ETV Bharat / state

ନାବାଳିକା ଅପହରଣ ମାମଲା: ହାଇଦ୍ରାବାଦରୁ ଦୁଇ ଗିରଫ

author img

By

Published : Jun 15, 2021, 10:42 PM IST

ନାବାଳିକାକୁ ଅପହରଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ବାଘମାରୀ ଥାନା । ସେମାନଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

minor girl kidnap case two accused arrested by baghamari police
ନାବାଳିକା ଅପହରଣ ମାମଲା : ହାଇଦ୍ରାବାଦରୁ ଦୁଇ ଗିରଫ

ଖୋର୍ଦ୍ଧା: ନାବାଳିକା ଅପହରଣ ମାମଲା, ହାଇଦ୍ରାବାଦରୁ ଦୁଇ ଗିରଫ । ବାଘମାରୀ ଥାନା ଅଟ୍ରି ପଞ୍ଚାୟତ ଶରଧାପୁର ଗ୍ରାମର ଜଣେ ନାବାଳିକାକୁ ଅପହରଣ ଘଟଣାରେ ପୁଲିସ ହାଇଦ୍ରାବାଦରୁ ଅପହରଣକାରୀ ଏବଂ ସହଯୋଗୀ ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି ।

ସୂଚନାଥାଉକି ଶରଧାପୁର ଗ୍ରାମର ଜୈନିକା ନାବାଳିକାଙ୍କୁ ସେହି ଗ୍ରାମର ସରୋଜ ଗତ ଦୁଇ ତାରିଖରେ ଅପହରଣ କରିନେଇଥିବା ନାବାଳିକାଙ୍କ ପରିବାର ପକ୍ଷରୁ ବାଘମାରୀ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ କେସ ନଂ ୩୮/୨୧ରେ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଅପହରଣକାରୀଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରି ସୁଦୂର ହାଇଦ୍ରାବାଦରୁ ନାବାଳିକାକୁ ଉଦ୍ଧାର କରିବା ସହ ଶରାଧାପୁରର ଅଭିଯୁକ୍ତ ସରୋଜ ଏବଂ କଟକ ଅଞ୍ଚଳର ତାଙ୍କ ସହଯୋଗୀ ଇଦରିସଙ୍କୁ ଗିରଫ କରି ବାଘମାରି ଥାନାକୁ ଆଣିଥିବା ଜଣାଯାଇଛି । ବୁଧବାର ନାବାଳିକାଙ୍କ ବୟାନ ରେକର୍ଡ କରାଯିବା ସହିତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.