ETV Bharat / state

ପୂଜା ପୂର୍ବରୁ ଦୁର୍ବୃତ୍ତଙ୍କ ଆତଙ୍କ: ୪ ଫ୍ଲାଟରୁ ଲୁଟିଲେ ୨ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଗହଣା - ୪ ଫ୍ଲାଟରୁ ଲୁଟ

ରାଜଧାନୀରେ ପୂଜା ପୂର୍ବରୁ ବଡ଼ ଧରଣର ଲୁଟ୍‌ । ୪ ଫ୍ଲାଟରୁ ଦୁର୍ବୃତ୍ତ ଲୁଟିନେଲେ ୨କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଗହଣା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 17, 2023, 9:15 PM IST

ପୂଜା ପୂର୍ବରୁ ଦୁର୍ବୃତ୍ତଙ୍କ ଆତଙ୍କ

ଭୁବନେଶ୍ବର: ପୂଜା ସମୟରେ ସୀମା ଟପିଲେ ଦୁର୍ବୃତ୍ତ । ସିକ୍ୟୁରିଟି ଥାଇ ଆପାର୍ଟମେଣ୍ଟର ପଶି ଲୁଟିଲେ ମୂଲ୍ୟବାନ ଜିନିଷ । ଘରର ତାଲା ତାଡି ଗ୍ରୀଲ କାଟି ପୋଛିନେଲେ ଗହଣା ଟଙ୍କା । ଭୁବନେଶ୍ବର ଇନଫୋସିଟି ଥାନା ପଥରଗାଡିଆରେ ଥିବା ରାଜଭାଟିକା ଆପାର୍ଟମେଣ୍ଟରୁ ବଡ଼ ଧରଣର ଡକାୟତି ସହ ଲୁଟପାଟ କରିଛନ୍ତି ଦୁର୍ବୃତ୍ତ । ଆପାର୍ଟମେଣ୍ଟରରେ ପଶି ୪ଟି ଫ୍ଲାଟରୁ ଲୁଟି ନେଇଛନ୍ତି ୨କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗହଣା ଓ ନଗଦ କ୍ୟାସ ସମେତ ଦାମୀ ଜିନିଷ । ଖବର ପାଇ ଘଟଣା ସ୍ଥଳରେ ଛାନଭିନ ଆରମ୍ଭ କରିଛି କମିସନରେଟ ପୋଲିସ ।

ପୂଜା ସମୟରେ ବାହାରକୁ ବୁଲିବାକୁ ଯିବା ବା ଛୁଟି କାଟିବାକୁ ଲାଗୁଛି ଡର । କାରଣ କେଉଁ ମୁହୂର୍ତ୍ତରେ ଲୁଟ ହୋଇପାରେ ଆପଣଙ୍କ ଘର । ଏଥର ଦଶହରା ପୂର୍ବରୁ ଭୁବନେଶ୍ବରରେ ଏମିତି କିଛି ରହିଛି ଦୁର୍ବୃତ୍ତଙ୍କ ଆତଙ୍କରାଜ। ସହରର ଅପରାଧ ନିୟନ୍ତ୍ରଣ ଓ ସୁରକ୍ଷା ନେଇ ଉଠିଲାଣି ଅନେକ ପ୍ରଶ୍ନ । ଇନଫୋସିଟି ଥାନା ପଥରଗାଡିଆର ଥିବା ରାଜଭାଟିକା ଆପାର୍ଟମେଣ୍ଟରୁ ହୋଇଥିବା ଲୁଟପାଟ ହଜାଇ ଦେଇଛି ପୋଲିସର ନିଦ । କାରଣ ଲୁଟେରାଙ୍କ ଲୁଟ ଓ ହାବଭାବ ଦେଖି କାହାକୁ ବି ଲାଗିବ ଡର । ସିକ୍ୟୁରିଟି ଚଳପ୍ରଚଳ ଥିବା ଆପାର୍ଟମେଣ୍ଟର ପୂଜାର ସୁଯୋଗ ନେଇ ପଶିଥିଲେ ଦୁର୍ବୃତ୍ତ ।

ଏହା ବି ପଢନ୍ତୁ- ପୂଜା ପୂର୍ବରୁ ମାତିଲେଣି ଚୋର, ରାଜଧାନୀରେ ଖେଳିଲାଣି ଭୟର ଆତଙ୍କ

ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭିରୁ ବର୍ତ୍ତିବାକୁ ବଡ଼ ବଡ଼ ଶାବଳରେ ସିସିଟିଭି ଭାଙ୍ଗି ପଶିଥିଲେ ଦୁର୍ବୃତ୍ତ । ପରେ କାହାର ଗ୍ରୀଲ ତାଡି ତ କାହାର ତାଲା ଭାଙ୍ଗି ଖେଳାଇଥିଲେ ଲୁଟର ଆତଙ୍କ । ଏପରିକି ଆପାର୍ଟମେଣ୍ଟର H2, I4, G4, C5 ରେ ପଶି କାହାର ଆଲମାରୀ ତାଡି କାହାର ଲକର କାଟି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ନଗଦ ଟଙ୍କା, ଗହଣା ଓ ଦାମି ଜିନିଷ ନେଇ ଛୁ ମାରିଛନ୍ତି ଦୁର୍ବୃତ୍ତ । ସିସିଟିଭିରୁ ଜଣାପଡ଼ିଛି ଯେ ଏହି ଦୁର୍ବୃତ୍ତମାନେ ଭୟଙ୍କର ଓ ମାରଣାସ୍ତ୍ର ଧରି ଲୁଟପାଟ କରୁଛନ୍ତି । କାହାର ଘରେ ରଖାଯାଇଥିବା ଝିଅ ବାହାଘର ପାଇଁ ଗହଣା ଓ ଟଙ୍କା ନେଇ ଛୁ ମାରିଛନ୍ତି ।

ଏପରି ଲୁଟପାଟ ପରେ ଲୋକେ ନିଜ ସୁରକ୍ଷା ନେଇ ଚିନ୍ତାରେ ରହିଛନ୍ତି । ଏହି ଘଟଣା ପରେ ଖବର ପାଇ କମିସନରେଟ ପୋଲିସର ସାଇଣ୍ଟିଫିକ ଟିମ୍ ଓ ଡ୍ରଗ୍ସ ସ୍କ୍ବାଡ ପହଞ୍ଚି ଆରମ୍ଭ କରିଛି ତନାଘନା । ସିସିଟିଭି ଫୁଟେଜ ସଂଗ୍ରହ ସହ ସେମାନଙ୍କର ଚାଲି ଚଳଣି ଓ ଠାଣିରେ ଲୁଟେରାଙ୍କୁ କାବୁ କରିବାକୁ ପୋଲିସ ଚଳାଇଛି ପ୍ରୟାସ । ଲୁଟର ଶିକାର ହୋଇଥିବା ଆପାର୍ଟମେଣ୍ଟର ଶ୍ରାବଣୀ ନାୟକ କହିଛନ୍ତି, " ବାପାଙ୍କ ହଠାତ୍ ଡେଥ ହେବା ପରେ ଶୁଣି ଘରକୁ ଯାଇଥିବା ବେଳେ ଶୁଣିବାକୁ ପାଇଲେ ତାଙ୍କ ଘରୁ ଲୁଟ ହୋଇଛି। ଗହଣା ୫ ଲକ୍ଷ ଟଙ୍କାର, ନଗଦ ୧ଲକ୍ଷ ଟଙ୍କା ଓ କିଛି ଦାମି ଜିନିଷ ଘରର ଗ୍ରିଲ ଓ ତାଲା ତାଡି ନେଇଯାଇଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.