ETV Bharat / state

କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ଅର୍ଥ ମନ୍ତ୍ରଣାଳୟର ଆଞ୍ଚଳିକ ବୈଠକ ଅନୁଷ୍ଠିତ

author img

By

Published : Aug 12, 2023, 10:41 PM IST

ଅର୍ଥ ରାଷ୍ଟ୍ର ମନ୍ତ୍ରୀ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ପିଏମ ସ୍ବନିଧି ଯୋଜନା ଅଧୀନରେ ଋଣ ବିତରଣ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କେତେଦୂର ଅଗ୍ରଗତି କରିପାରିଛି ସେ ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ଯୋଜନାର ସମୀକ୍ଷା କରିଥିଲେ। ଅଧିକ ପଢନ୍ତୁ

କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ଅର୍ଥ ମନ୍ତ୍ରଣାଳୟର ଆଞ୍ଚଳିକ ବୈଠକ ଅନୁଷ୍ଠିତ
କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ଅର୍ଥ ମନ୍ତ୍ରଣାଳୟର ଆଞ୍ଚଳିକ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କେ କରାଡ଼ଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ବର ଠାରେ ଅର୍ଥ ମନ୍ତ୍ରଣାଳୟର ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ପୂର୍ବ ଭାରତୀୟ ରାଜ୍ୟରେ ପିଏମ ସ୍ବନିଧି ଯୋଜନାର ପ୍ରଗତି ଓ ରାଜ୍ୟମାନଙ୍କର ପ୍ରଦର୍ଶନ ସମୀକ୍ଷା କରାଯାଇଛି । ବିଶେଷ କରି ବ୍ୟାଙ୍କମାନଙ୍କ ଦ୍ବାରା ଫେରାଇ ଦିଆଯାଇଥିବା ଆବେଦନଗୁଡ଼ିକର ସଂଖ୍ୟା ହ୍ରାସ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି ।

ଏହି ବୈଠକରେ ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଅନ୍ୟ ଅଧିକାରୀ, ବିଭିନ୍ନ ରାଜ୍ୟର ମହାନଗର ନିଗମ କମିଶନର ଓ ଏସଏଲବିସି ଆବାହକ, ବିଭିନ୍ନ ସରକାରୀ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ, ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ, ଅର୍ଥ ସେବା ବିଭାଗର ଯୁଗ୍ମ ସଚିବ, ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ।

ଏହାବି ପଢନ୍ତୁ- ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ, ପରିବର୍ତ୍ତନ ପାଇଁ ଯୁବବର୍ଗଙ୍କ ଦକ୍ଷତା ବିକାଶ ଜରୁରୀ : କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ

ଅର୍ଥ ରାଷ୍ଟ୍ର ମନ୍ତ୍ରୀ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ପିଏମ ସ୍ବନିଧି ଯୋଜନା ଅଧୀନରେ ଋଣ ବିତରଣ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କେତେଦୂର ଅଗ୍ରଗତି କରିପାରିଛି ସେ ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ଯୋଜନାର ସମୀକ୍ଷା କରିଥିଲେ। ବ୍ୟାଙ୍କମାନେ ଫେରାଇ ଦେଇଥିବା ଆବେଦନକୁ ସମୀକ୍ଷା କରିବା ନିମନ୍ତେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପୌର ପ୍ରଶାସନଗୁଡ଼ିକୁ ଅନୁରୋଧ କରିବା ସହିତ ଏସବୁ ଆବେଦନକୁ ସଂଶୋଧନ କରି ପୁନର୍ବାର ଋଣ ମଞ୍ଜୁରି ଓ ବିତରଣ ଲାଗି ଦାଖଲ କରିବାକୁ କହିଥିଲେ। ନିର୍ଦ୍ଧାରିତ ସମୟରେ ଋଣ ବିତରଣ ଲକ୍ଷ୍ୟ ହାସଲ ନିମନ୍ତେ ଶିବିର ଆୟୋଜନ କରିବା ଏବଂ ବ୍ୟାଙ୍କଗୁଡ଼ିକୁ ନୂଆ ଆବେଦନ କରିବାରେ ସହାୟତା ଯୋଗାଇ ଦେବା ଲାଗି ସବୁ ପୌର ପ୍ରଶାସନକୁ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରୋଧ କରିଥିଲେ ।

ପିଏମ ସ୍ବନିଧି ଯୋଜନାର ଲକ୍ଷ୍ୟ ହାସଲ ନିମନ୍ତେ ପରସ୍ପର ମଧ୍ୟରେ ସମନ୍ବୟ ସ୍ଥାପନ କରି କାର୍ଯ୍ୟ କରିବା ନିମନ୍ତେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସବୁ ବ୍ୟାଙ୍କ ଓ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଉଠାଦୋକାନୀମାନଙ୍କର ଡିଜିଟାଲ ପଞ୍ଜୀକରଣ ବଢ଼ାଇବା ପାଇଁ ଅଭିନବ ରଣନୀତି ଆପଣାଇବାକୁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଥିଲେ। ପିଏମ ସ୍ବନିଧି ଯୋଜନାର ହିତାଧିକାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରୋଫାଇଲିଂ ବା ପରିଚୟ ତଥ୍ୟରେ ସୁଧାର ଆଣିବା ଉପରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ଯାହାଫଳରେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଯାଇପାରିବ ।

ସୂଚନାଯୋଗ୍ୟ ଯେ ରାସ୍ତାକଡ଼ ଉଠା ଦୋକାନୀଙ୍କ ଆର୍ଥିକ ବିକାଶ ପାଇଁ ସେମାନଙ୍କୁ ସରଳ ଭାବେ ଶସ୍ତା ଋଣ ଯୋଗାଇ ଦେବା ଏବଂ ସେମାନଙ୍କର ଡିଜିଟାଲ ପଞ୍ଜୀକରଣ କରିବା ଉଦ୍ଦେଶ୍ୟରେ ପିଏମ ସ୍ବନିଧି ଯୋଜନା କାର୍ଯ୍ୟକାରୀ କରାଯାଉଛି ଯଦ୍ଦ୍ବାରା ସେମାନଙ୍କର ସଶକ୍ତିକରଣ ହୋଇପାରିବ । ଉଠାଦୋକାନୀମାନଙ୍କୁ ଋଣ ସହାୟତା ଯୋଗାଇ ଦେବା କ୍ଷେତ୍ରରେ ଏହି ଯୋଜନା ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ଅଧୀନ ଅର୍ଥ ସେବା ବିଭାଗ ଦ୍ବାରା ମିଳିତ ଭାବେ ଏହି ଯୋଜନାର ପ୍ରଦର୍ଶନକୁ ନିୟମିତ ଅନୁଧ୍ୟାନ କରାଯାଉଛି । ଫଳରେ ସାରା ଦେଶରେ ଯୋଜନାର ପ୍ରଭାବୀ କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରୁଛି । ୯ ଅଗଷ୍ଟ ୨୦୨୩ ସୁଦ୍ଧା ୫୬ ଲକ୍ଷ ୭୦ ହଜାର ଆବେଦନକୁ ମଞ୍ଜୁରି ମିଳିଥିବା ବେଳେ ୫୩ ଲକ୍ଷ ୧୯ଟି ଆବେଦନ ବାବଦରେ ୬ ହଜାର ୮୮୩ କୋଟି ଟଙ୍କାର ଋଣ ବିତରଣ କରାଯାଇସାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.