ETV Bharat / state

ମ୍ୟାଚ ଦେଖିବାକୁ ମା'ଙ୍କୁ ମିଳିଲା ସୁଯୋଗ, ମିଶନ ଶକ୍ତି କାର୍ଯକ୍ରମ ପାଇଁ ହେଲା ସମ୍ଭବ

author img

By

Published : Jan 27, 2023, 10:52 PM IST

ଡିଷ୍ଟ୍ରିକ୍ଟ ଲେବଲ ଫେଡେରେସନ ଯାଜପୁର ବ୍ଲକରୁ 9ଜଣ ମିଶନ ଶକ୍ତି ମହିଳା କଳିଙ୍ଗ ଷ୍ଟାଡିୟମରେ ଦେଖିଛନ୍ତି ହକି । ଅଧିକ ପଢନ୍ତୁ

Mission Shakti Women
Mission Shakti Women

ଭୁବନେଶ୍ବର: ମ୍ୟାଚ ଦେଖିବାକୁ ସୁଯୋଗ ପାଇଲେ ମିଶନ ଶକ୍ତି ମହିଳା। ଚାରି ଆଡେ ହକିର କ୍ରେଜ ଚାଲିଥିବା ବେଳେ ହକିର ମ୍ୟାଚ ଦେଖିବାକୁ ଇଚ୍ଛା କରିଥିଲେ ମହିଳାମାନେ। ଆଉ ଏହାରି ଭିତରେ ସେମାନଙ୍କ ସ୍ବପ୍ନ ପୂରଣ କରିଛନ୍ତି ମିଶନ ଶକ୍ତିର ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ। ଯାଜପୁରର 9ଜଣ ମହିଳା ଆସି କଳିଙ୍ଗ ଷ୍ଟାଡିୟମରେ ଦେଖିଛନ୍ତି ହକି ମ୍ୟାଚ । ଡିଷ୍ଟ୍ରିକ୍ଟ ଲେବଲ ଫେଡେରେସନ ଯାଜପୁର ବ୍ଲକ ରୁ ଏହି ମହିଳା ମାନେ ଆସି ଦେଖିଛନ୍ତି ମ୍ୟାଚ । ମ୍ୟାଚ ପରେ ମହିଳା ମାନେ ସୁଜାତା କାର୍ତ୍ତିକେୟନଙ୍କ ପାଇଁ ଏସବୁ ସମ୍ଭବ ହେଲା ବୋଲି କହିବା ସହିତ ଏଭଳି ହକିର ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ମିଶନ ଶକ୍ତି କଣ: ଫୋକସରେ ଓଡ଼ିଶା ମହିଳାଙ୍କର ପ୍ରଗତି । ଏହାକୁ ତ୍ୱରାନ୍ୱିତ କରିବା ତଥା ଲିଙ୍ଗଗତ, ଆର୍ଥିକ ଓ ସାମାଜିକ ଅସମାନତାକୁ ଦୂର କରିବା ଦିଗରେ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ରାଜ୍ୟ ସରକାର ମିଶନ ଶକ୍ତି ଏକ ବିଭାଗ ଗଠନ କରିଛନ୍ତି। ଏନେଇ ଜଣେ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଏହାର ଦାୟିତ୍ବ ଦେଇଛନ୍ତି । ଏହି ମିଶନ ଶକ୍ତି ଜରିଆରେ ରାଜ୍ୟର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଯୋଡାଯାଉଛି। ଯାହା ମାଧ୍ୟମରେ ଓଡ଼ିଶାରେ ମହିଳାଙ୍କ "ସାମାଜିକ ସଶକ୍ତିକରଣ’’ ସହ ସ୍ବାବଲମ୍ବୀ କରାଯାଉଛି ।

ଯୋଜନାର ମୂଳ ଉଦ୍ଦେଶ୍ୟ : ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଏବଂ ଏହାର ପ୍ରସାରଣ । ସାରା ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ତାଙ୍କର ମହାସଂଘ ଗୁଡିକର ସଶକ୍ତିକରଣ ଆନୁଷ୍ଠାନିକ ଦକ୍ଷତା ବିକାଶ, ରାଜ୍ୟରେ ପ୍ରତ୍ୟେକ ସ୍ତରରେ କ୍ଷମତା ଏବଂ ଦକ୍ଷତା ବୃଦ୍ଧି । ଆର୍ଥିକ ଅନ୍ତର୍ଭୁକ୍ତିକରଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘଙ୍କ ପାଇଁ ମିଶନ ଶକ୍ତି ଗୃହ ନିର୍ମାଣ, ବ୍ଲକ୍ ମିଶନ ଶକ୍ତି ଭବନ ଓ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଭବନର ନିର୍ମାଣ କରାଯାଉଛି। ଯୋଗାଣ ମିଶନ ଶକ୍ତି ବଜାର ଏବଂ ଇକମର୍ସ୍ ପ୍ଲାଟଫର୍ମ ଜରିଆରେ ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ ବିକ୍ରୟ ବ୍ୟବସ୍ଥା କରାଯାଉଛି। ଏଥିସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କର ଜୀବିକା କାର୍ଯ୍ୟକଳାପକୁ ମଜବୁତ କରିବା ପାଇଁ ଅନ୍ୟ ବିଭାଗ ମାନଙ୍କ ସହିତ ସହଭାଗିତାରେ ଏନେଇ ପଦକ୍ଷେପ ନିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.