ETV Bharat / state

ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ମଙ୍ଗଳାଯୋଡି, ଛୁଟିଲାଣି ପର୍ଯ୍ୟଟକଙ୍କ ସୁଅ - Migratory birds

ଶୀତର ଆଗମନରେ ଭଳିକି ଭଳି ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀ ମଙ୍ଗଳାଯୋଡିକୁ ଆସିଲେଣି । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଦେଶ ବିଦେଶରୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ଦେଖନ୍ତୁ ଏହି ରିପୋର୍ଟ

migratory birds in mangalajodi
ମଙ୍ଗଳାଯୋଡିରେ ବିଦେଶୀ ପକ୍ଷୀଙ୍କ ଆଗମନ
author img

By ETV Bharat Odisha Team

Published : Nov 24, 2023, 7:51 PM IST

ମଙ୍ଗଳାଯୋଡିରେ ବିଦେଶୀ ପକ୍ଷୀଙ୍କ ଆଗମନ

ଖୋର୍ଦ୍ଧା: ଶୀତ ଦିନେ ପକ୍ଷୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଥାଏ ଚିଲିକା । ଯେଉଁଥିପାଇଁ ଶୀତର ଆଗମନରେ ଭଳିକି ଭଳି ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ ଏଠାକୁ ଆସିଥାନ୍ତି । ସୁଦୂର ସାଇବେରିଆ, ମଙ୍ଗୋଲିଆ, ଅଷ୍ଟ୍ରେଲିଆ, ଇଟାଲୀ, ଇରାନ, ରୁଷିଆ ଆଦି ରାଷ୍ଟ୍ରରୁ ହଜାର ହଜାର ମାଇଲ ଅତିକ୍ରମ କରି ଖାଦ୍ୟ ଅନ୍ୱେଷଣରେ ଛୁଟି ଆସିଥାନ୍ତି ବିଭିନ୍ନ ପ୍ରଜାତିର ପକ୍ଷୀ । ଶୀତ ଆରମ୍ଭ ହୋଇଯାଇଥିବାବେଳେ ଏସିଆ ମହାଦେଶର ସର୍ବବୃହତ ଲବଣ ହ୍ରଦ ଚିଲିକା ତଟବର୍ତ୍ତୀ ମଙ୍ଗଳାଯୋଡିକୁ ବିଦେଶାଗତ ଅତିଥି ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଲାଣି।

ନୀଳାମ୍ବୁ ଚିଲିକା ଏବେ ପାଲଟି ଯାଇଛି ବିଦେଶାଗତ ପକ୍ଷୀଙ୍କ ତୀର୍ଥସ୍ଥଳ । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକାକୁ ଚଳିତ ବର୍ଷ ଅକ୍ଟୋବର ପହିଲାରୁ ବିଦେଶାଗତ ପକ୍ଷୀଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି । ମଙ୍ଗଳାଯୋଡିରେରେ ଶୀତ ଦିନେ ପ୍ରାୟ 160ରୁ ଊର୍ଦ୍ଧ୍ବ ପ୍ରଜାତିର ଲକ୍ଷ ଲକ୍ଷ ପକ୍ଷୀଙ୍କ ସମାଗମ ହେଉଥିବାବେଳେ ବର୍ତ୍ତମାନ ସୁଦ୍ଧା ମଙ୍ଗଳାଯୋଡିକୁ 85 ପ୍ରଜାତିର 1 ଲକ୍ଷ 13ହଜାର ପକ୍ଷୀଙ୍କ ଆଗମନ ହୋଇଥିବା ଆକଳନ କରାଯାଉଛି । ତେବେ ମଙ୍ଗଳାଯୋଡିର ଏହି ଅପରୂପ ସୌନ୍ଦର୍ଯ୍ୟକୁ ଦେଖି ବେଶ ଉପଭୋଗ କରୁଥିବା କହିଛନ୍ତି ପର୍ଯ୍ୟଟକ ।

ପକ୍ଷୀଙ୍କ ଆଗମନ ହେତୁ ଶିକାରୀଙ୍କ ପ୍ରତି କଡା ପଦକ୍ଷେପ ଗ୍ରହଣ ନିମନ୍ତେ ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପକ୍ଷୀଙ୍କ ସୁରକ୍ଷା ନିମନ୍ତେ ବନ୍ୟପ୍ରାଣୀ ପକ୍ଷରୁ 11ଟି କ୍ୟାମ୍ପ ଗଠନ କରାଯାଇଛି । ପ୍ରତି କ୍ୟାମ୍ପରେ ଜଣେ ବନରକ୍ଷୀ ଏବଂ 3ରୁ 4ଜଣ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେହିପରି ବାଲୁଗାଁ ରେଞ୍ଜ ଅଧୀନ ନଳବଣରେ 4ଟି, ସାତପଡ଼ାରେ 2ଟି ,ରମ୍ଭାରେ 2ଟି ଏବଂ ଚିଲିକା ରେଞ୍ଜରେ ପକ୍ଷୀଙ୍କ ଗତିବିଧିକୁ ଅନୁଧ୍ୟାନ କରିବା ସହ ଶିକାରୀଙ୍କ ଉପରେ କଡ଼ା ନଜର ରଖାଯାଉଛି ।

ଏହା ବି ପଢନ୍ତୁ...ପକ୍ଷୀଙ୍କ ଭୂସ୍ବର୍ଗ ମଙ୍ଗଳାଯୋଡି, ସୌନ୍ଦର୍ଯ୍ୟ ବଢାଉଛି ବିଦେଶୀ ଅତିଥିଙ୍କ ଆଗମନ

ଏହା ବି ପଢନ୍ତୁ...ପ୍ରାଣୀଜଗତ ପାଇଁ ବରଦାନ ସୁବ୍ରତ, ଘର ଚଟିଆର ସଂରକ୍ଷଣ ପାଇଁ ଘରକୁ କଲେ ପକ୍ଷୀ ଉଦ୍ୟାନ

ରଙ୍ଗ ବେରଙ୍ଗର ପକ୍ଷୀଙ୍କୁ ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଥିବାବେଳେ ଏଭଳି ଶାନ୍ତ ପରିବେଶ ସହ ଗୋଟିଏ ସ୍ଥାନରେ ବିଶ୍ୱର ବିଭିନ୍ନ ଦେଶର ପକ୍ଷୀଙ୍କୁ ଦେଖିବାର ସୁଯୋଗ ମିଳୁଥିବା କହିଛନ୍ତି ପର୍ଯ୍ୟଟକ । ସେପଟେ ପର୍ଯ୍ୟଟକଙ୍କୁ ଗାଇଡ କରୁଥିବା ଗଣେଶ ବେହେରା କହିଛନ୍ତି, "ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ପର୍ଯ୍ୟଟକମାନଙ୍କୁ ପକ୍ଷୀଙ୍କ ବିଷୟରେ ସୂଚନା ଦିଆଯାଉଛି ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.