ETV Bharat / state

ନବୀନଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଲେ ଜିଲ୍ଲାପାଳ-ଏସପି, ତେଜିଲା ବିବାଦ - ବିବାଦରେ ଏସପି ଜିଲ୍ଲାପାଳ

ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧି ବିବାଦ ଘେରରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 11, 2023, 1:23 PM IST

ନବୀନଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଲେ ଜିଲ୍ଲାପାଳ-ଏସପି

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଏସପିଙ୍କ ନବୀନ ପ୍ରୀତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଲେ ଦୁଇ ପ୍ରଶାସନିକ ଅଧିକାରୀ । ଗତକାଲି(ରବିବାର) ଉଭୟ ମୟୂରଭଞ୍ଜରେ ଏକ ମାରଥନ କାର୍ଯ୍ୟକ୍ରମ ଯୋଗଦେବା ଅବସରରେ ଏହି ଟି-ସାର୍ଟ ପିନ୍ଧିଥିଲେ । ଯାହାକୁ ନେଇ ଏବେ ରାଜ୍ୟରେ ବିବାଦ ମୁଣ୍ଡ ଟେକିଛି । ଜିଲ୍ଲାପାଳ ଓ ଏସପିଙ୍କ ଉକ୍ତ ଫଟୋକୁ ଟ୍ବିଟ୍ କରି ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

  • Very unfortunate as well as ridiculous!
    Collector, Mayurbhanj, Odisha!

    Degeneration of the official standards to this extent.

    These officials must know that SEASON IS NOT THE SAME ALWAYS.

    Have a look. https://t.co/QKmVUxS8kB

    — Aparajita Sarangi, Member of Parliament (@AprajitaSarangi) September 11, 2023 " class="align-text-top noRightClick twitterSection" data=" ">

ସୂଚନା ମୁତାବକ, ଗତକାଲି ମୟୂରଭଞ୍ଜରେ 'ଆଦି ମାରାଥନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନେକ ନେତା ଓ ମନ୍ତ୍ରୀ ଯୋଗ ଦେଇଥିଲେ । ଜିଲ୍ଲାର ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏବଂ ଏସପି ବି. ଗଙ୍ଗାଧର ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ସମୟରେ ଦୁଇ ଉଚ୍ଚପ୍ରଦସ୍ଥ ପ୍ରଶାସନିକ ଅଧିକାରୀ ଯେଉଁ ଟି-ସାର୍ଟ ପିନ୍ଧିଥିଲେ ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଫଟୋ ଲଗାଥିବା ଦେଖିବାକୁ ମିଳିଥିଲା । ଯାହାପରେ ଦୁହେଁ ବିବାଦ ଘେରକୁ ଆସିଛନ୍ତି ।

ଏହାକୁ ନେଇ ଆଜି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ବିଟ୍ କରି କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ଅଧିକାରୀମାନେ ମନେରଖିବା ଉଚିତ୍ ଯେ, ସବୁବେଳେ ଋତୁ ସମାନ ରୁହେନି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ମୟୂରଭଞ୍ଜ ଏସପି ଓ କଲେକ୍ଟର ନିଜ ସାମ୍ବିଧାନିକ ସୀମା ଭିତରୁ ରୁହନ୍ତୁ । ସରକାରୀ କର୍ମଚାରୀମାନେ ଆଇନ ଉଲ୍ଲଙ୍ଘନ କରିବା ବା ନୈତିକତା ହରାଇବା ସମାଜ ପାଇଁ ଶୁଭଙ୍କର ନୁହେଁ ।

ଏହାମଧ୍ୟ ପଢନ୍ତୁ: ମୟୂରଭଞ୍ଜରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ 'ଆଦି ମାରାଥନ', ସାମିଲ ହେଲେ ଗଣଶିକ୍ଷା ମନ୍ତ୍ରୀ

ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ସହ ବିଜେଡି ଦଳର ସୁପ୍ରିମୋ ମଧ୍ୟ ଅଟନ୍ତି । ଏପରି ସ୍ଥିତିରେ ଦୁଇ ପ୍ରଶାସନିକ ଅଧିକାରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନର ସବୋର୍ଚ୍ଚ ଅଧିକାରୀ ହେଉଛନ୍ତି ଜିଲ୍ଲାପାଳ ବିନୀତ ଭରଦ୍ବାଜ । ୨୦୧୨ ବ୍ୟାଚ୍‌ର ଏହି IAS ଅଧିକାରୀ ଦୀର୍ଘ ସାଢ଼େ ୫ ବର୍ଷ ହେବ ମୟୂରଭଞ୍ଜର ଜିଲ୍ଲାପାଳ ଅଛନ୍ତି । ତେବେ ଜିଲ୍ଲାପାଳ ଭରଦ୍ବାଜଙ୍କୁ ନେଇ ଏହି ବିବାଦ କିଛି ନୂଆ କଥା ନୁହେଁ ।

"ଭାରତୀୟ ପ୍ରଶାସନିକ ‌ସେବା (IAS)ର ଏହି ଅଧିକାରୀ ଜଣକ ଦୀର୍ଘ ସାଢ଼େ ୫ ବର୍ଷ ହେଲା ନିଜ ଚୌକିରେ ଅଛନ୍ତି । କୌଣସି ଜିଲ୍ଲାରେ ଏକାଦିକ୍ରମେ ଏତେ ବର୍ଷ ସେବାରେ ରହିବା ସର୍ବଭାରତୀୟ ସର୍ଭିସ ରୁଲ୍‌ର ଖୋଲା ଉଲ୍ଲଂଘନ । ତଥାପି ସେ ସରକାରଙ୍କ ଗେହ୍ଲା ପୁଅ । ତାଙ୍କ ବ୍ୟାଚ୍‌ର ଆଇଏଏସ୍‌ ଭିନ୍ନ ଭିନ୍ନ ଜିଲ୍ଲାକୁ ଦୁଇ ତିନି ଥର ବଦଳି ହୋଇ ସାରିଲେଣି । ହେଲେ କ୍ଷମତା କେନ୍ଦ୍ରର ଆଶୀର୍ବାଦ ଯୋଗୁଁ ଗୋଟିଏ ଜାଗାରେ ଅଛନ୍ତି ୨୦୧୨ ବ୍ୟାଚ୍‌ର ଏହି ଆଇଏଏସ୍ ଅଧିକାରୀ ।" ଏହା କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.