ETV Bharat / state

ମୋ ବିରୋଧରେ ଷଡଯନ୍ତ୍ର ହୋଇଛି: ସୁର ରାଉତରାୟ

author img

By

Published : Dec 23, 2022, 6:41 PM IST

ମତେ କଂଗ୍ରେସରୁ ତଡିଦେଲେ ମଧ୍ୟ ମୁଁ କଂଗ୍ରେସରେ ରହିବ । କଂଗ୍ରେସ ପାଇଁ ମୁଁ ଲୟାଲ । କଂଗ୍ରେସ ଠାରୁ ମତେ କେହି ଅଲଗା କରିପାରିବେ ନାହିଁ କାରଣ ଦର୍ଶାଅ ନୋଟିସ ପାଇଥିବା ବିଧାୟକ ସୁର ରାଉତରାୟ ଆଜି ଏହା କହିଛନ୍ତି । ଅଧିକ ପଢନ୍ତୁ

ବିଧାୟକ ସୁର ରାଉତରାୟ
ବିଧାୟକ ସୁର ରାଉତରାୟ
ମୋ ବିରୋଧରେ ଷଡଯନ୍ତ୍ର ହୋଇଛି: ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ମତେ କଂଗ୍ରେସରୁ ତଡିଦେଲେ ମଧ୍ୟ ମୁଁ କଂଗ୍ରେସରେ ରହିବ । କଂଗ୍ରେସ ପାଇଁ ମୁଁ ଲୟାଲ । କଂଗ୍ରେସ ଠାରୁ ମତେ କେହି ଅଲଗା କରିପାରିବେ ନାହିଁ । କଂଗ୍ରେସ ମତେ ସବୁ ଦେଇଛି । କଂଗ୍ରେସକୁ ନେଇ ମୁଁ ଗର୍ବିତ । ଦଳର ସ୍ଥିତି ନେଇ ମୁଁ ଯାହା କହିଛି । ଆଜି ଯାଏ କେବେ ଦଳ ବିରୋଧରେ ଯାଇନାହିଁ । ଦଳକୁ ଅଡୁଆରେ ପକାଇ ନାହିଁ । ଦଳ ଯାହା କାର୍ଯ୍ୟାନୁଷ୍ଠାନ ନେବ ମୁଁ ଗ୍ରହଣ କରିବି । ଦଳ ବିରୋଧୀ ମନ୍ତବ୍ୟ ଅଭିଯୋଗରେ କାରଣ ଦର୍ଶାଅ ନୋଟିସ ପାଇଥିବା ବିଧାୟକ ସୁର ରାଉତରାୟ ଆଜି ଏହା କହିଛନ୍ତି ।

ସୁର କହିଛନ୍ତି ନୋଟିସକୁ ମୁଁ ଖାତିର କରୁନାହିଁ । ଦଳରେ ଯାହା ଘଟୁଛୁ ତାହା ମୁଁ କହିଛି । ପଦ୍ମପୁରରେ ଆମର ଭୋଟ ବ୍ୟାଙ୍କ କୁଆଡେ ଗଲା ? ତାହା ପ୍ରଶ୍ନ କରିଥିଲେ । ବିଜେଡି ବିଜେପି ଟଙ୍କା ଦେଇ କିଣି ନେଲେ । କୌଣସି ନେତା କିମ୍ବା କର୍ମୀଙ୍କ ନାଁ ମୁଁ କହିନାହିଁ । କାହା ବିରୋଧରେ କହିନାହିଁ । ଯେଉଁମାନେ ନିଆଁ ଲଗାଇଲେ ତାଙ୍କ ବିରୋଧରେ କିଛି ନାହିଁ । ମତେ ଶସ୍ତା ଦେଖି ନୋଟିସ ଦେଉଛନ୍ତି । ଏହା ମୋ ବିରୋଧରେ ଷଡଯନ୍ତ୍ର। ମୋ କର୍ମୀ ମାନେ ବ୍ୟସ୍ତ ଅଛନ୍ତି । ମୁଁ ମୋ କର୍ମୀଙ୍କୁ ବୁଝାଇବି । ମୁଁ ଜଣେ ସଚ୍ଚା କଂଗ୍ରେସିଆ । ଦଳୀୟ ପରାଜୟ ନେଇ ମୁଁହ ଖୋଲିଥିଲି, ଭୋଟ ଗଲା କୁଆଡେ। ତେବେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ହେବ ଗ୍ରହଣ କରିବି ବୋଲି କହିଛନ୍ତି ସୁର ।

ସୂଚନାଯୋଗ୍ୟ ଗତ 20 ତାରିଖରେ କଂଗ୍ରେସ ଭବନରେ ବସିଥିଲା ଶୃଙ୍ଖଳା କମିଟି ବୈଠକ । ଖୁବଶୀଘ୍ର ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନିଷ୍ପତ୍ତି ନିଆଯିବ ବୋଲି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ସୂଚନା ଦେଇଥିଲେ । ପରେ ସୁର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ ନୋଟିସ ଜାରି ହୋଇଥିଲା । ଉଭୟଙ୍କୁ 7 ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛି କମିଟି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.