ETV Bharat / state

ବିରୋଧୀ ଦଳ ନେତା ଝାମେଲା କରନ୍ତି ବୋଲି ସମସ୍ତେ ଜାଣିଛନ୍ତି: ମନ୍ତ୍ରୀ ପ୍ରତାପ ଦେବ - ମନ୍ତ୍ରୀ ପ୍ରତାପ ଦେବ

ଶକ୍ତି ମନ୍ତ୍ରୀ କହିଛନ୍ତି ଯେ, ଗତ 20 ବର୍ଷରେ ରହିଛି ସମ୍ବଲପୁରରେ ରାଜନୈତିକ ଓ ସାମ୍ପ୍ରଦାୟିକ ହିଂସାର ଇତିହାସ । ଗତ 20 ବର୍ଷ ହେଲା ପ୍ରତ୍ୟେକ ରାମ ନବମୀ ଓ ହନୁମାନ ଜୟନ୍ତୀରେ ସମ୍ବଲପୁରରେ କିଛି ନା କିଛି ଝାମେଲା ହେଉଛି । ଆଉ ଏ ଝାମେଲା କିଏ କରେ ସମସ୍ତେ ଜାଣିଛନ୍ତି । ସେ ହେଉଛନ୍ତି ବର୍ତ୍ତମାନର ବିରୋଧୀ ଦଳର ନେତା । ଏହା ଆଜିର କଥା ନୁହେଁ । ଅଧିକ ପଢନ୍ତୁ

http://10.10.50.80:6060/reg-lowres/24-April-2023/od-bbsr-06-pratap-on-sambalpur-tension-7209787_24042023204829_2404f_1682349509_1065.mp4

author img

By

Published : Apr 24, 2023, 10:51 PM IST

ବିରୋଧୀ ଦଳ ନେତା ଝାମେଲା କରନ୍ତି ବୋଲି ସମସ୍ତେ ଜାଣିଛନ୍ତି : ମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ବର: ସମ୍ବଲପୁରରେ ଗତ 20 ବର୍ଷ ହେଲା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । 2000 ମସିହା ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତି ନଥିଲା । ସମ୍ପ୍ରଦାୟିକ ହିଂସା ସେଠାରେ ଏବେ ହେଉଛି । ସେବେ ନଥିଲା । ଏହା ପଛରେ ଅଛନ୍ତି ସମ୍ବଲପୁରର ବିଧାୟକ ତଥା ବିରୋଧୀ ଦଳର ନେତା । ଏହା କହିଛନ୍ତି ବିଜେଡି ନେତା ତଥା ରାଜ୍ୟ ସରକାରଙ୍କ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ଶକ୍ତି ମନ୍ତ୍ରୀ କହିଛନ୍ତି ଯେ, ଗତ 20 ବର୍ଷରେ ରହିଛି ସମ୍ବଲପୁରରେ ରାଜନୈତିକ ଓ ସାମ୍ପ୍ରଦାୟିକ ହିଂସାର ଇତିହାସ । ଗତ 20 ବର୍ଷ ହେଲା ପ୍ରତ୍ୟେକ ରାମ ନବମୀ ଓ ହନୁମାନ ଜୟନ୍ତୀରେ ସମ୍ବଲପୁରରେ କିଛି ନା କିଛି ଝାମେଲା ହେଉଛି । ଆଉ ଏ ଝାମେଲା କିଏ କରେ ସମସ୍ତେ ଜାଣିଛନ୍ତି । ସେ ହେଉଛନ୍ତି ବର୍ତ୍ତମାନର ବିରୋଧୀ ଦଳର ନେତା । ଏହା ଆଜିର କଥା ନୁହେଁ । ଚଳିତ ବର୍ଷ ଟିକେ ଅଧିକ ହୋଇଯାଇଛି, ତେଣୁ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ବଲପୁର ସହରରେ ବିଗିଡି ଯାଇଛି ବୋଲି ଆଖ୍ୟା ଦିଆଯାଉଛି । ଗତ 20 ବର୍ଷ ହେଲା ରାମନବମୀ ଓ ହନୁମାନ ଜୟନ୍ତୀରେ ଅସାମାଜିକ କାର୍ଯ୍ୟକ୍ରମ କରି ସେଠାରେ ସମ୍ପ୍ରଦାୟିକ ପରିସ୍ଥିତି କିଏ ସୃଷ୍ଟି କରୁଛି ତାହା ସମସ୍ତେ ଜାଣନ୍ତି ।

ଗତ 20 ବର୍ଷ ହେଲା ସମ୍ବଲପୁରରେ ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି, ସେଇଟା ବିଜେଡି ସୃଷ୍ଟି କରୁଛି ବୋଲି ବରଗଡ ସାଂସଦ ତଥା ବିଜେପି ନେତା ସୁରେଶ ପୂଜାରୀ କହିଛନ୍ତୁ । ସମ୍ବଲପୁରରେ ଏଭଳି ପରିସ୍ଥିତି କେବଳ ବିଜେପି ସୃଷ୍ଟି କରୁଛି । ଏହାର ଶହ ଶହ ଫୁଟେଜ ଗଣମାଧ୍ୟମ ପାଖରେ ରହିଛି । ଚଳିତ ବର୍ଷ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ବିରୋଧୀ ଦଳ ନେତା ସମ୍ବଲପୁରରେ ନାହାଁନ୍ତି ସତ । କିନ୍ତୁ ସେ ଗତ 20 ବର୍ଷ ମଧ୍ୟରେ ତିଆରି କରିଥିବା ସଂସ୍ଥା ଅଛି । ଅମକ ଦିନ ଆମେ ଏଇୟା କରିଆସୁଛୁ, କରିବୁ । ଏଇଟା ଆମର ନାର୍ଯ୍ୟ ଦାବି । ବର୍ଷ ସାରା ଶାନ୍ତି ରହିବ । ଠିକ ରାମ ନବମୀ ଓ ହନୁମାନ ଜୟନ୍ତୀ ଆସିବ, ଏ ଝାମେଲା ସମ୍ବଲପୁରରେ ହେବ ହିଁ ହେବ ।

ପୋଲିସ ତା କାମ କରୁ । ଆମେ କହୁଛୁ, ଆଇନ ଶୃଙ୍ଖଳା ଯିଏ ଭାଙ୍ଗୁଛି ଓ ଉସୁକେଉଛି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ । ସେ ବିଜେଡି ହେଉ କିମ୍ବା ବିଜେପି ଓ କଂଗ୍ରେସ ବା ଅନ୍ୟ କୌଣସି ସଂଗଠନର ଲୋକ କାର୍ଯ୍ୟାନୁଷ୍ଠାନ ପୋଲିସ ନେଉ । ଆଇନକୁ ତା କାମ କରିବାକୁ ଦିଆଯାଉ ବୋଲି ବିଜେଡି ସ୍ପଷ୍ଟ ଆକାରରେ କହୁଛି । ଗୁଡୁ ମୁସଲିମ ଓ ସମ୍ବଲପୁରରେ ସାମ୍ପ୍ରଦାୟିକ ହିଂସାକୁ ନେଇ ସାରା ରାଜ୍ୟରେ ଜୋର ଚର୍ଚ୍ଚା ଧରିଛି । ଏହି ଘଟଣାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବରଗଡ ସାଂସଦ ସୁରେଶ ପୂଜାରୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଶ୍ନ ଉଠାଇଥିବାବେଳେ ଏହାର ଜବାବ ରଖିଛନ୍ତି ପ୍ରତାପ ଦେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.