ETV Bharat / state

ସ୍କୁଲ ବନ୍ଦ ନିଷ୍ପତ୍ତିକୁ ପାଚିକା ସଂଘର ବିରୋଧ

ଦଶ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ୯୬୬ଟି ପ୍ରାଥମିକ ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ । ଯାହାକୁ ବିରୋଧ କରିଛନ୍ତି ବନ୍ଦ ହେଉଥିବା ସ୍କୁଲର ପାଚିକା ସଂଘ ।

author img

By

Published : Aug 8, 2019, 2:37 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ସ୍କୁଲ ଛଡାଇନେଲା ପାଚିକାଙ୍କ ରୋଜଗାର । ବୋଲଗଡ଼ ବ୍ଲକ ଶଙ୍କରପୁର ପ୍ରାଥମିକ ସ୍କୁଲ ବନ୍ଦ ଥିବା ଯୋଗୁଁ ପାଚିକାମାନେ ହରାଇଛନ୍ତି ସେମାନଙ୍କ ଜୀବିକା । ତେଣୁ ବୋଲଗଡ଼ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ପାଚିକା ସଂଘ ।

ସୂଚନା ଅନୁସାରେ ଶଙ୍କରପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଚିକା ଭାବେ କାର୍ଯ୍ୟ କରୁଥିବା କିଛି ଅସହାୟ ମହିଳା ସ୍କୁଲ ବନ୍ଦକୁ ବିରୋଧ କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ ଯଦି ସରକାରୀ ସ୍କୁଲ ବନ୍ଦ ହୁଏ ତେବେ ସେମାନଙ୍କ ରୋଜଗାର ପାଇଁ ସରକାର ଅନ୍ୟ କିଛି ବ୍ୟବସ୍ଥା କରନ୍ତୁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏନେଇ ସେମାନେ ଜିଲ୍ଲାପାଳଙ୍କୁ ଜଣାଇବା ପରେ ବୋଲଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ତେବେ ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷାଧିକାରୀ କହିଛନ୍ତି ପାଚିକାମାନେ ସରକାରଙ୍କର ନିୟମିତ କର୍ମଚାରୀ ନୁହଁନ୍ତି । ତେଣୁ ସେମାନଙ୍କ ଦାବି ଯଥାର୍ଥ ନୁହେଁ ।

ସୂଚନା ଥାଉ କି ଚଳିତ ସରକାର ଶିକ୍ଷାନୁଷ୍ଠାନ ପାଇଁ ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦଶ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ୯୬୬ଟି ପ୍ରାଥମିକ ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ । ତେବେ ଏହି ବନ୍ଦ ହେଉଥିବା ସ୍କୁଲଗୁଡିକର ଛାତ୍ରଛାତ୍ରୀଙ୍କୁ ଗୋଟିଏ କିଲୋମିଟର ଭିତରେ ଥିବା ଅନ୍ୟ ସ୍କୁଲଗୁଡିକୁ ସ୍ଥାନାନ୍ତର କରାଯିବ । ତେଣୁ ଏହି ସ୍କୁଲଗୁଡିକ ଯେତେବେଳେ ବନ୍ଦ ହେବାକୁ ଯାଉଛି ଏହାକୁ ବିରୋଧ କରିଛନ୍ତି ସମ୍ପୃକ୍ତ ସ୍କୁଲର ପାଚିକା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଚିକା ମାନଙ୍କ ଧାରଣା

ଖୋର୍ଦ୍ଧା : ସ୍କୁଲ ବନ୍ଦ ହେତୁ ରୋଜଗାର ହରାଇ ବୋଲଗଡ଼ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ପାଚିକା ।

Body:ବୋଲଗଡ଼ ବ୍ଲକ ଶଙ୍କରପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାନ ଭୋଜନ ପାଚିକା ଭାବେ କାର୍ଯ୍ୟ କରୁଥିବା କିଛି ଅସହାୟ ମହିଳା ସ୍କୁଲ ବନ୍ଦ ହୋଇଯିବାକୁ ବିରୋଧ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଯଦି ସରକାର ସ୍କୁଲ ବନ୍ଦ କରିଲେ ତେବେ ସେମାନଙ୍କ ରୋଜଗାର ପାଇଁ ବ୍ୟବସ୍ଥା କରନ୍ତୁ । ଏନେଇ ସେମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଜଣାଇବା ପରେ ବୋଲଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

Conclusion:ତେବେ ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କହିଛନ୍ତି ପାଚିକା ମାନେ ସରକାରଙ୍କର ନିୟମିତ କର୍ମଚାରୀ ନୁହନ୍ତି । ତେଣୁ ସେମାନଙ୍କ ଦାବୀ ଯଥାର୍ଥ ନୁହେଁ ।

ବାଇଟ1 - ଝୁନୁ ଦାସ , ପାଚିକା
2- ବିଭୁତି ଭୂଷଣ ମହାପାତ୍ର , ବ୍ଲକ ଶିକ୍ଷା ଅଧିକାରୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.