ETV Bharat / state

ରସୁଲଗଡ଼ ଛକରେ ହଣାକଟା, ବ୍ୟକ୍ତିଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ

author img

By

Published : Dec 16, 2022, 12:44 PM IST

Updated : Dec 16, 2022, 2:15 PM IST

ଜମିବାଡି ବିବାଦକୁ ନେଇ ରକ୍ତ ରଞ୍ଜିତ ହେଲା ରାଜଧାନୀ । ଦ୍ବିନ ଦ୍ବିପହରରେ ବ୍ୟକ୍ତିଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ । ଅଧିକ ପଢନ୍ତୁ

ରସୁଲଗଡ଼ ଛକରେ ହଣାକଟା
ରସୁଲଗଡ଼ ଛକରେ ହଣାକଟା
ରସୁଲଗଡ଼ ଛକରେ ହଣାକଟା

ଭୁବନେଶ୍ବର: ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ । ଦ୍ବିନ ଦ୍ବିପହରରେ ବ୍ୟକ୍ତିଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ । ଜମିବାଡି ବିବାଦକୁ ନେଇ ରାଜରାସ୍ତାରେ ହଣାକଟା । ଏଭଳି ଘଟଣା ରସୁଲଗଡ ଛକ ଉପରେ । ଦୁର୍ବୃତ୍ତ ଆକ୍ରମଣରେ ରକ୍ତ ଜୁଡୁବୁଡୁ ହୋଇ ଛଟପଟ ହେଉଥିବା ବେଳେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ପଠାଇଲେ ସ୍ଥାନୀୟ ଲୋକେ । ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିମ୍ବାଧର ଜେନା ।

ମିଳିଥିବା ସୂଚନା ଅନୁଯାୟୀ, ଜମିବାଡି ପଜେସନକୁ ନେଇ ବଳିୟାର ସିଂ ଓ ଜେନା ପରିବାର ମଧ୍ୟରେ ଆଗରୁ ତିକ୍ତତା ରହିଥିଲା । ଏନେଇ କୋର୍ଟ ସହାୟତାରେ ମାଜିଷ୍ଟ୍ରେଟ ଉପସ୍ଥିତିରେ ଜମିର ପଜେସନ ମିଳିଥିଲା ଜେନା ପରିବାରକୁ । କିନ୍ତୁ ବଳିୟାର ସିଂ ପରିବାରର ଜମି ଜବର ଦଖଲ ବେଳେ ବିରୋଧ କରିଥିଲା । ତେବେ ବିମ୍ବାଧର ଜେନାକୁ ବଳିୟାର ସିଂ ଦାରେ ଆକ୍ରମଣ କରିଥିବା କୁହାଯାଉଛି । ଯାହା ଫଳରେ ବ୍ୟକ୍ତି ଜଣଙ୍କ ରସୁଲଗଡ ଛକ ଉପରେ ରକ୍ତ ଜୁଡୁବୁଡୁ ହୋଇ ଛଟପଟ ବେଳେ ସ୍ଥନୀୟ ଲୋକଙ୍କ ସହାୟତାରେ ହସ୍ପିଟାଲକୁ ପଠାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଧନୁ ସଂକ୍ରାନ୍ତି ତିଥିରେ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି, ସ୍ବତନ୍ତ୍ର ଚୁଲିରେ ରନ୍ଧା ହୁଏ ପହିଲି ଭୋଗ

ବିମ୍ବାଧରଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜମିବାଡ଼ି ଗଣ୍ଡଗୋଳ ନେଇ ରସୁଲଗଡ଼ ଛକରେ ଏପରି ରକ୍ତାକ୍ତ ସଂଘର୍ଷ ପୋଲିସ ପାଇଁ ଚାଲେଞ୍ଜ ପାଲଟିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 16, 2022, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.