ETV Bharat / state

କଟୁଛି ଅହେତୁକ ଇ-ଚାଲାଣ, ଟର୍ମିନାଲ ନିର୍ମାଣ ପାଇଁ କଟକ ଭୁବନେଶ୍ବର ମିନି ଟ୍ରକ ମାଲିକ ସଂଘର ଦାବି

ଗାଡି ପାର୍କିଂ ପାଇଁ କଟୁଛି ଅହେତୁକ ଇ-ଚାଲାଣ । ଟର୍ମିନାଲ ନିର୍ମାଣ ପାଇଁ ଦାବି କଲା କଟକ ଭୁବନେଶ୍ବର ମିନି ଟ୍ରକ ମାଲିକ ସଂଘ । ଅଧିକ ପଢନ୍ତୁ

author img

By

Published : Jul 16, 2023, 5:11 PM IST

Etv Bharat
Etv Bharat
ଟର୍ମିନାଲ ନିର୍ମାଣ ପାଇଁ କଟକ ଭୁବନେଶ୍ବର ମିନି ଟ୍ରକ ମାଲିକ ସଂଘର ଦାବି

ଭୁବନେଶ୍ବର: ରାଜରାସ୍ତାକୁ ଓହ୍ଲାଇବେ କଟକ ଭୁବନେଶ୍ବର ମିନି ଟ୍ରକ ମାଲିକ ସଂଘ । ବିନା କାରଣରେ କଟାଯାଉଥିବା ଇ-ଚାଲାଣକୁ ନେଇ ଏଭଳି ନିଷ୍ପତ୍ତି ନେଇଛି ସଂଘ । ବାତ୍ୟା, ବନ୍ୟାଠାରୁ ଆରମ୍ଭ କରି କୋରୋନା ମହାମାରୀ ସମୟରେ ଡ୍ରାଇଭର ଓ ମାଲିକମାନେ ଜନସାଧାରଣଙ୍କ ସେବାରେ ଲାଗିଥିଲେ । ହେଲେ ସେମାନଙ୍କ ସମସ୍ୟା ସମୟରେ ସରକାର ଦୁଃଖ ଶୁଣିବା ପରିବର୍ତ୍ତେ ଦାଦାଗିରି କରୁଥିବା ମିନିଟ୍ରକ୍‌ ଆସୋସିଏସନ ଅଭିଯୋଗ କରିଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଚେତାବନୀ ଦେଇଛି ।

ସଙ୍ଘର କହିବା କଥା ସେମାନଙ୍କ ଗାଡି ରଖିବା ପାଇଁ ଟର୍ମିନାଲ ନକରି ବ୍ୟବସାୟ ଅଞ୍ଚଳରେ ଗାଡ଼ି ରଖାଯାଇଥିବା ବେଳେ ଶହଶହ ମାଲିକଙ୍କ ଗାଡ଼ିର ବିନା କାରଣରେ ଚାଲାଣ କାଟି ଲକ୍ଷଲକ୍ଷ ଟଙ୍କାର ଜୋରିମାନା ପକାଯାଉଛି । ଖାଲି ସେତିକି ନୁହେଁ ଯେଉଁମାନେ ଏହାକୁ ବାରଣ କରୁଛନ୍ତି ସେମାନଙ୍କର ଡବଲ ଫାଇନ ପକାଉଛନ୍ତି । ଯାହାଦ୍ବାରା ଋଣ କରି ପରିବାର ପ୍ରତିପୋଷଣ କରିବାକୁ ଟ୍ରକ କିଣିଥିବା ମାଲିକ ହଇରାଣ ହେଉଛି । ଟ୍ରକର EMI ସୁଝିପାରୁନଥିବା ବେଳେ ଫାଇନ ବୋଝ ଉପରେ ନଳିତା ବିଡା ପରି ହେଇଯାଉଛି।

ଏହା ବି ପଢନ୍ତୁ- ଏଣିକି ରାସ୍ତାକଡରେ ଆଉ ରହିବନି ଅଚଳ ଗାଡି, ଦେଖିଲା ମାତ୍ରେ ଉଠାଇ ନେବ ବିଏମସି

ସଙ୍ଘର ସଭାପତି ଗଣେଶ ମାହାରୀ କହିଛନ୍ତି, "ଆମର ଭୁଲ ଏତିକି କି ଆମେ ଶିଳ୍ପାଞ୍ଚଳରେ ଗାଡି ଲଗାଇଛୁ । ଯେଉଁଠି କି ଏ ସବୁ ସ୍ଥାନଗୁଡିକ ଶିଳ୍ପାଞ୍ଚଳ । ଏଠି ଅବିରତ ଭାବେ ବ୍ୟବସାୟ ପାଇଁ ଜିନିଷ ଆମଦାନୀ ଓ ରପ୍ତାନି ହୁଏ । ଆମେ ତ କେଉଁ ସାଧାରଣ ପାର୍କିଂ ସ୍ଥାନରେ ଗାଡ଼ି ରଖୁ ନାହୁଁ । ବ୍ୟବସାୟିକ ପ୍ରତିଷ୍ଠାନ ପାଖରେ ରଖୁଛୁ । ଏଭଳି ସ୍ଥିତିରେ ଯଦି ଏହା ବେଆଇନ ପାର୍କିଂ ତେବେ ବିଏମସି ହେଉ ଅବା ଆରଟିଓ ଅବା ସରକାରଙ୍କ ପକ୍ଷରୁ ଗାଡ଼ି ହଟାଇବା ପାଇଁ ନୋଟିସ ଆସିନାହିଁ ବରଂ ବରାବର ଶହଶହ ମାଲିକଙ୍କର ଫାଇନ କଟୁଛି । ଯାହାକୁ ଆମେ ସମ୍ପୂର୍ଣ୍ଣ ବିରୋଧ କରୁଛୁ । ଯେପର୍ଯ୍ୟନ୍ତ ଆମମାନଙ୍କ ଗାଡ଼ି ରଖିବା ପାଇଁ ଟର୍ମିନାଲ କରି ନଦିଆଯାଇଛି ସେପର୍ଯ୍ୟନ୍ତ ଫାଇନ କଟାନଯାଉ ।"

ସେ ଆହୁରି କହିଛନ୍ତି, "ଗଳି କନ୍ଦିରେ କିମ୍ବା ଗ୍ୟାରେଜରେ ରଖିଲେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବରେ ଫାଇନ କାଟୁଛନ୍ତି । ଏହାକୁ ଦେଖିଲେ ମନେହୁଏ ଯେପରି ଆମ ଭଳି ଛୋଟ ବେପାରୀଙ୍କ ତଣ୍ଟି ଚିପି ସରକାର ଫାଇନ ନେଇ ୨୦୧୪ ନିର୍ବାଚନ ପାଇଁ ଟଙ୍କା ଏକାଠି କରୁଛନ୍ତି । ଏ ଖବର ହୁଏତ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚୁ ନାହିଁ । ଯଦି ସରକାର ଆମର ଦାବି ନ ଶୁଣନ୍ତି ତେବେ ସଂଘ ରାଜ୍ୟରେ ଥିବା ୧୦ ମାଲିକ ଓ ୧୫ ହଜାର କର୍ମଚାରୀ ରାଜରାସ୍ତକୁ ଓହ୍ଳାଇବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.