ETV Bharat / state

ମୋ କଲେଜ ଅଭିଯାନର ସାଇବର ସିକ୍ୟୁରିଟି ସଚେତନତା, ସାମିଲ ହେଲେ ୧୦ ହଜାର ଛାତ୍ରଛାତ୍ରୀ

author img

By

Published : Aug 5, 2023, 10:50 PM IST

ଟିକିଏ ଅସାବଧାନତା ଯୋଗୁଁ ଅନେକ ଜଣ ସାଇବର ଠକାମୀର ଶିକାର ହେଉଛନ୍ତି । ବିଶେଷ ଭାବରେ ଯୁବପୀଢ଼ି ଅନଲାଇନ ଠକେଇର ଶିକାର ହେଉଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନର ପ୍ରୟାସରେ ଛାତ୍ରଛାତ୍ରୀଙ୍କୁ ସାଇବର ସିକ୍ୟୁରିଟି ଉପରେ ସଚେତନ କରାଯାଇଛି । ଅଧିକ ପଢ଼ନ୍ତୁ

ମୋ କଲେଜ ଅଭିଯାନର ସାଇବର ସିକ୍ୟୁରିଟି ସଚେତନତା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନର ପ୍ରୟାସରେ ଛାତ୍ରଛାତ୍ରୀଙ୍କୁ ସାଇବର ସିକ୍ୟୁରିଟି ଉପରେ ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜୁମ୍‌, ଫେସବୁକ୍ ଓ ୟୁଟ୍ୟୁବ୍‌ ମାଧ୍ୟମରେ ୨୫୦ଟି କଲେଜର ୧୦ ହଜାର ଛାତ୍ରଛାତ୍ରୀ ଓ କଲେଜ ଅଧ୍ୟକ୍ଷମାନେ ଯୋଗ ଦେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମଟିକୁ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ଉଦ୍‌ଘାଟିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସାଇବର ସିକ୍ୟୁରିଟି ସ୍ପେଶାଲିଷ୍ଟ ପ୍ରଶାନ୍ତ କୁମାର ସାହୁ ଓ ଲିଙ୍ଗରାଜ ସେଠୀ ଯୋଗ ଦେଇ ସାଇବର ସିକ୍ୟୁରିଟି ଉପରେ ସଚେତନ କରିଛନ୍ତି ।

ଟିକିଏ ଅସାବଧାନତା ଯୋଗୁଁ ଅନେକ ଜଣ ସାଇବର ଠକାମୀର ଶିକାର ହେଉଛନ୍ତି । ନିଜର ଧନ, ଜୀବନ ତଥା ସମ୍ମାନ ହାନି କରୁଛନ୍ତି । ତେଣୁ କିପରି ଭାବରେ ସାଇବର ସିକ୍ୟୁରିଟି ବିଷୟରେ ସଚେତନ ହେବାସହ ଯୁବପୀଢ଼ି ତଥା ସମାଜକୁ ଏହି ବିପଦରୁ ରକ୍ଷା କରାଯାଇପାରିବ, ତାହା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ।

ସେହିଭଳି ସାଇବର ସିକ୍ୟୁରିଟି ସ୍ପେସିଆଲିଷ୍ଟ ପ୍ରଶାନ୍ତ ସାହୁ କହିଛନ୍ତି, "ନିଜର ବିଦେଶ ଭ୍ରମଣ ବା ଛୁଟି କାଟିବା କଥା ସାମାଜିକ ଗଣମାଧ୍ୟମରେ ଜଣାନ୍ତୁ ନାହିଁ । ଯେତେ ପାରିବେ ନିଜର ବ୍ୟକ୍ତିଗତ କାଗଜପତ୍ର ତଥା ନିଜର ସମ୍ବେଦନଶୀଳ ଫଟୋ ଅପଲୋଡ କରନ୍ତୁ ନାହିଁ । ଛୋଟ ଛୋଟ ଅସାବଧାନତା ଆପଣଙ୍କୁ ବହୁ ଅନ୍‌ଲାଇନ୍ ବିପଦରୁ ରକ୍ଷା କରିପାରିବ । ସଚେତନ ହୁଅନ୍ତୁ ତଥା ଅନ୍‌ଲାଇନ୍ ମୋହରୁ ନିଜକୁ ରକ୍ଷା କରନ୍ତୁ । ସ୍ମାର୍ଟ୍ ଫୋନ୍‌ରେ ନିଜର ଆଧାର, ପାନ କାର୍ଡ, ଡେବିଟ୍‌ ତଥା କ୍ରେଡିଟ କାର୍ଡର ଫୋଟୋ ଉଠାଇ ରଖନ୍ତୁ ନାହିଁ । ସର୍ବସାଧରଣ ସ୍ଥାନରେ ମିଳୁଥିବା ଫ୍ରୀ ୱାଇଫାଇ ବ୍ୟବହାର କରନ୍ତୁ ନାହିଁ ।" ଭିଡିଓ କଲ୍‌ରେ କୌଣସି ଅଚିହ୍ନା ବ୍ୟକ୍ତି ସହିତ କଥାବାର୍ତ୍ତା ହୁଅନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଚିନ୍ତା ବଢ଼ାଉଛି ନକଲି ଓ୍ବେବ୍‌ସାଇଟ୍‌, ହୋଟେଲ ଏବଂ ଶିକ୍ଷାନୁଷ୍ଠାନ ନାଁରେ ଲୁଟୁଛନ୍ତି ଠକ

ଅନ୍ୟପଟେ ସାଇବର ସିକ୍ୟୁରିଟି ସ୍ପେସିଆଲିଷ୍ଟ ଲିଙ୍ଗରାଜ ସେଠୀ ସାଇବର ସିକ୍ୟୁରିଟିରେ କିପରି ନିଜର ଜୀବିକା ଗଢି ହେବ, ସେ ଦିଗରେ ବିଶେଷ ଦୃଷ୍ଟି ଦେଇଛନ୍ତି । ସେ କହିଛନ୍ତି, "ଆଗାମୀ ଦିନରେ ନିଜ ବୈଷୟିକ ସୁରକ୍ଷା ଦିଗରେ ଅଧିକ ଧ୍ୟାନ ଦେବା ଆବଶ୍ୟକ । କୌଣସି ଅଜଣା ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ନାହିଁ, ଅଜଣା ଆପ୍‌ ଗୁଡିକୁ ଡିଲିଟ କରିଦିଅନ୍ତୁ । ନିଜ ସମ୍ବନ୍ଧରେ ଥିବା ସମସ୍ତ ନଥିପତ୍ର ଭୁଲବଶତଃ କାହାକୁ ଚାଟରେ ପଠାନ୍ତୁ ନାହିଁ ଓ ଫଟୋ ତଳେ ଜାଗାର ନାଁ ଉଲ୍ଲେଖ କରନ୍ତୁ ନାହିଁ । ଆବଶ୍ୟକ ପଡ଼ିଲେ ସାଇବର ସିକ୍ୟୁରିଟି ଟୋଲ ଫ୍ରି ନମ୍ବର ୧୯୩୦ରେ କଲ୍‌ କରନ୍ତୁ ।" ଏହାସହ ସାମାଜିକ ଗଣମାଧ୍ୟମ ପ୍ରତି ସଜାଗ ଓ ସତର୍କ ରୁହିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।" ଆଗାମୀ ଦିନରେ ବିଭିନ୍ନ କଲେଜ ତଥା ବିଶ୍ବବିଦ୍ୟାଳୟ ଗୁଡିକରେ ଏହିପରି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସୂଚନା ଦେଇଛନ୍ତି ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସ ନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.