ETV Bharat / state

ଜଙ୍ଗଲରୁ ନିଖୋଜ ନାବାଳକର ମୃତଦେହ ଉଦ୍ଧାର, ହାତୀ ଆକ୍ରମଣ ସନ୍ଦେହ

author img

By ETV Bharat Odisha Team

Published : Oct 6, 2023, 9:40 PM IST

ପଟିଆ ଫୁଲଚଣ୍ଡୀ ଉଚ୍ଚବିଦ୍ୟାଳୟ ନିକଟସ୍ଥ ଜଙ୍ଗଲରେ ନିଖୋଜ ନାବାଳକ ଛାତ୍ରର ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

ଜଙ୍ଗଲରୁ ନିଖୋଜ ନାବାଳକ ଛାତ୍ରର ମୃତଦେହ ଉଦ୍ଧାର , ହାତୀ ଆକ୍ରମଣ ସନ୍ଦେହ !

ଖୋର୍ଦ୍ଧା: ନିଖୋଜ ନାବାଳକର ମୃତଦେହ ଉଦ୍ଧାର । ଗତ ୩ ଦିନ ତଳେ ନିଖୋଜ ହୋଇଥିବା ନାବାଳକର ମୃତଦେହ ସନ୍ଦେହ ଜନକ ଭାବେ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ନାବାଳକର ମୃତଦେହ ପଟିଆ ଫୁଲଚଣ୍ଡୀ ଉଚ୍ଚବିଦ୍ୟାଳୟ ନିକଟସ୍ଥ ଏକ ଜଙ୍ଗଲରେ ଠାବ କରାଯାଇଛି । ମୃତ ନାବାଳକ ରାମଚନ୍ଦ୍ରପୁର ପଞ୍ଚାୟତ ଗୋଡ଼ିସାହିର 13 ବର୍ଷୀୟ ଖୋକନ ଭୋଳ ବୋଲି ଜଣାପଡିଛି । ସେ ପଟିଆ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀରେ ପଢ଼ୁଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଖୋକନ ଗତ 2 ତାରିଖ ଦିନ ସାଇକେଲ ମରାମତି କରିବା ପାଇଁ ବାପାଙ୍କଠାରୁ ଟଙ୍କା ନେଇଥିଲା । ସାଇକେଲ ମରାମତି ନକରି ସେହି ଟଙ୍କା ଖର୍ଚ୍ଚ କରିଦେଇଥିବାରୁ ବାପା ତାକୁ ଗାଳି ଦେଇଥିଲେ । ଏଥିରେ ସେ ଅସହ୍ୟ ହୋଇଥିବା କେଉଁଆଡେ ଚାଲିଯାଇଥିଲେ । ସେ ଆଉ ଘରକୁ ଫେରିନଥିଲେ । ଏହା ପରେ ତାଙ୍କ ବାପା ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ବିଦ୍ୟାଳୟ ପାଖରେ କୌଣସି ପଚାଗନ୍ଧ ହେଉଥିବା ନେଇ ପିଲାମାନେ ଶିକ୍ଷକଙ୍କୁ ଜଣାଇଥିଲେ । ଶିକ୍ଷକମାନେ ଗ୍ରାମବାସୀଙ୍କୁ ଜଣାଇବା ପରେ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକର ମୃତଦେହକୁ ଚିହ୍ନଟ କରିଥିଲା ।

ଏହା ମଧ୍ୟ ପଢନ୍ତୁ...Junagarh Triple murder case: ଅଣ୍ଟି ଛୁରୀ ତଣ୍ଟି କାଟିଲା, ପୁତୁରା ହିଁ ହତ୍ୟାକାରୀ

ପ୍ରାଥମିକ ତଦନ୍ତରୁ ହାତୀ ଆକ୍ରମାଣରେ ଜୀବନ ଯାଇଥାଇ ପାରେବୋଲି ଜଣାପଡିଛି । କାରଣ ସେହି ରାସ୍ତାରେ ପ୍ରାୟ ସମୟ ବଣୁଆ ହାତୀଙ୍କ ଯାତାୟତ ହେଉଛି । ତେଣୁ ହାତୀ ଆକ୍ରମଣରେ ତାର ମୃତ୍ୟୁ ହୋଇଥିବା ବୋଲି ସନ୍ଦେହ କରାଯାଉଛି । ଏହି ଜାଗା ଚାନ୍ଦପୁର ଥାନା ଅଧିନରେ ଯାଉଥିବା କାରଣରୁ ଟାଙ୍ଗୀ ପୋଲିସ ମାମଲାକୁ ଚାନ୍ଦପୁର ପୁଲିସକୁ ହସ୍ତାନ୍ତର କରିଦେଇଥିବା ଜଣାପଡିଛି । ଚାନ୍ଦପୁର ପୋଲିସ ମୃତଦେହକୁ ଜବତ କରିଛି । ଘଟଣା ସ୍ଥଳରେ ଫରେନ୍ସିକ ଟିମକୁ ପହଞ୍ଚି ଅଧିକ ଅନୁସନ୍ଧାନ କରୁଥିବା ଜଣାପଡିଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ବାସ୍ତବ ଚିତ୍ର ପଦାକୁ ଆସିବ ବୋଲି ପୋଲିସ ପକ୍ଷରୁ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ...ଅନୈତିକ ସମ୍ପର୍କ ସନ୍ଦେହ କରି ହତ୍ୟା, ସାଙ୍ଗକୁ କୂଅକୁ ଠେଲି ଦେଇଥିଲା ସାଙ୍ଗ

ପୂର୍ବରୁ ଅନୁଗୋଳ ଜିଲ୍ଲାରେ ହାତୀମାନଙ୍କ ଆକ୍ରମଣରେ ଜଣକ ଜୀବନ ଯାଇଥିଲା । ବସଲା ଗାଁର ଭାବ ଜେନା ଘର ପାଖ ଜଙ୍ଗଲ ନିକଟକୁ ଶୌଚ ପାଇଁ ଯାଇଥିବାବେଳେ ସେ ହାତୀ ଆକ୍ରମଣ ଶିକାର ହୋଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.