ETV Bharat / state

ଯେଉଁଠି ଖେଳାଳି, ସେଇଠି ଷ୍ଟାଡିୟମ; କ୍ରୀଡାର ବିକାଶ ପାଇଁ ଅର୍ଥ ହେବନି ପ୍ରତିବନ୍ଧକ: କ୍ରୀଡା ମନ୍ତ୍ରୀ

author img

By ETV Bharat Odisha Team

Published : Sep 29, 2023, 7:21 AM IST

Updated : Sep 29, 2023, 12:49 PM IST

ଯେଉଁ ସ୍ଥାନର ଖେଳାଳିମାନେ ଦେଶ ଓ ରାଜ୍ୟ ପାଇଁ ଗର୍ବ ଗୌରବ ଆଣିଛନ୍ତି ସେହି ସ୍ଥାନରେ ହକି ଷ୍ଟାଡିୟମ ନିର୍ମାଣ ହେବ । ଗୃହରେ ଉତ୍ତର ରଖିଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ । ଅଧିକ ପଢ଼ନ୍ତୁ

ବିଧାନସଭା ମୌସୁମୀ ଅଧିବେଶନ
ବିଧାନସଭା ମୌସୁମୀ ଅଧିବେଶନ
ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: ଯେଉଁଠି ଖେଳାଳି, ସେଇଠି ହେବ ଷ୍ଟାଡିୟମ । ଅଧିକ ହକି ଖେଳାଳି ବାହାରୁଥିବା ସ୍ଥାନରେ ଷ୍ଟାଡିୟମ ନିର୍ମାଣ ହେବ । ଯେଉଁ ସ୍ଥାନର ଖେଳାଳିମାନେ ଦେଶ ଓ ରାଜ୍ୟ ପାଇଁ ଗର୍ବ ଗୌରବ ଆଣିଛନ୍ତି ସେହି ସ୍ଥାନରେ ହକି ଷ୍ଟାଡିୟମ ନିର୍ମାଣ ପାଇଁ ଯୋଜନା ରହିଛି । ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ରାଜ୍ୟରେ ୮୯ଟି ମଲ୍ଟି ପରପୋଜ ଇଣ୍ଡୋର ଷ୍ଟାଡିୟମ ମଧ୍ୟରୁ ୨୨ଟି ଷ୍ଟାଡ଼ିୟମ କାମ ଶେଷ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

କ୍ରୀଡା ମନ୍ତ୍ରୀ ଗୃହରେ କହିଛନ୍ତି ଯେ, କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶା ସାରା ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଛି । ହକିରୁ ଫୁଟବଲ, ମଲ୍‌ଟି ପରପୋଜ ଷ୍ଟାଡିୟମରୁ ଇଣ୍ଡୋର୍‌ ହଲ ଯାଏଁ ଖେଳିବାର ସୁଯୋଗ ଦିଆଯାଇଛି । ଏଣିକି କ୍ରୀଡ଼ାର ବିକାଶ ପାଇଁ ଆର୍ଥିକ ପ୍ରତିବନ୍ଧକ ନାହିଁ । ଏଥିପାଇଁ ରାଜ୍ୟ ସରକାର ନିଜସ୍ବ ଅର୍ଥ ଖର୍ଚ୍ଚ କରୁଛନ୍ତି । ଦରକାର ହେଲେ ଡିଏମଏଫରୁ ଖର୍ଚ୍ଚ କରାଯାଉଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ କ୍ରୀଡ଼ା ବିକାଶର ଜ୍ୱଳନ୍ତ ଉଦାହରଣ ପାଲଟିଛି । ଯେଉଁ ସ୍ଥାନର ଖେଳାଳୀ ଦେଶ ପାଇଁ ଗୌରବ ଆଣିବେ, ସେଠାରେ ଆଷ୍ଟ୍ରୋ ଟର୍ଫ ନିର୍ମାଣ ପାଇଁ ପ୍ରସ୍ତାବ ଅଛି ।

ଏହାମଧ୍ୟ ପଢନ୍ତୁ: Assembly Monsoon Session: ବିରୋଧୀଙ୍କ କ୍ଷୋଭ, ଉଠାଇ ପାରୁନାହୁଁ ଆନ୍ଦୋଳନକାରୀଙ୍କ ପ୍ରସଙ୍ଗ

କଳିଙ୍ଗ ଷ୍ଟାଡିୟମର ମଡେଲ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଯିବ । ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅଦ୍ଭୁତପୂର୍ବ ପଦକ୍ଷେପ ନେଇଛନ୍ତି । ୨୦୧୮ ଓ ୨୦୨୩ରେ ବିଶ୍ୱକପ ହକି ଆୟୋଜନ ହୋଇଛି । ଏହା କରି ଗୌରବ ଅର୍ଜନ କରିଛି ଓଡ଼ିଶା । ରାଜ୍ୟରେ ୩୫ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ୧୭ ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯାଇଛି । ଯାଜପୁରରେ ବି ଆଷ୍ଟ୍ରୋ ଟର୍ଫ ନିର୍ମାଣ ହୋଇଛି । କଟକର ବାରବାଟୀ ଷ୍ଟାଡିୟମର ବିକାଶରେ ଆହୁରି କ୍ରିୟାଶୀଳ ହେବାକୁ ଯାଉଛି । ରାଜ୍ୟ ସରକାର ଓସିଏ ଓ ଅଲମ୍ପିକ୍‌ ଆସୋସିଏସନ୍‌ ସହ ମିଶି ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖିଛନ୍ତି ।

ଏହାମଧ୍ୟ ପଢନ୍ତୁ: Assembly News: ଗୃହରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା, ୨୦୨୨ରେ ରାଜ୍ୟରେ ୬,୧୪୦ଟି ଆତ୍ମହତ୍ୟା ମାମଲା

ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନ । ପ୍ରଥମ ମହିଳା ବିଚାରପତି ପ୍ରମିଳା ମଲ୍ଲିକଙ୍କ ନେତୃତ୍ବରେ ସେପ୍ଟେମ୍ବର ୨୨ରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୪ ତାରିଖ ଯାଏଁ ଚାଲିବ । ଗୁରୁବାର ଅଧିବେଶନର ପଞ୍ଚମ ଦିନ ଥିବାବେଳେ ଗୃହକାର୍ଯ୍ୟ ସ୍ବାଭାବିକ ଭାବେ ଚାଲି ପାରିନଥିଲା । 5T ସଚିବଙ୍କ ଗସ୍ତକୁ ନେଇ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 29, 2023, 12:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.