ETV Bharat / state

ସାରୁଆ ଜମି କେଳେଙ୍କାରୀ,ଗଣମାଧ୍ୟମ ସଂସ୍ଥାର ମ୍ୟାନେଜର ଗିରଫ

ସାରୁଆ ଠାରେ ଘରୋଇ ଗଣମାଧ୍ୟମ ସଂସ୍ଥାର ଜମି କେଳେଙ୍କାରୀରେ ଘରୋଇ ଗଣମାଧ୍ୟମ ସଂସ୍ଥାର ମ୍ୟାନେଜର ଅନିରୁଦ୍ଧ ପଣ୍ଡା ଗିରଫ । ଅଧିକ ପଢନ୍ତୁ...

author img

By

Published : Nov 10, 2020, 1:45 PM IST

ସାରୁଆ ଜମି କେଳେଙ୍କାରୀ,ଗଣମାଧ୍ୟମ ସଂସ୍ଥାର ମ୍ୟାନେଜର  ଗିରଫ
ସାରୁଆ ଜମି କେଳେଙ୍କାରୀ,ଗଣମାଧ୍ୟମ ସଂସ୍ଥାର ମ୍ୟାନେଜର ଗିରଫ

ଖୋର୍ଦ୍ଧା: ସାରୁଆ ଠାରେ ଘରୋଇ ଗଣମାଧ୍ୟମ ସଂସ୍ଥାର ଜମି ଜବରଦଖଲ ଘଟଣାରେ ନୂଆ ମୋଡ ଆସିଛି । ଘଟଣାରେ ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ପୋଲିସ ଗଣମାଧ୍ୟମ ସଂସ୍ଥାର ମ୍ୟାନେଜର ଅନିରୁଦ୍ଧ ପଣ୍ଡାଙ୍କୁ ଗିରଫ କରିଛି ।

ଅନିରୁଦ୍ଧ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଗତ 5ତାରିଖରେ ବାଘମାରି ଥାନାରେ ସାରୁଆ ଜମି କେଳେଙ୍କାରୀ ନେଇ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ଅନିରୁଦ୍ଧଙ୍କୁ ବାରମ୍ବାର ଥାନାରେ ହାଜର ହେବାକୁ କହିଥିଲେ ହେଲେ ସେ କୌଣସି ମତେ ସହଯୋଗ କରିନଥିଲେ । ଅନିରୁଦ୍ଧ ସାରୁଅ ସ୍ଥିତ ଷ୍ଟୁଡିଓରେ ଆତ୍ମଗୋପନ କରିଥିବା ସୂଚନା ପୋଲିସ ପାଇଥିଲା । ଖବର ପାଇ ପୋଲିସ ମଙ୍ଗଳବାର ସକାଳୁ ଷ୍ଟୁଡିଓରେ ଅଚାନକ ଚଢାଉ କରିଥିଲା ।

ସେଠାରୁ ଅନିରୁଦ୍ଧଙ୍କୁ ଗିରଫ କରିଥିଲା । ଅଭିଯୋଗ ଆଧାରରେ ପୋଲିସ ଅନିରୁଦ୍ଧଙ୍କ ବିରୋଧରେ ତଥ୍ୟ ଓ ପ୍ରମାଣ ଯୋଗାଡ କରିଛି । ଭାରତୀୟ ପିଙ୍ଗଳ କୋଡ଼ର ଧାରା 447, 294, 506 ଓ 34 ସହିତ ଅନିରୁଦ୍ଧଙ୍କ ବିରୋଧରେ ଚାର୍ଜ ଲାଗାଯିବା ସହ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.