ETV Bharat / state

Survey: 2024ରେ ସରକାର ଗଢିବ ବିଜେପି ! ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି

୨୦୨୪ରେ ପୁଣି ଏନଡିଏ ସରକାର ଗଢ଼ିପାରେ ବୋଲି ଏକ Surveyରୁ ଆକଳନ କରାଯାଇଛି । ଯାହାକୁ ନେଇ ରାଜ୍ୟ ବିଜେପି ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Indian TV CNX survey
Indian TV CNX survey
author img

By

Published : Jul 30, 2023, 5:22 PM IST

Indian TV CNX survey

ଭୁବନେଶ୍ବର: ପୋଲ୍ ସର୍ଭେକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦଳ ପ୍ରସ୍ତୁତ ଥିଲେ ବି ଆହୁରି ପରିଶ୍ରମ କରିବ ବୋଲି କହିଛନ୍ତି । ଏହାସହ ସେ ପରୋକ୍ଷରେ ମହାନଦୀ ଓ ସୁବର୍ଣ୍ଣରେଖା ନଦୀ ଆଦିର ଉଦାହରଣ ଦେଇ କହିଛନ୍ତି,"ଆଗାମୀ ଦଶ ମାସରେ ମହାନଦୀ, ସୁବର୍ଣ୍ଣରେଖାରେ ବହୁତ ପାଣି ବୋହିବ । ସମୟ ବହୁତ ଅଛି । ଆମେ ପ୍ରସ୍ତୁତ ହେବା, ଆମ ସ୍ଥିତି ଦୃଢ଼ ଅଛି । ସର୍ଭେ ଆମକୁ ଅଧିକ ଆତ୍ମବିଶ୍ଵାସ ହେବାକୁ ଦେଇନି, କାମ କରିବାକୁ ଉତ୍ସାହିତ କରିଛି, ଆମେ ଆଗକୁ ଯିବା ।"

୨୦୨୪ରେ ପୁଣି ସରକାର ଗଢ଼ିପାରେ ଏନ୍‌ଡିଏ ଏବଂ ମୋଦି ପୁଣି ହୋଇପାରନ୍ତି ପ୍ରଧାନମନ୍ତ୍ରୀ । ଏଭଳି କିଛି ଆକଳନ କରିଛି ଇଣ୍ଡିଆ ଟିଭି ସିଏନଏକ୍ସ ପୋଲ୍ ସର୍ଭେ । ଏହାକୁ ନେଇ ପ୍ରତିକ୍ରିୟାରେ ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ କହିଛନ୍ତି, "ସର୍ଭେ ଠିକ ଅଛି । ଦଳକୁ ଆଗକୁ ନେବା ପାଇଁ ଆମେ ଆହୁରି ପରିଶ୍ରମ କରିବୁ ।" ଏହାସହ ପୁଣି ଆଗୁଆ ନିର୍ବାଚନ କଥା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ସେ କହିଛନ୍ତି, "ବିଧାନସଭା ନିର୍ବାଚନ ଆଉ ଅଢ଼େଇ ମାସରେ ହେବ । ଅକ୍ଟୋବର କିମ୍ୱା ନଭେମ୍ବରରେ ହେବ ନିର୍ବାଚନ । ଅଢ଼େଇ ମାସ ଲାଗି ଆମେ ପ୍ରସ୍ତୁତ ଅଛୁ କିନ୍ତୁ ସଂସଦ ନିର୍ବାଚନ ଠିକ୍‌ ସମୟରେ ହେବ । ସଂସଦ ନିର୍ବାଚନ ଫଳାଫଳ ଲାଗି ମେ' ମାସ ଦ୍ଵିତୀୟ ସପ୍ତାହକୁ ଅପେକ୍ଷା କରିବା । ସର୍ଭେ ରିପୋର୍ଟକୁ ନେଇ ବିତର୍କ କରିବାର ନାହିଁ । ଆମ ସର୍ଭେ ରିପୋର୍ଟ ଆମ ପାଖରେ ପହଞ୍ଚି ସାରିଛି । ଆମ ପାର୍ଟି ସର୍ଭେ ରିପୋର୍ଟକୁ ଆଧାର କରି ଅଧିକ ପରିଶ୍ରମ କରିବୁ । 8ରୁ ଅଧିକ ଅଛି, ଅପ୍ରତ୍ୟାଶିତ ସିଟ୍‌ ପାଇବୁ । ସହଜରେ ରାଜ୍ୟରେ ସରକାର କରିବୁ ଏବଂ ସବୁଠୁ ଅଧିକ ଲୋକସଭା ସିଟ୍ କେନ୍ଦ୍ରକୁ ଦେବୁ ।"
ଏହା ମଧ୍ୟ ପଢନ୍ତୁ...Opposition Unity: କଂଗ୍ରେସ ନେତୃତ୍ବରେ ଏକାଠି ହେଲେ ୧୬ ଦଳ, ବିଜେପି କହିଲା ଲୁଟେରାମାନେ ପୁଣି ଏକାଠି

ସେପଟେ ବିଜେଡି ସାଂସଦ ମୁନା ଖାଁ କହିଛନ୍ତି, "2024 ଲୋକସଭା ନିର୍ବାଚନ 2014 ଭଳି ହେବ । ବିଜେଡି 20ଟି ସିଟ୍ ନେବ ଆଉ ଗୋଟିଏ ସିଟ୍ ବିଜେପି ଅବା ବିଜେଡି ଭିତରୁ ଜଣେ କିଏ ନେବେ । ଓଡିଶାରେ ଗ୍ରାଉଣ୍ଡ ରିୟଲିଟି ଯାହା ଅଛି, ଆମେ ଅନୁଭବ କରୁଛୁ ବିଜୁ ଜନତା ବହୁତ ଭଲ କରିବ । ବିଜେପି ଦେଶରେ ଭଲ କରିବ କି ନାହିଁ ଏବେଠାରୁ କହି ହେବ ନାହିଁ। 2024 ରେ ବିଜେଡି ରାଜ୍ୟରେ ସରକାର କରିବ ଏବଂ 20 ଟି ଲୋକସଭା ସିଟ୍ ପାଇବ।"

ତେବେ ସର୍ଭେ ଅନୁଯାୟୀ ବର୍ତ୍ତମାନ ଯଦି ନିର୍ବାଚନ ହୁଏ, ତେବେ ମୋଦିଙ୍କ ନେତୃତ୍ୱରେ ଏନଡିଏ ୩୧୮ ଆସନ ପାଇପାରେ । ବିରୋଧୀ ମେଣ୍ଟ 'ଇଣ୍ଡିଆ'କୁ ମାତ୍ର ୧୭୫ଟି ଆସନ ମିଳିପାରେ ବୋଲି ଏହି ସର୍ଭେ ଆକଳନ କରିଛି । ଭାରତୀୟ ଜନତା ପାର୍ଟିର ଆସନ ୩୦୩ରୁ ୨୯୦କୁ ଖସି ଆସିବାର ଆକଳନ କରାଯାଇଛି । କଂଗ୍ରେସର ଆସନ ବଢ଼ି ୬୬ରେ ପହଞ୍ଚିପାରେ ବୋଲି ସର୍ଭେରୁ ଅନୁମାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.