ETV Bharat / state

ଅର୍ଥ ପରେ ଏବେ କମିବ ମନରେଗା କାମ, ଶ୍ରମ ହରାଇବେ ଶ୍ରମଜୀବୀ !

ଶ୍ରମଜୀବିଙ୍କୁ ନିଜ ଅଞ୍ଚଳରେ ନିଯୁକ୍ତି ଯୋଗାଉଛି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ମନରେଗା । ମନରେଗା ଉପରେ କେନ୍ଦ୍ର ଛାଟ ବସିବାକୁ ଯାଉଛି । ଅଧିକ ପଢନ୍ତୁ

author img

By

Published : Apr 20, 2023, 10:43 PM IST

http://10.10.50.80:6060/reg-lowres/20-April-2023/od-bbsr-01-mnarega-politics-7209787_20042023161408_2004f_1681987448_1017.mp4

ଅର୍ଥ ପରେ ଏବେ କମିବ ମନରେଗା କାମ

ଭୁବନେଶ୍ବର: ମନରେଗା ଉପରେ ପଡ଼ିବାକୁ ଯାଉଛି କେନ୍ଦ୍ର ସରକାରଙ୍କ ଛାଟ । ସାଧାରଣ ବଜେଟ ପରେ ଏହି ଯୋଜନା ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା ତାହା ସତ ହେବାକୁ ଯାଉଛି । ଚଳିତ ଆର୍ଥିକ ବର୍ଷରେ କାମର ଚାହିଦା ପ୍ରାୟ 25 ପ୍ରତିଶତ କମିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି ବିଜେଡି ।

ଶ୍ରମଜୀବୀଙ୍କୁ ନିଜ ଅଞ୍ଚଳରେ ନିଯୁକ୍ତି ଯୋଗାଉଛି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ମନରେଗା । ମନରେଗା ଉପରେ କେନ୍ଦ୍ର ଛାଟ ବସିବାକୁ ଯାଉଛି । 2023/24 ଆର୍ଥିକ ବର୍ଷରେ କାମର ଚାହିଦା ପ୍ରାୟ 25 ପ୍ରତିଶତ କମିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ବଜେଟ ପରେ ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା ତାହା ସତ ପ୍ରମାଣିତ ହେବାକୁ ଯାଉଛି । 2016/17 ପରଠୁ ପ୍ରତିବର୍ଷ ଅତିକମ୍‌ରେ 5 କୋଟିରୁ ଅଧିକ ପରିବାର ଏହି ସ୍କିମ୍‌ରେ କାମ କରିଛନ୍ତି । କୋଭିଡ ସଂକ୍ରମଣ ଯୋଗୁଁ ଗାଁ ମୁହାଁ ପ୍ରବାସୀ ଶ୍ରମିକଙ୍କ ଲାଗି ବରଦାନ ହୋଇଥିଲା । ମନରେଗା ଯୋଜନାରେ ପ୍ରତି ପରିବାରକୁ ବର୍ଷକୁ 100 ଦିନର ନିଶ୍ଚିତ କାମ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଏହି ଯୋଜନାରେ ମିଳୁଥିବା ହାରାହାରି କାର୍ଯ୍ୟ ଦିବସ 42 ଦିନକୁ ହ୍ରାସ ପାଇଛି । ଯାହା ଗତ 5 ବର୍ଷରେ ସର୍ବନିମ୍ନ ।

ମନରେଗାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି ବିଜେଡି । ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ରାଜ୍ୟରେ ଯେତେ ସବୁ କେନ୍ଦ୍ରୀୟ ଯୋଜନା ଚାଲୁଥିଲା ଅଧିକାଂଶ ଯୋଜନାରେ ଅର୍ଥର ଅନୁପାତ ପରିବର୍ତ୍ତନ ହୋଇଛି । ଆଉ କେତେକ ଯୋଜନା ମଧ୍ୟ ବନ୍ଦ ହେବାକୁ ବସିଲାଣି । ମନେରଗା ଯୋଜନା ହେଉଛି ଶ୍ରମିକଙ୍କ ଲାଗି ବଡ଼ ଯୋଜନା ଥିଲା । ଗାଁ ଗହଳିରେ କାମ କରିବା ସହ ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାରେ ସେମାନେ ସମର୍ଥ ହେଉଥିଲେ । ଏହି ଯୋଜନାରେ ଅର୍ଥର ଅନୁପାତ କେନ୍ଦ୍ର ବହୁତ କମେଇ ଦେଇଛି । ଗାଁରେ କାମ କରିବାକୁ ଲୋକେ ଡରିଲେଣି । ମନେରେଗାରେ କାମ କଲେ ମାସ ମାସ ଧରି ଶ୍ରମିକ ମଜୁରୀ ପାଉନାହାନ୍ତି । ଏହା ବଡ଼ ଦୁଃଖର କଥା ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ରର ଏହି ମାନସିକତା ବିରୋଧରେ ରାଜ୍ୟ ପ୍ରତିବାଦ କରିଛି । ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ବିଧାନସଭାରେ ଆଲୋଚନା ହୋଇଛି । ସାଧାରଣ ଲୋକଙ୍କ ପାଇଁ ଯୋଜନାରେ ପାତରଅନ୍ତର କରାଯାଉଛି । କେନ୍ଦ୍ରମନ୍ତ୍ରୀ ବାସ୍ତବ କ୍ଷେତ୍ରକୁ ଯାଇନଥିବେ । ନିର୍ଦ୍ଦିଷ୍ଟ ଭାବେ କହିଲେ ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତେ । ମୋଟ ଉପରେ କହିବାକୁ ଗଲେ, କେନ୍ଦ୍ରର ଅନୁଦାନ ଯେତିକି ଆସିବା କଥା, ସେତିକି ଶ୍ରମ ଦିବସ ଆକଳନ ଅଛି । ତା ଉପରେ ସେମାନେ ପଇସା ଦେବା କଥା । ସେଥିରେ ସେମାନେ ବହୁତ ତ୍ରୁଟି ବିଚ୍ୟୁତି କରିଛନ୍ତି । ସ୍ୱାଭାବିକ କଥା, ଆମର ଚାହିଦା ଅନୁସାରେ ଯେତିକି ଶ୍ରମ ଦିବସର ଆବଶ୍ୟକତା ଅଛି, ତାହା ଉପରେ ଅନୁଦାନ ଆସିବା କଥା । ସେଥିରେ ସେମାନେ ଅନୁଦାନ ଦେଉନାହାନ୍ତି । ମାସମାସ ଧରି ମଜୁରୀ ପକାଇ ଦେଉଛନ୍ତି, ଯେଉଁଥି ପାଇଁ ମନେରେଗାରେ କାମ କରିବା ପାଇଁ ଲୋକେ ଡରିଲେଣି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.