ETV Bharat / sports

ମ୍ୟାଚ୍‌ ହାରିବା ପରେ ପାକିସ୍ତାନୀ କ୍ରିକେଟରଙ୍କ ଅଜବ ମନ୍ତବ୍ୟ; କହିଲେ 'ଆମେ ହାରିଯାଇଥିବାରୁ ମୁଁ ଖୁସି' - Pak Player Happy With Lose

author img

By ETV Bharat Sports Team

Published : Sep 17, 2024, 4:28 PM IST

Champions One Day Cup : ପାକିସ୍ତାନରେ ଖେଳାଯାଉଛି ଘରୋଇ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟରେ ହାରିବା ପରେ ମଧ୍ୟ ପାକିସ୍ତାନର ଷ୍ଟାର କ୍ରିକେଟର ଖୁସି ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ପଢ଼ନ୍ତୁ ପୂରା ଖବର,

Pakistan Cricket Team
Pakistan Cricket Team (ANI Photo)

ନୂଆଦିଲ୍ଲୀ : ବିଭିନ୍ନ ସମୟରେ ପାକିସ୍ତାନ କ୍ରିକେଟ ଦଳକୁ ସେମାନଙ୍କ ନିଜ ଦେଶରେ ମଧ୍ୟ ଖୁବ ସମାଲୋଚନାର ଶିକାର ହେବାକୁ ପଡ଼େ । ସହଜେ ଆଜିକାଲି ପାକିସ୍ତାନ କ୍ରିକେଟ୍‌ ଦଳ ଏହାର ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି । ଟି20 ବିଶ୍ବକପ୍‌ରେ ୟୁଏସ୍‌ଏ ବିପକ୍ଷରେ ପରାଜୟ ହେଉ କିମ୍ବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ପରାଜୟ ହେଉ । ଏସବୁ ମଧ୍ୟରେ ଯଦି ଘରୋଇ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ପରାଜୟକୁ ନେଇ ଦଳର ଅଧିନାୟକ ଖୁସି ପ୍ରକାଶ କରିବେ, ତେବେ ଦେଶର କ୍ରିକେଟ ପ୍ରଶଂସକମାନେ କ୍ରୋଧିତ ହେବେ ନିଶ୍ଚିତ ।

ହାରିଥିବାରୁ ଖୁସି ପ୍ରକାଶ କଲେ ପାକିସ୍ତାନୀ ଖେଳାଳି :-

ପରାଜୟ ପରେ ଦଳର ଅଧିନାୟକ ସନ୍ତୋଷ ବ୍ୟକ୍ତ କରୁଥିବା ପ୍ରାୟତଃ ଆପଣ କେବେ ଶୁଣିନଥିବେ, କିନ୍ତୁ ଫୈସଲାବାଦରେ ଆୟୋଜିତ ପାକିସ୍ତାନର ଘରୋଇ ଟୁର୍ଣ୍ଣାମେଣ୍ଟ ଚାମ୍ପିୟନ୍ସ ୱାନ-ଡେ କପ୍‌ରେ ଏଭଳି କିଛି ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଷ୍ଟାର କ୍ରିକେଟର ମହମ୍ମଦ ରିଜୱାନଙ୍କ ନେତୃତ୍ୱାଧିନ ମାର୍ଖୋର୍ସ ବିପକ୍ଷରେ ମହମ୍ମଦ ହାରିସଙ୍କ ନେତୃତ୍ବାଧିନ ଦଳ ଷ୍ଟାଲିଅନ୍ସ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲା । ରିଜୱାନଙ୍କ ଦଳ ମାର୍ଖୋର୍ସ 20 ଓଭରରେ 231 ରନ୍ ସଂଗ୍ରହ କରିଥିଲା, ଯାହାପରେ ମହମ୍ମଦ ହାରିସଙ୍କ ଷ୍ଟାଲିଅନ୍ସ ଏହାର ଜବାବରେ 105 ରନ୍‌ରେ ହିଁ ସମସ୍ତ ୱିକେଟ ହରାଇଥିଲା । ଏହାପରେ ଷ୍ଟାଲିଅନ୍ସ ଅଧିନାୟକ ମହମ୍ମଦ ହାରିସ୍ ଖୁସି ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ, ଆମେ ହାରିଥିବାରୁ ମୁଁ ଖୁସି ବୋଲି ମଧ୍ୟ ସେ କହିଥିଲେ ।

'ଟ୍ରୋଲ କଲେ କ୍ରିକେଟପ୍ରେମୀ' :-

ମ୍ୟାଚ୍‌ ପରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, "ଆମର କୌଣସି ଭୁଲ ହୋଇନାହିଁ । ଆମେ ଯାହା ଚାହୁଁଥିଲୁ, ତାହା ହିଁ ହେଲା । ଆମେ ଦଳର ଶକ୍ତି ଯାଞ୍ଚ କରୁଥିଲୁ । ଆମେ ଟସ୍ ଜିତି ପ୍ରଥମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲୁ । ଆଜି ଆମେ ଚେଜ୍‌ କଲୁ । ଯାହା ଫଳରେ ଆମେ ଆମର ଶକ୍ତି ଜାଣିପାରିଲୁ । ତେଣୁ ଆମେ ଯାହା ଚାହୁଁଥିଲୁ ତାହା ହିଁ ଘଟିଲା । ଆମେ ଖୁସି ଯେ ଆମେ ଏହି ମ୍ୟାଚ୍‌ ହାରିଗଲୁ । ଆମକୁ ଆମ ଶକ୍ତି ଜଣାପଡ଼ିଗଲା ।" ସେପଟେ ପାକିସ୍ତାନୀ ପ୍ରଶଂସକମାନଙ୍କୁ ଏଭଳି ମନ୍ତବ୍ୟ ପସନ୍ଦ ଆସିନି । ସେମାନେ ମହମ୍ମଦ ହାରିସଙ୍କୁ ସମାଲୋଚନା କରି ତାଙ୍କର ମଜା ଉଡ଼ାଇଛନ୍ତି । ଜଣେ ୟୁଜର୍ସ ସୋସିଆଲ ମିଡିଆରେ ଲେଖିଛନ୍ତି, 'ଏଥିପାଇଁ ଶିକ୍ଷା ନିହାତି ଆବଶ୍ୟକ ।' ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଏମାନଙ୍କୁ ପ୍ରଥମେ ଶିକ୍ଷା ଦିଅ ଏବଂ ପରେ ସେମାନଙ୍କୁ କ୍ରିକେଟ୍ ଖେଳିବାକୁ ଦିଅ ।' ଏହା ବ୍ୟତୀତ ଅନ୍ୟ ୟୁଜର୍ସମାନେ ମଧ୍ୟ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରି ପାକିସ୍ତାନୀ ଖେଳାଳିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କୋହଲିଙ୍କ ବିରାଟ ଛକାରେ ଭାଙ୍ଗିଲା ଷ୍ଟାଡିୟମ କାନ୍ଥ, ଭିଡିଓ ଭାଇରାଲ - virat kohli broke stadium wall

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.