ETV Bharat / state

ସହରରେ ମାତିଛନ୍ତି ଅପରାଧି: ଅସୁରକ୍ଷିତ ସିକ୍ୟୁରିଟି ଗାର୍ଡ, ବିପଦରେ ଧନଜୀବନ

author img

By ETV Bharat Odisha Team

Published : Oct 19, 2023, 9:02 PM IST

ରାଜଧାନୀରେ ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ଆକ୍ରମଣର ଶିକାର‌ ହୋଇଥିବା ସୁରକ୍ଷାକର୍ମୀ ଜଣକ ଗୁରୁତର ଥିବାବେଳେ ସାମ୍ନାକୁ ଆସିଛି ଆକ୍ରମଣ ସମୟର ସିସିଟିଭି ଫୁଟେଜ୍ ।

miscreants attack security guard
ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ
ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ବର: ରାଜଧାନୀରେ ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ସାମ୍ନାକୁ ଆସିଲା ଆକ୍ରମଣ ସମୟର ସିସିଟିଭି ଫୁଟେଜ୍ । ଗତ ୧୭ତାରିଖ ରାତିରେ ମଙ୍ଗରାଜ ପଏଣ୍ଟରେ ଜଣେ ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ସମୟର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଯେଉଁଠି ଲୁଟତରାଜ ପାଇଁ ଆସିଥିବା ଅପରାଧି ପାଣି ମାଗିବା ବାହାନାରେ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ କରି ଲୁଟ୍ ପାଇଁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ଆଉ ଆକ୍ରମଣ ସମୟର ଏହି ଭିଡିଓ ସାମନାକୁ ଆସିବା ପରେ ଭୟର‌ ବାତାବରଣ ଖେଳିଯାଇଛି । ଆକ୍ରମଣର ଶିକାର‌ ହୋଇଥିବା ସୁରକ୍ଷାକର୍ମୀ ଜଣକ ଗୁରୁତର ଥିବାବେଳେ ଏବେ ସିକ୍ୟୁରିଟି ଗାର୍ଡଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପାର୍ବଣର ମାହୋଲରେ ଚାରିଆଡ଼େ ଗହଳି ଚହଳି ଲାଗି ରହିଛି । ହେଲେ ଏହି ପାର୍ବଣର ଭିଡ ମଧ୍ୟରେ ବି ଆତଙ୍କ ରଚୁଛନ୍ତି ଦୁବୃର୍ତ୍ତ । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଘର ଆଦି ସ୍ଥାନରେ ଜଗୁଥିବା ସିକ୍ୟୁରିଟି ଗାର୍ଡଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ‌ ଉଠିଛି । କାରଣ ସହରର ଅଧାରୁ ଅଧିକ ସ୍ଥାନ ସୁରକ୍ଷାକର୍ମୀଙ୍କ ଭରସାରେ ଚାଲିଛି । ସୁରକ୍ଷା ପାଇଁ ପ୍ରାଇଭେଟ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ କରୁଛନ୍ତି ଲୋକେ। ଅଧିକାଂଶ ସ୍ଥାନରେ ବୟସର ଅପରାହ୍ନରେ ବି ଅବସର ନେଇଥିବା କେତେକ ବ୍ୟକ୍ତି ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିନା ଅସ୍ତ୍ରଶସ୍ତ୍ର ବା ବନ୍ଧୁକରେ ମଧ୍ୟ ଡ୍ୟୁଟି କରୁଛନ୍ତି ସିକୁରିଟି ଗାର୍ଡ । ହେଲେ ଗତ ୧୭ ତାରିଖ ସନ୍ଧ୍ୟାରେ କଟକ-ପୁରୀ ବାଇପାସ ରୋଡରେ ଥିବା ମଙ୍ଗରାଜ ପଏଣ୍ଟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଯାହାକି ସହରର ସୁରକ୍ଷା ଦିଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହା ବି ପଢନ୍ତୁ...Durga Puja Special: ଦିବ୍ୟ ରୂପରେ ଦର୍ଶନ ଦେଉଛନ୍ତି ମା’ ତାରାତାରିଣୀ, ଜମୁଛି ଭକ୍ତଙ୍କ ଭିଡ

ଗୋଟିଏ ପଟେ ଲୁଟେରାମାନେ ମାରଣାସ୍ତ୍ର ଧରି ଆତଙ୍କ ରଚୁଥିବାବେଳେ ଏଦିଗରେ ପୋଲିସର ନିଘା ନଥିବା ଅଭିଯୋଗ ହୋଇଛି । ସୁରକ୍ଷାରେ ନିୟୋଜିତ ଥିବା କର୍ମଚାରୀଙ୍କୁ ସିକ୍ୟୁରିଟି ଏଜେନ୍ସି ଗୁଡିକ ଆତ୍ମରକ୍ଷା ତାଲିମ ଦେଇଛନ୍ତି କି ନାହିଁ ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ବିନା ବନ୍ଧୁକ ଓ ବିନା ଅସ୍ତ୍ରଶସ୍ତ୍ରରେ ଅନେକ ସୁରକ୍ଷାକର୍ମୀ ଡ୍ୟୁଟି କରୁଥିବାବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । କାରଣ ସୁରକ୍ଷାକର୍ମୀ ରକ୍ତମୁଖା ଲୁଟେରାଙ୍କ ଆକ୍ରମଣର ଶିକାର ହେବା ପରେ ଏବେ ସମଗ୍ର ସହର ଅସୁରକ୍ଷିତ ହୋଇପଡିଛି। ଏଭଳି ସମୟରେ ପୋଲିସର ପାଟ୍ରୋଲିଂ ବଢିବାର ଆବଶ୍ୟକତା ଥିବାବେଳେ ବିଭିନ୍ନ ସିକ୍ୟୁରିଟି ଏଜେନ୍ସି ସହ ପୋଲିସ ଆଲୋଚନା କରିବାର ଆବଶ୍ୟକତା ଥିବା ନେଇ ମତ ପ୍ରକାଶ ପାଇଛି। ଏହାସହ ସିକ୍ୟୁରିଟିମାନଙ୍କ ପାଇଁ ଆଲାର୍ମ ସିଷ୍ଟମ ବା ସାହାଯ୍ୟ ପାଇଁ ଆଲାର୍ମିଂ ବ୍ୟବସ୍ଥାର ଆବଶ୍ୟକତା ଥିବା ନେଇ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.