ETV Bharat / health

ସହଜରେ ଦୂର ହେବ ଚର୍ମ କୁଞ୍ଚନ, ମୁହଁରେ ଆସିବ ଗ୍ଲୋ; ଡାଲି ସହ ଖାଆନ୍ତୁ ଏହି ଜିନିଷ - Skin Beauty Tips - SKIN BEAUTY TIPS

Skin Beauty Tips: ଠିକ୍ ଭାବେ ଖାଇବା ପିଇବା ଦ୍ବାରା ଶରୀରକୁ ଶକ୍ତି ମିଳେ ଓ ଏହାର ପ୍ରଭାବ ଚେହେରାରେ ଦେଖାଯାଏ । ଏମିତି ଏକ ଉପାୟ ଅଛି, ଯାହାଦ୍ବାରା ଚେହେରା ସବୁବେଳେ ଚମକଦାର ରହିବା ସହ ରିଙ୍କଲ ଆସେନି । ଜାଣନ୍ତୁ ସେ ସମ୍ପର୍କରେ...

ସହଜରେ ଦୂର ହେବ ଚର୍ମ କୁଞ୍ଚନ, ମୁହଁରେ ଆସିବ ଗ୍ଲୋ
ସହଜରେ ଦୂର ହେବ ଚର୍ମ କୁଞ୍ଚନ, ମୁହଁରେ ଆସିବ ଗ୍ଲୋ (ETV Bharat)
author img

By ETV Bharat Health Team

Published : Sep 17, 2024, 4:18 PM IST

ହାଇଦ୍ରାବାଦ: ଘଣ୍ଟା ଘଣ୍ଟା ଅଫିସରେ ବସି କାମ କରିବା ଯୋଗୁଁ ଅନେକ ଲୋକ ଖୁବ୍ କ୍ଲାନ୍ତ ହୋଇପଡନ୍ତି । ଖାଇବା ପିଇବା ଠିକ୍ ନହେବା କାରଣରୁ ଶରୀରକୁ ଭରପୁର ଶକ୍ତି ମିଳିପାରେନି । ଫଳରେ ସବୁବେଳେ ଦୁର୍ବଳ ଅନୁଭବ ହୁଏ ଏବଂ ଏହାର ପ୍ରଭାବ ତାଙ୍କର ଚେହେରାରେ ଦେଖାଯାଏ । ଶରୀରକୁ ଫିଟ୍ ଏବଂ ଚେହେରାକୁ ସବୁବେଳେ ଚମକଦାର ରଖିବା ପାଇଁ ବଜାରରେ ବିଭିନ୍ନ କ୍ରିମ ଓ ଲୋସନ ମିଳେ । କିଛି ପ୍ରଡକ୍ଟ ଭଲ କାମ କରିଥାଏ ହେଲେ ଆଉ କିଛି ସମସ୍ୟା ସୃଷ୍ଟି କରେ । ଯାହାର ପ୍ରଭାବ ଆପଣଙ୍କ ଚେହେରା ସହିତ ଶରୀରର ଅନ୍ୟ ସ୍ଥାନରେ ଦେଖିବାକୁ ମିଳେ ।

ଯେମିତିକି ଚର୍ମ କୁଞ୍ଚନ ବା ରିଙ୍କଲ ଦେଖାଯାଏ । କମ୍ ବୟସରେ ବାର୍ଦ୍ଧକ୍ୟ ଭଳି ଅନୁଭବ ହେବାକୁ ଲାଗିଥାଏ । । ଯଦି ଆପଣଙ୍କର ମଧ୍ୟ ଏମିତି ସମସ୍ୟା ଅଛି, ତାହେଲେ ପ୍ରତିଦିନ ବୁଟ ଡାଲି ଓ ପାନମଧୁରୀ ସେବନ କରିବା କରିବା ଦ୍ବାରା ଦୁର୍ବଳତା, ଥକ୍କାପଣ ଦୂର ହେବା ସହ ଚେହେରାରେ ପଡୁଥିବା କୁଞ୍ଚନ ମଧ୍ୟ ଦୂରେଇ ଯାଇପାରିବ । ଚାଲନ୍ତୁ ଜାଣିବା କେମିତି ?

ବୁଟ ଡାଲି ସହ ପାନମଧୁରୀ ମିଶାଇ ଖାଇଲେ ଅନେକ ଫାଇଦା ମିଳେ । ଭାରତର ପ୍ରାଚୀନ ଚିକିତ୍ସା ପଦ୍ଧତି ଆୟୁର୍ବେଦରେ ଏକ ଉପାୟ କୁହାଯାଇଛି । ଯଦି ସକାଳେ ବୁଟ ଡାଲି ସହ ପାନମଧୁରୀ ଖାଆନ୍ତି ତାହେଲେ ମୁହଁରେ ଚର୍ମ କୁଞ୍ଚନ ଦେଖାଯାଏନି ।

ଘରେ ଏକ ପାତ୍ରରେ ବୁଟ ଡାଲି ପାଣି ଭିଜାଇ ରଖନ୍ତୁ । ଏହାପରେ ଡାଲିକୁ ଏକ ଶୁଖିଲା ପାତ୍ରକୁ କାଢି ଏଥିରେ ଅଳ୍ପ ପାନମଧୁରୀ ଭଲ ଭାବେ ମିଶାଇ ଦିଅନ୍ତୁ । ଏଥିରୁ ତିନି ଚାମଚ ଖାଆନ୍ତୁ । ବୁଟ ଡାଲି ଓ ପାନମଧୁରୀକୁ ଚୋବାଇ ଖାଇବା ଦ୍ବାରା ଶରୀରର ଥକ୍କାପଣ ଦୂର ହୋଇଯାଏ । ଆଉ ଦୁର୍ବଳ ଅନୁଭବ ହୁଏ ନାହିଁ । ତେବେ ଖାଲି ପେଟରେ ଖାଇଲେ ଏହାର ଫାଇଦା ମିଳିପାରିବ ।

ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ:- ବୁଟ ଡାଲି ଖାଇବା ଦ୍ବାରା ଶରୀରକୁ ଅନେକ ସ୍ବାସ୍ଥ୍ୟଗତ ଫାଇଦା ମିଳେ । ଲୋକେ ଡାଲିକୁ ରାନ୍ଧି ଖାଇଥାନ୍ତି । ପାନମଧୁରୀ ଖାଇଲେ ଶରୀରରେ ଶକ୍ତି ବଜାୟ ରହେ । ହେଲେ ଡାଲି ସହ ପାନମଧୁରୀ ମିଶାଇ ଖାଇବା ପୂର୍ବରୁ ଥରେ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ ।

2017ରେ 'ଏଭିଡେନ୍ସ ବେସ୍‌ଡ କମ୍ପ୍ଲିମେଣ୍ଟ୍ରି ଆଣ୍ଡ ଅଲଟରନେଟିଭ ମେଡିସିନ' ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଯେଉଁ ଲୋକମାନେ ଭୋଜନ ପରେ ପାନମଧୁରୀ ଖାଉଥିଲେ ସେମାନଙ୍କର ପେଟ ଯନ୍ତ୍ରଣା ଓ ବଦହଜମୀ ସମସ୍ୟା କମ୍ ହୋଇଥିଲା । ଏହି ଗବେଷଣାରେ କିଙ୍ଗ ଜର୍ଜ ମେଡିକାଲ କଲେଜ, ଲକ୍ଷ୍ନୌର ପ୍ରଖ୍ୟାତ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡଃ ଏସକେ ସିଂହ ଭାଗ ନେଇଥିଲେ । ତାଙ୍କର ଦାବି ଯେ, ପାନମଧୁରୀ ମଞ୍ଜିରେ ଥିବା ପାଚକ ରସ ଖାଦ୍ୟକୁ ଭଲ ଭାବେ ହଜମ ହେବାରେ ସାହାଯ୍ୟ କରେ ।

ଏହା ମଧ୍ୟ ପଢନ୍ତୁ: ପ୍ରତିଦିନ କେତୋଟି ଅଣ୍ଡା ଖାଉଛନ୍ତି ? ଅଧିକ ଖାଇଲେ ହୋଇପାରେ ସମସ୍ୟା, ଜାଣନ୍ତୁ କ'ଣ କୁହନ୍ତି ବିଶେଷଜ୍ଞ - How many eggs to eat daily

ଏହା ମଧ୍ୟ ପଢନ୍ତୁ: ଏସବୁ ଲକ୍ଷଣ ଅଛି କି ? ହୋଇପାରେ ଡେଙ୍ଗୁ, ଜାଣନ୍ତୁ ଏହାର କାରଣ ଓ ନିରାକରଣ - Dengue symptoms treatment

ଏହା ମଧ୍ୟ ପଢନ୍ତୁ: ସବୁବେଳେ ଖୁସିରେ ରହିବାକୁ ଚାହୁଁଛନ୍ତି ? ପ୍ରତିଦିନ କରନ୍ତୁ ଏହି କାମ - Hobbies improve mental health

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.