ETV Bharat / state

୨ ମାସ ବିତିଲା ମିଳୁନି ନାବାଳିକା ଝିଅର ପତ୍ତା, ଥାନା ଆଗରେ ବାପାମାଆଙ୍କ ଧାରଣା

author img

By

Published : Jan 6, 2023, 9:51 AM IST

Updated : Jan 6, 2023, 11:52 AM IST

ଦୁଇମାସ ତଳେ କଲେଜ ଯାଇ ଘରକୁ ଫେରିନି ନାବାଳିକା ଝିଅ, ନିରାଶ ହୋଇ ଥାନା ଆଗରେ ଧରଣା ଦେଲେ ବାପା ମାଆ । ଅଧିକ ପଢ଼ନ୍ତୁ

minor girl missing in khordha
ଖୋର୍ଦ୍ଧାରେ ନାବାଳିକା ନିଖୋଜ
୨ ମାସ ବିତିଲା ମିଳୁନି ନାବାଳିକା ଝିଅର ପତ୍ତା

ଖୋର୍ଦ୍ଧା: ରାଜ୍ୟରେ ବଢିଚାଲିଛି ନାବାଳିକା ଅପହରଣ ଓ ନିଖୋଜ ମାମଲା । ଗତ କିଛି ଦିନ ଭିତରେ ନାବାଳିକା ନିଖୋଜ ଓ ହତ୍ୟା ଘଟଣା କ୍ରମାଗତ ଭାବେ ବଢ଼ିଚାଲିଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳରେ ନାବାଳିକା ନିଖୋଜ ନେଇ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଦୁଇମାସ ଧରି ଜଣେ ନାବାଳିକା କଲେଜ ଯାଇ ଫେରିନଥିବା ବେଳେ ବାପା ମାଆ ବାରମ୍ବାର ଅଭିଯୋଗ କରି ଏବେ ଥାନା ଆଗରେ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Chit fund Case: CBIକୁ ଅଙ୍ଗୁଳି ଉଠାଇଲା BJD, BJP କହିଲା କୁଆଡେ ଗଲା କର୍ପସ୍ ଫଣ୍ଡ

ଏପରି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ବାଙ୍କୋଇ ଗ୍ରାମରେ । ଜନୈକ ନାବାଳିକା ଗତ ନଭେମ୍ବର ମାସ ୨ ତାରିଖରେ ବିନୋଦପଡା ସ୍ଥିତ କଲେଜକୁ ପାଠ ପଢିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଘର ଲୋକେ ବିଭିନ୍ନ ସମ୍ପର୍କୀୟ ଘର ଖୋଜା ଖୋଜି କରି ନିରାଶ ହେବା ପରେ ୩ ତାରିଖ ଦିନ ବାଙ୍କୋଇ ଫାଣ୍ଡି ସହ ବୋଲଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ବୋଲଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । କିନ୍ତୁ ଅଭିଯୋଗକୁ ଦୀର୍ଘ ଦୁଇ ମାସ ବିତି ଯାଇଥିଲେ ବି ନାବାଳିକାଙ୍କ କୌଣସି ପତ୍ତା ଏ ପର୍ଯ୍ୟନ୍ତ ପୋଲିସ ହାତରେ ଲାଗିପାରିଲା ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: Russian Suspicious Death: ମୃତ୍ୟୁକୁ ନେଇ ବଢିଲା ସସପେନ୍ସ, ଭୁବନେଶ୍ୱରରେ ଠାବ ହେଲେ ଆଉ ୨ ବିଦେଶୀ

ତେବେ ବାପା ମାଆ ଝିଅର ଫେରିବା ବାଟକୁ ଚାହିଁ ବସିଥିବା ବେଳେ ପୋଲିସର ନିଷ୍କ୍ରିୟତା ତାଙ୍କୁ ଚିନ୍ତାରେ ପକାଇଛି । ଏଥିପାଇଁ ବାରମ୍ବାର ଏସପିଙ୍କ ଠାରୁ ମହିଳା କମିଶନ, ଶିଶୁ ସୁରକ୍ଷା ଅଧିକାରଙ୍କ ଠାରେ ଦ୍ବାରସ୍ଥ ହୋଇଥିଲେ ବି ନିରାଶ ହୋଇଛନ୍ତି ବାପା ମାଆ । ପରିଶେଷରେ ବୋଲଗଡ ଥାନାରେ ଧାରଣା ଦେବାକୁ ବାଧ୍ଯ ହୋଇଛନ୍ତି । ନିଜ ନାବାଳିକା ଝିଅକୁ ନ ପାଇଲେ ଜୀବନ ହାରିବାକୁ ଚେତାବନୀ ଦେଇଛନ୍ତି । ଘଟଣା ତଦନ୍ତ କରୁଥିବା ପୋଲିସ ଅଧିକାରୀ କ୍ୟାମେରା ଆଗରେ କିଛି କହିବାକୁ ରାଜି ହୋଇନଥିବା ବେଳେ ଘଟଣାର ତଦନ୍ତ ଚାଲିଛି କହି କଥାକୁ ଏଡାଇ ଯାଇଥିଲେ । ସେପଟେ ନାବାଳିକା ଝିଅର ବାପାଙ୍କ ଅଭିଯୋଗ ଅନୁଯାୟୀ, "ପୋଲିସ କୌଣସି ଅଦୃଶ୍ୟ ଚାପର ବଶବର୍ତ୍ତୀ ହୋଇ ଘଟଣାକୁ ହାଲୁକା ପରି ନେଉଛନ୍ତି । ତୁରନ୍ତ ଘଟଣାର ତଦନ୍ତ କରି ଝିଅକୁ ଖୋଜିବାକୁ ଦାବି କରାଯାଉଛି। "

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jan 6, 2023, 11:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.