ETV Bharat / state

ଗୃହରେ ଉଠିଲା ଭାଗଚାଷୀ ପ୍ରସଙ୍ଗ: କାହିଁକି ସେମାନଙ୍କୁ ଚାଷୀର ମାନ୍ୟତା ମିଳୁନି ପ୍ରଶ୍ନ କଲେ ଉମରୋକଟ ବିଧାୟକ - ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଆଜି ଚତୁର୍ଥ ଦିନ । ପ୍ରଶ୍ନକାଳରେ ଭାଗଚାଷୀ ପ୍ରସଙ୍ଗ ଉଠାଇଲେ ଉମରୋକଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଅଧିକ ପଢନ୍ତୁ

ଗୃହରେ ଉଠିଲା ଭାଗଚାଷୀ ପ୍ରସଙ୍ଗ
ଗୃହରେ ଉଠିଲା ଭାଗଚାଷୀ ପ୍ରସଙ୍ଗ
author img

By

Published : Mar 15, 2023, 4:46 PM IST

ଭୁବନେଶ୍ବର: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଆଜି ଚତୁର୍ଥ ଦିନ ଥିବାବେଳେ ଗୃହକାର୍ଯ୍ୟ ସ୍ବାଭାବିକ ଚାଲିଛି । ପ୍ରଶ୍ନକାଳରେ ସୁରୁଖୁରୁରେ ଆଲୋଚନା ହୋଇଛି । ଆଜି ପ୍ରଶ୍ନକାଳରେ ଉପରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଭାଗଚାଷୀ ପ୍ରସଙ୍ଗ ଉଠାଇଛନ୍ତି । ବିଜେପି ବିଧାୟକ ପ୍ରଶ୍ନ କରିଛନ୍ତି ଯେ, ସରକାର ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେଉନାହାନ୍ତି କାହିଁକି । ସରକାର ଚାଷ ଓ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ମାଳ ମାଳ ଯୋଜନା କରୁଛନ୍ତି । କୃଷି କ୍ୟାବିନେଟରେ ସ୍ବତନ୍ତ୍ର ବଜେଟ କଲେ, କିନ୍ତୁ ଚାଷୀର ଆୟ କେତେ ବଢ଼ିଛି ? ସର୍ବଭାରତୀୟ ସ୍ତରରେ ଓଡ଼ିଶା ଚାଷୀଙ୍କ ବାର୍ଷିକ ଆୟ ସବୁଠାରୁ କମ୍ କାହିଁକି ବୋଲି ନିତ୍ୟାନନ୍ଦ ପଚାରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Budget Session: 5T ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀଙ୍କ ନିଶାନା, କହିଲେ କଣ 5ଟି ସବୁଠୁ ଊର୍ଦ୍ଧ୍ବରେ

ଏନେଇ କୃଷି ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଉତ୍ତର ରଖିଛନ୍ତି, ଜାତୀୟ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଚାଷୀଙ୍କ ଆୟ ନିର୍ଦ୍ଧାରଣ କରାଯାଇଥାଏ । 2012ରେ ଚାଷୀଙ୍କ ମାସିକ ଆୟ 4976 ଟଙ୍କା ଥିବାବେଳେ 2019ରେ ଏହା 5,112 ଟଙ୍କା ରହିଥିଲା । ତେବେ 2012 ବର୍ଷର 2019 ବର୍ଷ ସହ ଚାଷୀଙ୍କ ଆୟ ତୁଳନା ଠିକ ନୁହେଁ । କାରଣ 2018ରେ ତିତଲୀ ଓ 2019ରେ ଫନି ବାତ୍ୟା ଆସିଥିଲା । ସେହିପରି ଖରିଫ ସମୟରେ ମରୁଡ଼ି ଆସିଲା । ଯାହା ସେମାନଙ୍କ ଆୟ ବୃଦ୍ଧିକୁ ପ୍ରଭାବିତ କରିଥିଲା । ଏହି ଅସଂଗତି ଦୂର କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ହିରୋ ହେବାକୁ ଓଡିଆ ଅଭିନେତାଙ୍କୁ ଟଙ୍କା ମାଗିଲେ ପ୍ରଯୋଜକ, ସୁଟିଂ ସେଟ୍‌ରେ ପହଞ୍ଚି ହଙ୍ଗମା କଲେ ଅଭିନେତା

ସରକାର ଭାଗଚାଷୀଙ୍କୁ ଜମି ଥିବା ଚାଷୀଙ୍କ ପରି ସୁବିଧା ଦେଉଛନ୍ତି । ଯେପରିକି ଋଣ, ଯନ୍ତ୍ରପାତି କିଣାରେ ରିହାତି, ବିହନ ଯୋଗାଣ, ବଳରାମ ଯୋଜନା ଏହାର ଉଦାହରଣ । ଭାଗଚାଷୀ ସିଧାସଳଖ ଧାନ ବିକିବାକୁ ରାଜ୍ୟ ସରକାର ବ୍ୟବସ୍ଥାକୁ ସରଳୀକାରଣ କରିଛନ୍ତି । ସେମାନଙ୍କୁ ଜମି ଅଧିକାର ଦେବା ତର୍କର ବିଷୟ । ବିଭିନ୍ନ ସମୟରେ ଏହାର ସଂସ୍କାର ପାଇଁ ପଦକ୍ଷେପ ନିଆଯାଉଥିବା ନେଇ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଉତ୍ତର ରଖିଛନ୍ତି । ରାଜ୍ୟରେ ବର୍ତ୍ତମାନ 9ଲକ୍ଷ 5ହଜାର184 ଭାଗ ଚାଷୀ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଆଶାକର୍ମୀଙ୍କ ଜଘନ୍ୟ କାଣ୍ଡ: ଗର୍ଭବତୀଙ୍କୁ ସ୍ବାମୀଙ୍କ ଦ୍ବାରା କରାଇଲେ ଦୁଷ୍କର୍ମ, ନିଜେ କଲେ ଭିଡିଓ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.