ETV Bharat / state

Odisha Weather: ରାଜ୍ୟରେ ଆହୁରି ୩ଦିନ ରହିବ ପଶ୍ଚିମା ଝଡ଼ ପ୍ରଭାବ - ଓଡ଼ିଶା ପାଣିପାଗ

ରାଜ୍ୟରେ ପଶ୍ଚିମା ଝଡ଼ ସକ୍ରିୟ ରହିଥିବା ବେଳେ ଆଉ ୩ଦିନ ଏହାର ପ୍ରଭାବ ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Odisha Weather
Odisha Weather
author img

By

Published : Mar 18, 2023, 8:04 PM IST

ରାଜ୍ୟରେ ଆହୁରି ୩ଦିନ ରହିବ ପଶ୍ଚିମା ଝଡ଼ ପ୍ରଭାବ

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ଼ । ଏହି ଝଡ଼ର ପ୍ରଭାବ ଆହୁରି ୩ଦିନ ପର୍ଯ୍ୟନ୍ତ ରହିବ । ପରେ ପୁଣି ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ତେବେ ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି ସହ କେତେକ ସ୍ଥାନରେ କୂଆ ପଥର ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ବର୍ଷାର ପ୍ରଭାବରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା ସ୍ବାଭାବିକଠାରୁ କମ ରହିଛି । ତେବେ ମୟୂରଭଞ୍ଜ, ମାଲକାନଗିରି, କେନ୍ଦୁଝର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ ବିଶେଷ ଭାବେ ବର୍ଷା ହୋଇଛି । ସେପଟେ ରାଜ୍ୟରେ ବର୍ତ୍ତମାନ ଏକ ନିମ୍ନ ଚାପରେଖ ଝାଡ଼ଖଣ୍ଡ ଯାଏଁ ବ୍ୟାପିଛି । ଏହା ଓଡ଼ିଶା ଦେଇ ଅତିକ୍ରମ କରୁଛି । ଏହା ଫଳରେ ପୂର୍ବ ଦିଗରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବିତ ହେଉଛି । ଏହାସହ ପଶ୍ଚିମା ଝଡ଼ର ପ୍ରଭାବରେ ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି ସହ କେତେକ ସ୍ଥାନରେ କୂଆ ପଥର ବର୍ଷାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ- ୨୯ରେ ଉତ୍କଳ ବିଶ୍ବବିଦ୍ୟାଳୟ ଆସିବ NAAC ଟିମ୍, A++ ମାନ୍ୟତା ପାଇଁ ଚାଲିଛି ପ୍ରୟାସ

ଆଉ ଏହି ଦୁଇ ବାୟୁର ସଂଯୋଗରେ ବା ସଂସ୍ପର୍ଶରେ ଆସିବା ପରେ ପ୍ରତିଫଳନରେ ବିପଦଜନକ ବିଜୁଳି ଓ ଘଡ଼ଘଡ଼ି ମାରିବ । ଏଣୁ ସତର୍କତା ଅବଲମ୍ବନ ପାଇଁ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ପରାମର୍ଶ ଦେଇଛନ୍ତି । ପାଣିପାଗର ଏହି ନିୟାମକକୁ ନେଇ ଏହି ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କୋରାପୁଟ, ରାୟଗଡା, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବିଶେଷ ଭାବେ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ କୁଆ ପଥର ବର୍ଷା ହେବାର ସମ୍ଭାବନା ରହିଛି ।

ଏହାସହ ୪୦ରୁ ୫୦ କିମି ପବନ ବହିବାର ସମ୍ଭାବନା ମଧ୍ୟ ରହିଛି । ସେହିପରି ପଶ୍ଚିମା ଝଡ଼ର ପ୍ରଭାବରେ ଅନେକ ସ୍ଥାନରେ ରବି ଫସଲ ନଷ୍ଟ ହେବ ସହ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଲା କନ୍ଧମାଳ, ନୟାଗଡ଼, ଭଦ୍ରକ, ଖୋର୍ଦ୍ଧା, ଯାଜପୁର ଓ କଟକ । ତେଣୁ ରବି ଫସଲ କରିଥିବା କୃଷକମାନଙ୍କୁ ଫସଲ ନଷ୍ଟ ନ ହେବାର ବିହିତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ ପରଦିନ ଅର୍ଥାତ ୨୦ ଓ ୨୧ ପରଠାରୁ ପାଗରେ ପରିବର୍ତ୍ତନ ହେବ। ପୁଣି ପୂର୍ବଭଳି ଖରାର ପ୍ରକୋପ ବଢିବ ବୋଲି କହିଛି ପାଣିପାଗ । ସେହିପରି ଭୁବନେଶ୍ବରରେ ଗତ ୨୪ ଘଣ୍ଟା ଭିତରେ ୨ରୁ ଘଣ୍ଟା ମଧ୍ୟରେ ୨ରୁ ତିନି ଡିଗ୍ରୀ ତାପମାତ୍ରା ପଶ୍ଚିମା ଝଡ଼ର ପ୍ରଭାବ ଯୋଗୁଁ କମିଥିବା ବେଳେ ଭୁବନେଶ୍ବରରେ ୩୩.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.