ETV Bharat / state

ବିଧାୟକ କ୍ବାର୍ଟର୍ସରୁ ମିଳିଲା ନାବାଳିକା ଝିଆରୀର ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ - ରାଇରଙ୍ଗପୁର ବିଧାୟକ

ବିଧାୟକଙ୍କ ସରକାରୀ କ୍ବାର୍ଟର୍ସରୁ ଝୁଲନ୍ତା ମୃତଦେହ ଉଦ୍ଧାର । ରାଇରଙ୍ଗପୁର ବିଧାୟକଙ୍କ ଝିଆରୀଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ

Dead body recovered from Rairangpur MLA quarters

author img

By

Published : Aug 7, 2023, 10:10 AM IST

Updated : Aug 7, 2023, 1:22 PM IST

Dead body recovered from Rairangpur MLA quarters

ଭୁବନେଶ୍ବର/ରାଇରଙ୍ଗପୁର: ରାଇରଙ୍ଗପୁର ବିଧାୟକଙ୍କ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର । ସରକାରୀ କ୍ବାର୍ଟର୍ସରୁ ମୃତଦେହ ଉଦ୍ଧାର କଲା ପୋଲିସ । ମୃତକ ହେଲେ ବିଧାୟକ ନବଚରଣ ମାଝୀଙ୍କ ଝିଆରୀ । ଖାରବେଳ ନଗର ସ୍ଥିତ ଏମଏଲଏ କଲୋନୀରୁ ଠାବ ହୋଇଛି ମୃତଦେହ । ମୃତକ ଜଣଙ୍କ ନୟାପଲ୍ଲୀରେ ଥିବା ଏକ ଯୁକ୍ତ ଦୁଇ କଲେଜର ଛାତ୍ରୀ ।

ମିଳିଥିବା ସୂଚନା ଅନୁଯାୟୀ, ଏମ୍‌ଏଲ୍‌ଏ କଲୋନୀ ଡିଏସ୍ ୧୦ /୧ କ୍ବାର୍ଟର୍ସରେ ବିଧାୟକ ନବଚରଣ ମାଝୀ ରୁହନ୍ତି । ବିଧାୟକଙ୍କ ଝିଆରୀ ନିଜ ତିନି ଭାଇଙ୍କ ସହିତ ସରକାରୀ କ୍ବାଟରରେ ରହୁଥିଲେ । ସମସ୍ତେ ଅଲଗା ଅଲଗା କୋଠରୀରେ ରହୁଥିଲେ । ଶନିବାର ଦିନ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଭୁବନେଶ୍ୱରରେ ଥିବା ବେଳେ ସେ ନିଜ ପୁତୁରା ଓ ଝିଆରୀ ମାନଙ୍କ ପାଇଁ ସନ୍ଧ୍ୟାରେ ଡ୍ରେସ୍ ଓ ଖାଇବା ଜିନିଷ କିଣି ଦେଇଥିଲେ । ପରେ ସେମାନଙ୍କୁ ନେଇ କ୍ବାର୍ଟର୍ସରେ ଛାଡି ଦେଇଥିଲେ । ସେହି ଦିନ ରାତିରେ ସମସ୍ତେ ଖାଇପିଇ ଶୋଇବାକୁ ଯାଇଥିଲେ । ସକାଳ ପାଇବା ପରେ ବିଧାୟକଙ୍କ ଝିଆରୀ ରୁମର କବାଟ ନ ଖୋଲିବାରୁ ତାଙ୍କ ଭାଇ ମାନେ ଦିନ 11ଟା ସମୟରେ ଝରକା ପଟୁ ଝୁଲନ୍ତା ଅବସ୍ଥାରେ ଉଭଣୀକୁ ଦେଖିବାକୁ ପାଇଥିଲେ । ଏନେଇ କକା ନବଚରଣ ମାଝୀଙ୍କୁ ଖବର ଦେବାରୁ ସେ ପୋଲିସକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡ଼ାକ୍ତରଖାନାକୁ ପଠାଇଥିଲା । ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଏହା ମଧ୍ୟ ପଢନ୍ତୁ-ହୋଟେଲରୁ ଯୁବତୀଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ପୋଲିସ ଘଟଣାସ୍ଥଳରୁ ଏକ ମୋବାଇଲ ଡାଏରୀ ଓ କିଛି ପେପର ପୋଲିସ ଜବତ କରିଛି । ଏନେଇ‌ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ମୋବାଇଲରେ ସେ କାହା ସହ କଥା ହୋଇଥିଲେ । କଲେଜରେ କିପରି ଥିଲା ତାଙ୍କର ଆଚାର ବ୍ୟବହାର । କିଛି ମାନସିକ ଚାପ ଥିଲା ନା ପାଠପଢ଼ା ଟେନସନ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଏନେଇ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି‌ ପୋଲିସ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଅନ୍ୟପଟେ ଆଜି(ସୋମବାର) ବିଧାୟକ ନବଚରଣ ମାଝୀ ଝିଆରୀର ମୃତଦେହକୁ ଧରି ରାଇରଙ୍ଗପୁର ସ୍ଥିତ ନିଜ ଘରକୁ ଯାଇଥିଲେ । ରାଇରଙ୍ଗପୁର ସହରର ମହୁଲଡିହା ସ୍ଥିତ ବାସଭବନରେ ମୃତଦେହ ପହଞ୍ଚିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ତେବେ ଆଜି ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର, ରାଇରଙ୍ଗପୁର

Last Updated : Aug 7, 2023, 1:22 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.