୁଦ୍ଧିରାମ ଦାସଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଜମାକାରୀ ।

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ଘୋଟାଲା, ପୂର୍ବ ଆକାଉଣ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ

ସୂଚନା ଅନୁଯାୟୀ, ବ୍ୟାଙ୍କ ଆକାଉଣ୍ଟାଣ୍ଟ ଲୋକଙ୍କ ଟଙ୍କାକୁ ବ୍ୟାଙ୍କରେ ଜମା କରିବା ବଦଳରେ ନିଜେ ଲୁଟିଥିବା ଅଭିଯୋଗ ହୋଇଛି । ଜଣେ କି ଦୁଇ ଜଣ ନୁହନ୍ତି, ଏଭଳି ଶହ ଶହ ଜମାକାରୀଙ୍କ ଖାତାରେ ହୋଇଛି ହେରଫେର । ସଞ୍ଚୟ ଏବଂ ଫିକ୍ସ ଜମାର ରସିଦ ଲୋକଙ୍କ ପାଖରେ ଥିବାବେଳେ ବ୍ୟାଙ୍କରେ କିନ୍ତୁ ତାହା ଜମା ହୋଇନଥିବା ଅଭିଯୋଗ କରିଛନ୍ତି ଜମାକାରୀ ।

ଏନେଇ ଆମେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର CEO ଙ୍କୁ ପଚାରିବାରୁ ସଙ୍ଗେ ସଙ୍ଗେ ବ୍ୟାଙ୍କ ଶାଖାକୁ ଆସି ତଦନ୍ତ କରି ଆର୍ଥିକ ଘୋଟାଲା ହୋଇଥିବା ଜାଣିବାକୁ ପାଇଥିଲେ । ଏଥିସହ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି CEO । ସେପଟେ ଏବେ ଅର୍ଥ ହେରଫେର ପଛରେ ଅନ୍ୟ କେଉଁମାନେ ସମ୍ପୃକ୍ତ ତାହାର ତଦନ୍ତ ଚାଲି ଥିବାବେଳେ ଜମା ଟଙ୍କା କିପରି ଫେରିପାଇବେ ସେନେଇ ଚିନ୍ତାରେ ଜମାକାରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.